Home ଜିଲ୍ଲା ପରିକ୍ରମା ଉଦଘାଟନର ପାଂଚ ବର୍ଷ ପରେ ବି ହସ୍ତାନ୍ତର ହେଉନାହିଁ ହଷ୍ଟେଲ

ଉଦଘାଟନର ପାଂଚ ବର୍ଷ ପରେ ବି ହସ୍ତାନ୍ତର ହେଉନାହିଁ ହଷ୍ଟେଲ

15

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଭଣ୍ଡାରିପୋଖରୀ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ମାଣ କରାଯାଇଥିବା ହଷ୍ଟେଲ ଟି କଲେଜ କର୍ତୃ ପ କ୍ଷ ଙ୍କୁ ହସ୍ତାନ୍ତର ହୋଇ ନାହିଁ।ଏହା ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ସାମଲ ଙ୍କ ଦ୍ୱାରା ୨୦୧୯ମସିହା ମାର୍ଚ୍ଚ ମାସ ରେ ଉଦ ଘ।ଟିତ ହୋଇ ସରିଅଛି। ୧୦୦ଶଯ୍ୟା ବିଶିଷ୍ଠ ଏହି ବାଳିକା ହଷ୍ଟେଲ ଟି ର ପାଚେରୀ ସମେତ ସମସ୍ତ ଭିତିଭୂମି ରହିଥିଲା ବେଳେ ହଷ୍ଟେଲ ଭିତରେ ବେଡ଼ ନାହିଁ। ଏହାର କାର୍ଯକ୍ଷମ ପ୍ରତି ବ୍ଲକ ପ୍ରଶାସନ ଏପରିକି ଜିଲ୍ଲା ପ୍ରଶାସନ ଏହାକୁ ବିଭିନ୍ନ ଜିଲ୍ଲାସ୍ତରୀୟ କାମ ରେ କୋଭିଡ ସମୟ ଠାରୁ ବ୍ୟବହାର କରି ଆସୁଥିଲା ବେଳେ ଧ୍ୟାନ ନ ଦେବା ପରିତାପର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.