Home କେନ୍ଦୁଝର ଉତ୍ତରେଶ୍ୱର କ୍ରିକେଟ, କେୱାସି ଚମ୍ପିୟାନ

ଉତ୍ତରେଶ୍ୱର କ୍ରିକେଟ, କେୱାସି ଚମ୍ପିୟାନ

48

ହାଟଡ଼ିହି, ୪ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ମୁଗୁପୁର ଉତ୍ତରେଶ୍ୱର କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ କେୱାଇସି କ୍ରିକେଟ କ୍ଲବ ପଞ୍ଚୁଗୋଛିଆ କ୍ରିକେଟ କ୍ଲବକୁ ପରାସ୍ତ କରି ଚମ୍ପିୟାନ ହୋଇଛି । ପ୍ରଥମେ ବ୍ୟାଟିଂ କରି କେୱାଇସି ନିର୍ଦ୍ଧାରିତ ୧୫ଓଭରରେ ୧୫୯ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ସାଗର ସା ୪୦ରନ, ରାକେଶ ଜେନା ୪୬ ଓ ପପନ ଜେନା ୩୯ରନ କରିଥିଲେ । ପଞ୍ଚୁଗେରାଛିଆ କ୍ରିକେଟ କ୍ଲବ ୧୬୦ରନର ପିଛାକରି ମାତ୍ର ୧୨୦ରନ କରିବାକୁ ସମର୍ଥ ହୋଇଥିଲା । କେୱାଇସିର ସିପୁ ଜେନା ୩ଓଭର ବୋଲିଂ କରି ୫ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଆକାଶ ସାହୁ ଓ ପ୍ରଦୀପ ସାହୁ ଆମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଦୀପକ ଦଳେଇ, ଭରତ ଦଳେଇ ଗୁରିଆ ଦଳେଇ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ମନୋଜ ଜେନା ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.