Home ଜିଲ୍ଲା ପରିକ୍ରମା   ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା 

  ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା 

436

ଯାଜପୁର୪ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆବାସ ଓ ଶୈାଚାଳୟ ସାଧାରଣ ଲୋକ ମାନଙ୍କର ସର୍ବ ନିମ୍ନ ମୈାଳିକ ଆବଶ୍ୟକତା ।  ତେଣୁ ଏଥିରେ ଅବହେଳା କରୁଥିବା ଯେ କୈାଣସି ଅଧିକାରୀ ବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ କଡା ନିର୍ଦ୍ଦେଶ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଦାନଗଦୀ ଭବନ ପରିସରରେ ସୁକିନ୍ଦା, ଦାନଗଦୀ ଓ କୋରେଇ ବ୍ଳ୍‌କର ବିଭିନ୍ନ ଜନହିତକାରୀ ଯୋଜନାର ସପଂଳ ରୂପାୟନ ସଂପର୍କରେ ଜିଲ୍ଲା ସ୍ତରୀୟ କର୍ମଶାଳା ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଶୈାଚାଳୟର ଅଗ୍ରଗତି ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଶୈାଚାଳୟର ଦୁର୍ବଳ ପ୍ରଦର୍ଶନ ପାଇଁ କାରଣ ପଚାରିଥିଲେ ।  ସ୍ୱଚ୍ଚ୍ଥ ଭାରତ ମିଶନ ଅଧିନରେ ଏହି ଶୈାଚାଳୟ କାର୍ଯ୍ୟାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୭୬୪୦ ଟି ନିର୍ମାଣ କାର୍ଯ୍ୟା ବକେୟା ରହିଚ୍ଥି ।  ଗୋଷ୍ଠୀଗତ ବା ସାମୁହିକ ଟଏଲଟ ଯୋଜନାରେ ୮୦୪ ଓ ଜନ ଗହଳି ସ୍ଥାନ ବା ପବ୍ଳ୍‌ିକ ପ୍ଳେସରେ ୬୦୩ ଏହିପରି ୧୪୦୭ ଟି ଶୈାଚାଳୟ ଏଥିରେ ସାମିଲ ।  ତେବେ ଜିଓ ଟ୍ୟାଗିଂ ୮୩.୪୬ ଭାଗ ହୋଇଚ୍ଥି ।  ସେହିପରି ବ୍ୟକ୍ତିଗତ ପାଇଖାନାରେ ୨୪୫୬୯୭ ଟି ଶୈାଚାଳୟ ମଧ୍ୟରୁ ଡିସେମ୍ୱର ୩ ତାରିଖ ପର୍ଯ୍ୟାନ୍ତ ୨୦୫୦୬୩ ଟିର ଜିଓ ଟ୍ୟାଗିଂ ହୋଇଥିବା ବେଳେ ୪୦୬୩୪ ଟିର ଜିଓ ଟ୍ୟାଗିଂ ବକେୟା ରହିଚ୍ଥି । ଅପର ପକ୍ଷରେ ବର୍ଯ୍ୟାବସ୍ତୁ ପରିଚାଳନାରେ ଜିଲ୍ଲାର ସମସ୍ତ ୩୧୧ ଟି ପଞ୍ଚାୟତରେ ବର୍ଯ୍ୟାବସ୍ତୁ ପରିଚାଳନାର ବାଇ-ଲ ବା ନିୟମାବଳୀ ପ୍ରସ୍ତୁତ ହୋଇଥିବା ବେଳେ ୧୦ ଟି ବ୍ଳ୍‌କ ସ୍ତରୀୟ ପରାମର୍ଶଦାତା କମିଟି ଓ ୭୫ ଟି  ପଞ୍ଚାୟତ ସ୍ତରୀୟ ପରାମର୍ଶଦାତା କମିଟି ଗଠନ କରାଯାଇଚ୍ଥି ବୋଲି ସମୀକ୍ଷାରୁ ଜଣାଯାଇଥିଲା ।  ଗ୍ରାମ୍ୟ ଆବାସ ଯୋଜନାରେ ସମୀକ୍ଷା କରି ପ୍ରକଳ୍ପ ନିର୍ଦ୍ଦେଶକ ଅଗ୍ରଗତିରେ ଉଲ୍ଲେଖନୀୟ ପ୍ରଦର୍ଶନ ହୋଇ ନଥିବାରୁ ବିରକ୍ତି ପ୍ରକାଶ କରିଥିଲେ ।  ଆବାସ ନିର୍ମାଣରେ ବିଳମ୍ୱ ଯୋଗୁ ହିତାଧିକାରୀ ୩ ମାସ ଓ ୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟା ଶେଷ କଲେ ଯେଊଁ ପ୍ରୋତ୍ସାହନ ରାଶି ପାଇବା କଥା  ସେଥିରୁ ବଞ୍ଚିତ ହେଉଚ୍ଥନ୍ତି ବୋଲି ସେ କହିଥିଲେ ।  ଯଥାଶିଘ୍ର ଏହାକୁ ସମାପନ କରି ହିତାଧିକାରୀଙ୍କୁ ସୁବିଧା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।  ସେହିପରି ପ୍ରତ୍ୟେକ ହିତାଧିକାରୀ ମହାତ୍ମା ଗାନ୍ଧୀ  ନିଶ୍ଚିତ କର୍ମ ନିଯୁ୍‌କ୍ତି ଯୋଜନାରେ ୯୫ ଦିନର କାମ ପାଇବା ବ୍ୟବସ୍ଥା ଥିବାରୁ ଏହାକୁ ପ୍ରତ୍ୟେକ ଦାୟିତ୍ୱରେ ଥିବା କର୍ମଚାରୀ ନିଶ୍ଚିତ କରିବାକୁ ନିର୍ଦ୍ଦେଶ େଇଥିଲେ ।  ଜିଲ୍ଲାରେ ଆବାସ ଯୋଜନାରେ ରାଜ୍ୟରେ ୧୯ ତମ ସ୍ଥାନରେ ରହିଚ୍ଥି ।  ପୂର୍ବରୁ ପ୍ରାୟ ୨୯ ନମ୍ୱରରେ ରହିଥିବା ବେଳେ ବର୍ତ୍ତମାନ ତାହାର ଅଗ୍ରଗତି ଘଟିଥିଲେ ମଧ୍ୟ ଆହୁରି ଅଧିକ ପରିଶ୍ରମ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ ।  ବର୍ତ୍ତମାନ ସୁଦ୍ଧା ୪୦୯୨ଟି ଆବାସ ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ ୨୧୬୧୭ ଅସଂପୂର୍ଣ୍ଣ ଅବସ୍ଥାରେ ରହିଚ୍ଥି ।  ତେଣୁ ଏହି ଅସଂପୂର୍ଣ୍ଣ ଘର ଗୁଡିକ ପୂର୍ଣ୍ଣାଙ୍ଗ କରିବାକୁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ଶ୍ରୀ ନାୟକ କଡା ନିର୍ଦ୍ଦେଶ ଦେଇଥିଲେ ।  ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, କୋରେଇ ବି.ଡି.ଓ. ତରଣୀସେନ ପଟ୍ଟନାୟକ ସୁକିନ୍ଦା ବି.ଡି.ଓ. ଡା. ବିଶ୍ୱଜିତ ଦାସ, ଦାନଗଦୀ ବି.ଡି.ଓ. ଡା. ମଣି ପ୍ରସାଦ ମିଶ୍ର,ଜିଲ୍ଲା ସ୍ଥଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ତଥା ଅତିରିକ୍ତ ପି.ଡି. ଅମୀୟ କୁମାର ପରିଜା, ଗ୍ରାମ୍ୟ ଆବାସର ଏ.ପି.ଡି. ସୋହାନା ବେଗମ, ଗିରିଜା ଶଙ୍କର ସୂତାର, ଏମ୍‌.ସି. ଚିନ୍ମୟ ସିଂ ପ୍ରମୁଖ ଯୋଗ ଦେଇ ସମୀକ୍ଷା କରିଥିଲେ ।  ଏଥିରେ ଦାନଗଦୀ, ସୁକିନ୍ଦା ଓ କୋରେଇ ବ୍ଳ୍‌କର ସମସ୍ତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ , ଜି.ଆର.ଏସ୍‌. ଓ ଅନ୍ୟାନ୍ୟ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.