Home ଜିଲ୍ଲା ପରିକ୍ରମା ଉପଭୋକ୍ତାଙ୍କୁ ଟିପିଏନ୍‌ଓଡିଏଲ୍ ଲୁଟୁଥିବା ଅଭିଯୋଗ, ଚଢ଼ଉ ନକରି ଜରିମାନା ଲଗାଉ ଥିବା ଅଭିଯୋଗ

ଉପଭୋକ୍ତାଙ୍କୁ ଟିପିଏନ୍‌ଓଡିଏଲ୍ ଲୁଟୁଥିବା ଅଭିଯୋଗ, ଚଢ଼ଉ ନକରି ଜରିମାନା ଲଗାଉ ଥିବା ଅଭିଯୋଗ

9

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ ବିତରଣ କଂପାନୀ ଟିପିଏନ୍‌ଓଡିଏଲ୍ (ଟାଟା ପାୱାର) ଲୋକଙ୍କୁ ଲୁଟୁଥିବା ଅଭିଯୋଗ ଆସିଛି। ନଦୀଗାଁ ଷ୍ଟ୍ରକଚର ଅଧିନରେ ଆସୁଥିବା ଧାମନଗର ବ୍ଲକ ଫଳପୁର ଗାଁର ସୁରତୀ ନାୟକ ଅଭିଯୋଗ କରିଛନ୍ତି ଯେ, ଟାଟା ପାୱାରର ଏନଫୋର୍ସମେଂଟ ଟିମ୍ ତାଙ୍କ ବିରୋଧରେ ମିଛ ଜରିମାନା ଲଗାଇଛି। ଏନେଇ ଟିପିଏନ୍‌ଓଡିଏଲ ଅଶୁରାଳୀ ଅଫିସ ତରଫରୁ ତାଙ୍କୁ ଜଣା ଯିବାପରେ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଟିପିଏନ୍‌ଓଡିଏଲ୍ ଅଫିସ ତରଫରୁ ତାଙ୍କୁ କୁହାଯାଇଥିଲା ଯେ, ସେ ଗତ ୧୦ ମାସ ଧରି ଚୋରାରେ ବିଦ୍ୟୁତ ବ୍ୟବହାର କରୁଥିଲେ। ଏଥି ପାଇଁ ଏନଫୋର୍ସମେଂଟ ଟିମ୍ ତାଙ୍କ ବିରୋଧରେ ୨୨ ହଜାର ୧୧ ଟଙ୍କା ଫାଇନ କରିଛନ୍ତି। ଏହାସହ ତାଙ୍କ ସ୍ୱାମୀଙ୍କୁ ଡାକି ବିଦ୍ୟୁତ ବିଭାଗ କର୍ମଚାରୀ ଏକ ଚିଠି ଓ ରସିଦ ପ୍ରଦାନ କରିଥିବା ସୁରତୀ କହିଛନ୍ତି। ଏହି ଚିଠିରେ ଦର୍ଶାଯାଇଛି ଯେ, ଗତ ଅକ୍ଟୋବର ୧୩ ତାରିଖରେ ଏନଫୋର୍ସମେଂଟ ଟିମ ତାଙ୍କ ଘର ଉପରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଜାଣିବାକୁ ପାଇଥିଲେ ଯେ, ସେ ବିଦ୍ୟୁତ ଚୋରି କରି ବ୍ୟବହାର କରୁଛନ୍ତି। ୨୦୨୪ ଡିସେମ୍ବର ୨ ରୁ ୨୦୨୫ ଅକ୍ଟୋବର ୧୩ ମଧ୍ୟରେ ସେ ୨୩୭୦ ୟୁନିଟ ବିଦ୍ୟୁତ ବ୍ୟବହାର କରିଛନ୍ତି। ଏ ବାବଦରେ ୟୁନିଟ ପିଛା ସର୍ବାଧିକ ତାରିଫ ଦର ୯ ଟଙ୍କା ୨୯ ପଇସା ହିସାବରେ ୨୨ ହଜାର ୧୧ ଟଙ୍କା ଜରିମାନା କରାଯାଇଛି। ବିଦ୍ୟୁତ ବିଭାଗର ଏ ଜରିମାନା ଚିଠି ପାଇବା ପରେ ସୁରତୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅକ୍ଟୋବର ୧୩ ରେ କୌଣସି ଏନଫୋର୍ସମେଂଟ ଟିମ ତାଙ୍କ ଘରକୁ ଆସିନଥିଲେ। ଏପରିକି ତାଙ୍କ ଘରେ କୌଣସି ଗୃହ କୁ ବି ଯାଇନାହାନ୍ତି । ବିଦ୍ୟୁତ ଆଇନ-୨୦୦୩ର ଧାରା ୧୨୬ (ଖ) ଅନୁସାରେ ଚଢ଼ଉ କରିବାକୁ ଆସିଥିବା ଟିମ ବେଆଇନ ବିଦ୍ୟୁତ ବ୍ୟବହାର ସଂପର୍କିତ ପ୍ରମାଣ ସଂଗ୍ରହ କରିବା କଥା। ଯଦି ଟାଂପରିଂ ହୋଇଛି, ତାହାର ଭିଡିଓ କରିବା କଥା ଓ ହୁକ ପକାଇ ଜାଳୁଥିଲେ ବି ତାହାର ଫଟୋ ଉଠାଇବା କଥା। ଏମିତିକି ଚଢ଼ଉ ପରେ ତାଙ୍କୁ କୌଣସି ପ୍ରକାର ନୋଟିସ ବି ଦେଇନାହାନ୍ତି। କେବଳ ସୁରତୀ ଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିନାହିଁ। ଏମିତି ବହୁ ଉପଭୋକ୍ତା ହଇରାଣ ହୋଇଛନ୍ତି। ଜରିମାନା ଦେବାକୁ ବାଧ୍ୟ ହୋଇଛନ୍ତି। ବିଦ୍ୟୁତ କାର୍ଯ୍ୟାଳୟର କର୍ମଚାରି ନିଜ ନାମ ଗୋପନ ରଖି କହି ଛନ୍ତି ଯେ , ଏନଫୋର୍ସ ଟିମ୍ କେଉଁଠୁ ଆସନ୍ତି ଆମ ପାଖରେ କିଛି ସୂଚନା ନଥାଏ। ସେମାନେ ଫାଇନ କରିବା ପରେ କାଗଜପତ୍ର ଆମକୁ ଦେଇ ଯାଆନ୍ତି। ସୁଚନା ଥାଉକି , ବିଦ୍ୟୁତ ଚୋରି ଚଢ଼ଉ ପାଇଁ ଥାର୍ଡ ପାର୍ଟି କୁ ଦାୟିତ୍ୱ ଦିଆଯାଇଛି। ସେମାନେ ନିଜର ଟାର୍ଗେଟ ପୂରଣ ପାଇଁ ମନଇଛା ଚଢ଼ଉ କରିଥିବା ଦେଖାଇ ଫାଇନ ଲଗାଇଥାନ୍ତି। ଥାର୍ଡ ପାର୍ଟିଙ୍କ ଟାର୍ଗେଟ ପୂରଣ ନିଶାରେ ନିରୀହ ଗ୍ରାହକ ହଇରାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନଜର ରଖିବା ଉଚିତ।ତେବେ ଉକ୍ତ ଟିମ୍ ଏହି ବେଆଇନି ଯୋରିମାନା ପାଇଁ ବିଦ୍ୟୁତ୍ ଉପ ଭୋକ୍ତା ଶ୍ରୀମତୀ ନାୟକ ଆଇନି ରେ ଆଶ୍ରୟ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.