Home ଜିଲ୍ଲା ପରିକ୍ରମା “ଉତ୍ସାହ”ରେ ରାଜ୍ୟସ୍ତରରେ ଭଦ୍ରକ ଜିଲ୍ଲାର ସଫଳତା

“ଉତ୍ସାହ”ରେ ରାଜ୍ୟସ୍ତରରେ ଭଦ୍ରକ ଜିଲ୍ଲାର ସଫଳତା

12

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ସମସ୍ତ ଶିଶୁଯତ୍ନ ଅନୁଷ୍ଠାନମାନଙ୍କର ଅନ୍ତେବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରରେ ଅନୁଷ୍ଠିତ ହୋଇଯାଇଥିବା କ୍ରୀଡ଼ା କାର୍ଯ୍ୟକ୍ରମ ‘ଉତ୍ସାହ’ରେ ଚାରିଟି କ୍ରୀଡ଼ାରେ ଭଦ୍ରକ ଜିଲ୍ଲାକୁ ଅଶେଷ ସଫଳତା ପ୍ରାପ୍ତ ହୋଇଛି । ଫୁଟବଲ କ୍ରୀଡ଼ାରେ ଭଦ୍ରକ ଜିଲ୍ଲା ଗାନ୍ଧୀବାଳାଶ୍ରମର ଅନ୍ତେବାସୀ ସମ୍ବଲପୁର ଜିଲ୍ଲାକୁ ୩-୧ଗୋଲରେ ପରାସ୍ତକରି ରାଜ୍ୟରେ ଚମ୍ପିଆନ ହୋଇଥିବା ବେଳେ ଉକ୍ତ ଅନୁଷ୍ଠାନର ଛାତ୍ର ରଞ୍ଜିତ ମୁଣ୍ଡୁରୀ ଦୁଇଶହ ମିଟର ଦୌଡ଼ରେ ତୃତୀୟସ୍ଥାନ ଏବଂ ବାଳକ ରିଲେ ରେସ୍‌ରେ ସେହି ଗାନ୍ଧୀବାଳାଶ୍ରମର ଅନ୍ତେବାସୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଶାନ୍ତି ଆଶ୍ରମ ତିହିଡ଼ି ଓ ମାନବସେବା କନ୍ୟା ଆଶ୍ରମ ପଗଡ଼ର ଅନ୍ତେବାସୀ ବାଳିକା ରିଲେ ରେସ୍‌ରେ ମିଳିତଭାବେ ଦ୍ୱିତୀୟ ସ୍ଥାନ ଲାଭ କରିଛନ୍ତି । ପ୍ରକାଶଥାଉକି କଳିଙ୍ଗ ଷ୍ଟାଡ଼ିୟମ୍ ଭୁବନେଶ୍ୱରରେ ଏହି ରାଜ୍ୟସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମ ନଭେମ୍ବର ୨୭ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପାଇଁ ସଫଳତା ଆଣିଥିବା ସମସ୍ତ ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ସମୟରେ ଆହୁରି ଅଧିକ ସଫଳତା ଅର୍ଜନ କରି ଜିଲ୍ଲାର ନାମ ରଖିବାକୁ ଉତ୍ସାହିତ କରିଥିଲେ । ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ, ସଦସ୍ୟ ଅମର ବାରିକ୍ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜେଜେବି ସଦସ୍ୟ ବନମାଳୀ ଯେନା, ଗାନ୍ଧୀ ବାଳାଶ୍ରମର ସଂପାଦକ ଅଶୋକ କୁମାର ଦାସ ଉକ୍ତ ଅନୁଷ୍ଠାନର କାଉନ୍‌ସିଲର ସସ୍ମିତା ନାୟକ, ଚାଇଲଡ଼୍ ହେଲ୍‌ପ୍ ଲାଇନ୍‌ର ଜିଲ୍ଲା ସଂଯୋଜିକ ଶୁଭଶ୍ରୀ ପଢ଼ିଆରୀ, ସାରଳା ଫାଉଣ୍ଡେସନ୍‌ର ଜ୍ଞାନ ରଂଜନ ବାରିକ୍‌, ଡ଼ିସିପିଓ ୟୁନିଟ୍‌ର ବାହ୍ୟ କର୍ମୀ ମହେଶ ଚନ୍ଦ୍ର ଦାସ, ଦମୟନ୍ତୀ ଦାସ, ସମାଜ କର୍ମୀ ସୁବ୍ରତ ଦାସ, ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା, ସ୍ୱାଗତିକା ବାରିକ୍‌, ଆସିଆନାର ସଂଯୋଜକ ରିଆଜ ଅହମଦ ପ୍ରମୁଖ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.