Home Top News ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି

ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି

79

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ତିରଥ ସିଂ ରାୱତଙ୍କ ଇସ୍ତଫା ପରେ ବର୍ତ୍ତମାନ ପୁଷ୍କର ସିଂ ଧାମି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ବିଜେପି ବିଧାୟକଦଳ ବୈଠକରେ ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ବିଧାୟକଦଳ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଦାୟିତ୍ୱରେ ଥିବା ଦୁଷ୍ୟନ୍ତ କୁମାର ଗୌତମ ମଧ୍ୟ ଉପସ୍ଥିତ ଥିଲେ। ବିଧାନସଭା ଦଳର ବୈଠକରେ ଶେଷରେ ପୁଷ୍କର ସିଂ ଧାମିଙ୍କ ନାମରେ ମୋହର ଲାଗିଛି।

କୁମାଉଁର ଖଟିମା ବିଧାନସଭା ନିର୍ବାଚନମଣ୍ଡଳୀରୁ ପୁଷ୍କର ସିଂ ଧାମି ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନିକଟତର ବୋଲି ବିବେଚନା କରାଯାଏ। ସେ ମଧ୍ୟ ସଂଘର ନିକଟତର। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂ କୋଶ୍ୟାରୀଙ୍କ OSD ରହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ପୁଷ୍କର ସିଂ ଧାମିଙ୍କ ନାମ ଘୋଷଣା କରିଛନ୍ତି।

ପୁଷ୍କର ସିଂ ଧାମି ୧୬ ସେପ୍ଟେମ୍ବର ୧୯୭୫ ରେ ଉତ୍ତରାଖଣ୍ଡର ପିଥୋରାଗଡର ଦିଦିହାଟ ତହସିଲର ଟୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସେନାରେ ଥିଲେ। ସେ ତିନି ଭଉଣୀର ଭାଇ। ପୁଷ୍କର ସିଂଙ୍କ ପ୍ରାଥମିକ ଶିକ୍ଷା ଦିଶା ଗାଁର ସରକାରୀ ବିଦ୍ୟାଳୟରେ ହୋଇଥିଲା। ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି।

ଜଣେ ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସି ୪୬ ବର୍ଷିୟ ପୁଷ୍କର ସିଂ ୧୯୯୦ ରୁ ୧୯୯୯ ପର୍ଯ୍ୟନ୍ତ ଅଖିଳ ଭାରତ ବିଦ୍ୟା ପରିଷଦରେ ବିଭିନ୍ନ ପଦବୀରେ ରହିଆସିଛନ୍ତି। ସେ ଜିଲ୍ଲା ଠାରୁ ରାଜ୍ୟ ତଥା ଜାତୀୟ ସ୍ତରରେ ଛାତ୍ର ପରିଷଦରେ କାର୍ଯ୍ୟ କରିଥିଲେ। ସେ ଦୁଇଥର ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ହୋଇଛନ୍ତି।

ବିଜେପି ସରକାରଙ୍କ ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଉତ୍ତରାଖଣ୍ଡର ତୃତୀୟ ମୁଖ୍ୟମନ୍ତ୍ରୀ ହେବେ। ଏହା ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ୨୦୧୭ ରେ ନିର୍ବାଚନ ପରେ ବିଜେପି ଉତ୍ତରାଖଣ୍ଡର କମାଣ୍ଡ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ହସ୍ତାନ୍ତର କରିଥିଲା। ସେ ପ୍ରାୟ ୪ ବର୍ଷ ଧରି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପରେ ତିରଥ ସିଂ ରାୱତ ୪ ମାସ ଧରି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ, ଇସ୍ତଫା ପରେ ବର୍ତ୍ତମାନ ପୁଷ୍କର ସିଂ ଧାମି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଉତ୍ତରାଖଣ୍ଡରେ ୭୦ ଟି ବିଧାନସଭା ଆସନ ଅଛି, ସେଥିମଧ୍ୟରୁ ୫୭ ଟି ଆସନ ଦଖଲ କରିଛି ବିଜେପି। ଆଗାମୀ ୨୦୨୨ ନିର୍ବାଚନ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜଠାରୁ କମ୍ ହେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.