Home ଓଡ଼ିଶା ଉତ୍ତର-ପୂର୍ବ ଶିକ୍ଷା ସମ୍ମିଳନୀ ୨୦୨୧କୁ ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ : ଭାରତବର୍ଷରେ ଶିକ୍ଷା...

ଉତ୍ତର-ପୂର୍ବ ଶିକ୍ଷା ସମ୍ମିଳନୀ ୨୦୨୧କୁ ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ : ଭାରତବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଗଠନ ହେବ ସ୍ୱତନ୍ତ୍ର ଶିକ୍ଷା ଜୋନ- ଧର୍ମେନ୍ଦ୍ର ପ୍ରଧାନ

30

– ନୂଆ ଜାତୀୟ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି
– ନୂଆ ଶିକ୍ଷା ନୀତିର ବୃହତ ଲାଭାର୍ଥୀ ହେେବେ ଛାତ୍ରଛାତ୍ରୀ
– ଜାତୀୟ ଶିକ୍ଷା ନୀତି ଶିକ୍ଷାରେ ଭାଷାର ସମ୍ଭାବନାକୁ ବୃଦ୍ଧି କରିଛି

ଗୌହ୍ୱାଟି, ନଭେମ୍ବର ୧୯ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍‌ଦର୍ଶନରେ ସମଗ୍ର ଭାରତବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷା ଜୋନ ଗଠନ କରିବା ପାଇଁ ଆମେ ରୋଡମ୍ୟାପ ପ୍ରସ୍ତୁତ କରୁଅଛୁ ବୋଲି ଶନିବାର ଆସାମର ଗୌହ୍ୱାଟୀ ଠାରେ ଆୟୋଜିତ ଉତର-ପୂର୍ବ ଶିକ୍ଷା ସମ୍ମିଳନୀ ୨୦୨୧କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ୁଛି। ଉତର-ପୂର୍ବରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରାଯାଉଛି। ନୂଆ ଶିକ୍ଷା ନୀତିରେ ଛାତ୍ରଛାତ୍ରୀମାନେ ବୃହତ ଲାଭାର୍ଥୀ ହେବେ। ପ୍ରାଥମିକ ଶିକ୍ଷା ସମୟରୁ ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଶିକ୍ଷା ଦେବା ସହ ଏକବିଂଶ ଶତାବ୍ଦୀରେ ଜ୍ଞାନ ଓ କୌଶଳ ସହିତ ପ୍ରସ୍ତୁତ କରିବା ସହ ଯୁବପିଢି ମାନଙ୍କୁ ବୈଶ୍ୱିକ ନାଗରିକ ପାଇଁ ପ୍ରସ୍ତୁତ କରିବାକୁ ଜାତୀୟ ଶିକ୍ଷା ନୀତି ପ୍ରାଧାନ୍ୟ ଦେଉଅଛି।

ଜାତୀୟ ଶିକ୍ଷା ନୀତି ଭାରତୀୟ ଜ୍ଞାନ ପଦ୍ଧତି, ଆଂଚଳିକ ଭାଷା, କଳା ଏବଂ ସଂସ୍କୃତିକୁ ଏକତ୍ରୀକରଣ କରିବାରେ ଏକ ଜାଗରଣ ସୃଷ୍ଟି କରିବା ସହିତ ଆମର ବିବିଧତା ଓ ସଭ୍ୟତାକୁ ଉତ୍ସବମୁଖର କରିବା। ଉତର-ପୂର୍ବାଂଚଳ ଭାଷାର ବିବିଧତା ଠାରୁ ବଡ଼ ସାକ୍ଷୀ କେହି ହୋଇପାରିବେ ନାହିଁ। ଏହି ଉତର-ପୂର୍ବାଂଚଳରେ ପ୍ରାୟ ୧୮୦ଟି ଭାଷାଭାଷୀ କହୁଥିବା ଜନଜାତି ବସବାସ କରନ୍ତି। ଜାତୀୟ ଶିକ୍ଷା ନୀତି ଶିକ୍ଷାରେ ଭାଷାର ସମ୍ଭାବନାକୁ ବୃଦ୍ଧି କରିଛି।

ଭାରତରେ ମାତୃଭାଷା ଆଧାରିତ ଶିକ୍ଷା ପାଇଁ ଆସାମ ଏକ ଗନ୍ତାଘର ହେବାକୁ ଯାଉଛି। ଆସାମ ମୁଖ୍ୟମନ୍ତ୍ରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପରି ପ୍ରମୁଖ କ୍ଷେତ୍ରଗୁଡିକୁ ପ୍ରାଥମିକତା ଦେଇଛନ୍ତି ଏବଂ ସରକାରଙ୍କ ସେୟାରକୁ ଶିକ୍ଷା ପାଇଁ ଜିଡିପିର ୬ ପ୍ରତିଶତ ବୃଦ୍ଧି କରିଛନ୍ତି। ଅପାର ସମ୍ଭାବନାର ଉତର-ପୂର୍ବ ରାଜ୍ୟ ସମୂହ ଏବଂ ଦେଶର ଶିକ୍ଷା କ୍ଷେତ୍ରରେ ଗୌହ୍ୱାଟୀ ପେଙଋସ୍ଥଳି ହୋଇପାରିବ। ଗୋହ୍ୱାଟୀରେ ଆୟୋଜିତ ଦୁଇଦିନିଆ ଶିକ୍ଷା ସମ୍ମିଳନୀ ଯୁବପିଢ଼ିଙ୍କ ପାଇଁ ଏକ ଉତମ ଭବିଷ୍ୟତ ନିଶ୍ଚିତ କରିବାରେ ଫଳପ୍ରଦ ହେବ।

ଶଙ୍କରଦେବ ଏଜୁକେସନ ଏବଂ ରିସର୍ଚ୍ଚ ଫାଉଣ୍ଡେସନ(ଏସଇଆରଏଫ) ଏବଂ ଆସାମା ସରକାରଙ୍କ ଦ୍ୱାରା ଏହି ଉତର-ପୂର୍ବ ଶିକ୍ଷା ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ଉଦଘାଟନୀ କନକ୍ଲେଭରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଆସାମ ଶିକ୍ଷା ମନ୍ତ୍ରୀ ରନୋଜ ପେଗୁ, ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେହିପରି ଦେଶର ଅନେକ ଶିକ୍ଷାବିତ, ଉତର-ପୂର୍ବାଂଚଳର ୮ଟି ରାଜ୍ୟର ଶିକ୍ଷା ପରାମର୍ଶଦାତା, କେନ୍ଦ୍ରୀୟ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରମୁଖ ମହାନୁଭବମାନେ ଏହି କନକ୍ଲେଭରେ ଯୋଗଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.