Home ଜିଲ୍ଲା ପରିକ୍ରମା ଉପଜିଲାପାଳଙ୍କ କୋର୍ଟର ପ୍ରବେଶ ନିଷେଧ ନିର୍ଦ୍ଦେଶକୁ ଅବମାନନା କରି ଗୃହ ନିର୍ମାଣ, ଥାନା ଅଧିକାରୀଙ୍କ ଠାରୁ...

ଉପଜିଲାପାଳଙ୍କ କୋର୍ଟର ପ୍ରବେଶ ନିଷେଧ ନିର୍ଦ୍ଦେଶକୁ ଅବମାନନା କରି ଗୃହ ନିର୍ମାଣ, ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ନପାଇ ଏସପିଙ୍କ ଦ୍ୱାରସ୍ତ

20

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ଗନ୍ଧର୍ବ ପୋଖରୀ ଗ୍ରାମର ଦେବେନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ଅପରପକ୍ଷ ଦୀନବନ୍ଧୁ ପୃଷ୍ଟି ଓ ଅନ୍ୟମାନେ ଗୃହ ନିର୍ମାଣ କରୁଥିବା ନେଇ ଉପଜିଲାପାଳଙ୍କ କୋର୍ଟରେ ମକଦ୍ଦମା କରିଥିଲେ। ଉପଜିଲାପାଳଙ୍କ କୋର୍ଟ ଦେବେନ୍ଦ୍ରଙ୍କ ଆବେଦନକୁ ଗ୍ରହଣ କରି ୨୩/୨୫ରେ ମକଦ୍ଦମା ରୁଜୁ କରି ଶୁଣାଣି କରିଥିଲେ। ଉପଜିଲାପାଳ ଅପରପକ୍ଷ ଦୀନବନ୍ଧୁ ଓ ଅନ୍ୟମାନଙ୍କୁ ସେହି ଜମି ଉପରକୁ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦେବା ସହିତ ଉଭୟପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶ ଉପରେ ଆବଶ୍ୟକ ପଦକ୍ଷେପ ନେବା ସହିତ ରିପୋର୍ଟ ତେବାକୁ ତହସିଲଦାର ଓ ପୀରହାଟ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ଅପରପକ୍ଷ ଅବମାନନା କରି ଗୃହ ନିର୍ମାଣ କରୁଥିବା ନେଇ ପୀରହାଟ ଥାନାରେ ଦେବେନ୍ଦ୍ର ଅଭିଯୋଗ କରିଥିଲେ। ମାତ୍ର ଥାନା ଅଧିକାରୀ କୌଣସି ପଦକ୍ଷେପ ନନେବାରୁ ଦେବେନ୍ଦ୍ର ଜିଲା ଏସପିଙ୍କ ଦ୍ୱାରସ୍ତ ହୋଇଥିଲେ। ଅତିରିକ୍ତ ଏସପି ପୀରହାଟ ଥାନା ଅଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଟେଲିଫୋନରେ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଦେବେନ୍ଦ୍ର ଉପଜିଲାପାଳଙ୍କ କୋର୍ଟରେ ଆବେଦନ କରିଛନ୍ତି ଯେ, ଆରୁହା ମୌଜାର ଖାତା ନଂ ୧୫୪, ପ୍ଲଟ ନଂ ୭୫୦ ଏ୦.୩ଡିସ୍ମିଲ ଜମିକୁ ତାଙ୍କ ବାପା କୃଷ୍ଣ ଚନ୍ଦ୍ର ଦାସ ୧୮.୦୧.୧୯୯୨ ମସିହାରେ ଅପରପକ୍ଷଙ୍କ ଠାରୁ କ୍ରୟ କରିଥିଲେ। ମାତ୍ର ଜମିକୁ ନାମଜାରୀ କରାଇ ନଥିବାରୁ ଦେବେନ୍ଦ୍ରଙ୍କ ବାପାଙ୍କ ନାମରେ ପଟା ହୋଇନାହିଁ। ସେହି ଜମିରେ ଅପରପକ୍ଷ ଗୃହ ନିର୍ମାଣ କରୁଥିବା ନେଇ ଆବେଦନ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.