Home ଜିଲ୍ଲା ପରିକ୍ରମା ଉଦଯାପନୀ ହେଲା ନାଟ୍ୟ ମହୋତ୍ସବ, ଶେଷ ସନ୍ଧ୍ୟାରେ ମଂଚସ୍ଥ ହେଲା ନାଟକ ‘କୁହୁଡି’

ଉଦଯାପନୀ ହେଲା ନାଟ୍ୟ ମହୋତ୍ସବ, ଶେଷ ସନ୍ଧ୍ୟାରେ ମଂଚସ୍ଥ ହେଲା ନାଟକ ‘କୁହୁଡି’

8

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ସଂଗୀତ ନାଟକ ଏକାଡେମୀ ଓଡିଶା ମିଳିତ ସହଯୋଗ ରେ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ଭଦ୍ରକ ର ଦ୍ୱାବିଂଶ ତମ ଚାରି ଦିବାସୀୟ ନାଟ୍ୟ ମହୋତ୍ସବ ୨୦୨୬ ଉଦଯାପନୀ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟା ରେ ନାଟକ ପରିବେଷଣ କରିଥିଲେ ଭୁବନେଶ୍ୱର ର ନାଟ୍ୟ ସଂସ୍ଥା ବିଦ୍ୟା କନକ ତାର ନାଟକ କୁହୁଡି, ତିନି ଦିନ ବ୍ୟାପି ନାଟ୍ୟ ମହୋତ୍ସବ ରେ ଦର୍ଶକ ଙ୍କୁ ଭରପୁର ମନୋରଞ୍ଜନ କରାଉଥିଲେ । ରାଜ୍ୟର ପ୍ରମୁଖ ନାଟ୍ୟ ସଂସ୍ଥା ମାନେ, ନାଟ୍ୟ ମହୋତ୍ସବର ଅନ୍ତିମ ସନ୍ଧ୍ୟା ସନ୍ଧ୍ୟାରେ ଭୁବନେଶ୍ୱର ର ନାଟ୍ୟ ସଂସ୍ଥା ବିଦ୍ୟା କନକ ତାର ବହୁ ସୁନାମ ଅର୍ଜନ କରିଥିବା ନାଟକ ନାଟ୍ୟକାର ଗୋପୀନାଥ ବାରିକଙ୍କ ରଚନା ଓ ଅବକାଶ ମିଶ୍ର ଙ୍କ ନିର୍ଦେଶନା ରେ ନାଟକ କୁହୁଡି ମଂଚସ୍ଥ କରିଥିଲା। ବିଶିଷ୍ଟ ନାଟ୍ୟକାର ଡ଼ ସୁଧାଂଶୁ ନାୟକ ସଭାପତିତ୍ୱ କରିବା ସହ ନାଟକ ବିଷୟରେ ଦର୍ଶକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଦୀର୍ଘ ବର୍ଷ ପରିଶ୍ରମ ପରେ ଆଜି ନଟରାଜ ନାଟ୍ୟ ମହୋତ୍ସବ ମାଧ୍ୟମରେ ନଟରାଜ ନାଟୁଆ ଦର୍ଶକ କିଛି ତିଆରି କରିପାରିଛି ବୋଲି ନିଜ ବକ୍ତବ୍ୟ ରେ କହିଥିଲେ। ନାଟ୍ୟ ମହୋତ୍ସବ ର ଶେଷ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ତୃତୀୟ ସନ୍ଧ୍ୟା କୁ ଦ୍ୱୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ସଂମ୍ମାନିତ ଅତିଥି ଭାବେ ଓଡିଶା ନାଟ୍ୟ ସଙ୍ଘ ର ସଭାପତି ତଥା ସ୍ୱଭା୍ୱ କବି ଗଙ୍ଗାଧର ମେହେର ଙ୍କ ଅଣ ନାତି ମିହିର ମେହେର ଯୋଗ ଦେଇ କଳା ସଂସ୍କୃତି ର ମାଟି ଭଦ୍ରକ କଳାକୁ ବଂଚାଇ ରଖିବା ପାଇଁ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ର ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଆଗାମୀ ଦିନରେ କିପରି ନାଟକ ଦର୍ଶକଙ୍କ ଆଦୃତ ହେବ। ରାଜ୍ୟ ତଥା ଜାତୀୟ, ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବେ ସେ ନେଇ ଆଲୋଚନା କରିଥିଲେ। ସେହିପରି ଅନ୍ୟ ଅତିଥି ଭାବେ ଭଦ୍ରକ ବ୍ଲକ ଅଧକ୍ଷା ଉର୍ମିଳା ନାୟକ, ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବ୍ଲକ ଅଧକ୍ଷା ସୁମତି ସେଠୀ ଯୋଗ ଦେଇ ନାଟକ ବିଷୟରେ ଆଲୋଚନା କରିବା ସହ କିପରି ଆହୁରି ଲୋକଙ୍କ ପାଖରେ ଆଦୃତ ହେବ ସେ ନେଇ ଅତିଥି ମାନେ ନିଜ ବକ୍ତବ୍ୟ ରେ ଆଲୋଚନା କରିଥିଲେ। ନାଟ୍ୟ ଅଂନୁଷ୍ଠାନ ତରଫରୁ ନାଟ୍ୟକାର ମିହିର ମେହେର, ଜୟନ୍ତୀ କର ଶର୍ମା, ଶଶୀକଳା ମିଶ୍ର ଏବଂ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ର ପୂର୍ବତନ ସଭାପତି ସ୍ୱର୍ଗତ ରମାନନ୍ଦ ମହାପାତ୍ର ଙ୍କୁ ମରଣାତର ସଂମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ନାଟକରେ କିପରି ବର୍ତମାନ ସମୟରେ ନିଜ ବାପା ମା ଙ୍କୁ ଘରୁ ବାହାର କରି ବୃଦ୍ଧା ଆଶ୍ରମ ରେ ରଖୁଛନ୍ତି। ମଡ଼ର୍ନ ହେବା ନିଶାରେ ପରିବାର ଠୁ ଦୁରେଇ ରହି ଏକା ଏକା ରହିବା ପାଇଁ ଯେପରି ଜୀବନ ଯାପନ କରୁଛନ୍ତି ତାରି ଉପରେ ନାଟକ ପରିବେଷଣ କରିଥିଲେ। ଆଜିର ସମାଜ ରେ ହେଉଥିବା ବାସ୍ତବ ଘଟଣା ର ଏହି ନାଟକ କୁ ବେଶ ପସନ୍ଦ କରୁଥିଲେ ଦର୍ଶକ। ମଂଚ ପରିଚାଳନା ରେ ଉପ ସଭାପତି ଶିବ ପ୍ରସାଦ ମହାନ୍ତି, ସମ୍ପାଦକ ଦେବବ୍ରତ ମହାନ୍ତି, ପ୍ରଦୀପ ବାରିକ, କମଳ ଲୋଚନ ପଣ୍ଡା, ବୃନ୍ଦାବନ ସାହୁ, କାଳନ୍ଦୀ ମଲ୍ଲିକ,ଶୁଭେନ୍ଦୁ ସାହୁ, ନିର୍ମଳ ପରିଡା, ମନୋଜ ମିଶ୍ର ଭବେଶ ସାହୁ, ସୁମତି ପଣ୍ଡା, ସନିଆ ସା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.