Home ଜିଲ୍ଲା ପରିକ୍ରମା ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଲେ ବିଡ଼ିଓ

ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଲେ ବିଡ଼ିଓ

20

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଲୋକଙ୍କ ମଧ୍ୟରେ କୁଣ୍ଠା ଭାବ ଦେଖା ଦେଉଛି । ତେବେ ଆଜି ବନ୍ତ ବ୍ଲକ ବିଡ଼ିଓ ରେବେକା ବିଲୁଙ୍ଗ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତକୁ ସମୀକ୍ଷା କରିବାକୁ ଯାଇଥିଲେ । ସେଠାରେ ସରପଞ୍ଚ ବିଷ୍ଣୁ ମୋହନ ଜେନାଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ସଙ୍ଗୀତାରାଣୀ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବିଡ଼ିଓ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହିତ ରେକର୍ଡ଼ପତ୍ର ଯାଞ୍ଚ କରିଛନ୍ତି । ଏସଏଫସି ଓ ସିଏଫସି ଅର୍ଥର ହିସାବ, ମନେରେଗା ପ୍ରକଳ୍ପ ବିଲପ୍ରଦାନ ନେଇ ସମୀକ୍ଷା କରିଥିଲେ । ପରେ ଆପ୍ତିରାସଡ଼ଙ୍ଗୀ, ବିସଲକଣା ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଗୃହ କାର୍ଯ୍ୟ ତ୍ୱାରାନ୍ନିତ କରିବା ପାଇ ସଚେତନ କରାଇଥିଲେ । ଆପ୍ତିରସଡ଼ଙ୍ଗୀ ଗ୍ରାମର ମନେରେଗା ଯୋଜନାରେ ୫ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ରଜା ପୋଖରୀ ଖନନ କାର୍ଯ୍ୟକୁ ବୁଲି ଦେଖିଥିଲେ । ଏଥି ସହିତ କାର୍ଯ୍ୟ କରୁଥିବା ଜବକାର୍ଡ଼ଧାରୀ ମାନଙ୍କ ଅଭିଯୋଗକୁ ବିଚାରକୁ ନେଇ ସେମାନଙ୍କୁ ଅତିଶିଘ୍ର ମଜୂରୀ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଓଡ଼ଙ୍ଗ ପଞ୍ଚାୟତ ଯାଇ ସମୀକ୍ଷା କରିଥିଲେ । ସେଠାରେ ସ୍ଥାନୀୟ ସରପଞ୍ଚ କିଶୋର କିଙ୍କର ପଢିଆରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀକ୍ଷା ତ୍ରୀପାଠୀ ଓ କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳ ଉପସ୍ଥିତ ରହି ସମୀକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.