Home ଜିଲ୍ଲା ପରିକ୍ରମା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଓ ଚାରା ବଣ୍ଟନ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଓ ଚାରା ବଣ୍ଟନ

22

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସପ୍ତାଘର ଠାରେ ଉତ୍କଳ ସାମ୍ବାଦିକ ସଂଘ ଭଦ୍ରକ ଶାଖା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ଚାରା ବଣ୍ଟନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଳାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କରୋନା କଟକଣା ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ରାଜ୍ୟ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ଦୟାନିଧି ମିଶ୍ର, ସଂଘର ଉପଦେଷ୍ଠା ପାର୍ଥସାରଥି ନାୟକ, ଅଜୟ ପଣ୍ଡା, ପ୍ରକାଶ ମହାପାତ୍ର, ରାମଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ଜେନା, ସନ୍ତୋଷ ଦାସ, ରାଧାବଲ୍ଲଭପୁର ପଂଚାୟତର ସରପଂଚ ଟୁନିବାଳା ବିଶ୍ୱାଳ, ସରପଂଚ ପ୍ରତିନିଧି ଶ୍ରୀକାନ୍ତ ନାୟକ, ପୂର୍ବତନ ସରପଂଚ ସୁବାଷ ମହାକୁଡ଼, ସାମ୍ବାଦିକ ସୁଧାକର ଦାଶ, ରାଜେନ୍ଦ୍ର ସତପଥି, ମାନଗୋବିନ୍ଦ ନାୟକ, ସେକ୍ ଜାଫର ଅଲ୍ଲୀ, ସୁଶାନ୍ତ ରାଉତ, ଜଗନ୍ନାଥ ବେହେରା, ମାନସ ପରିଡ଼ା, ସଂଜୀବ ନାୟକ, ସଂଜୀବ ମହାନ୍ତି, ଅଭୟ ସାହୁ, ପିତାମ୍ବର ଦାସ, ସାଧନ ଧର, ମନୋଜ ବାରିକ, ପ୍ରଦୀପ ବାରିକ ପ୍ରମୁଖ ଯୋଗଦେଇ ରକ୍ତଦାନ ମହତଦାନ ଏହି ସ୍ୱେଚ୍ଛାକୃତ ରକ୍ତଦ୍ୱାରା ଅନ୍ୟ ଜଣକର ଜୀବନ ବଂଚିବାର ଏକ ସୁଯୋଗ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରେ ସଂଘ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମାଜସେବୀ, ଶିକ୍ଷାବିତ୍‌, ଚାଷୀ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ଚାରା ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ସାମ୍ବାଦିକ ପ୍ରଦୀପ ମହାପାତ୍ର ଉଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସଂଘର ସାମ୍ବାଦିକ ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.