Home ଜିଲ୍ଲା ପରିକ୍ରମା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

5

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ରବିନାରାୟଣ ଖିଲାର ଙ୍କ ନେତୃତ୍ୱ ରେ ଜିଲାପାଳ ଦିଲୀପ ରାଉତରାଏଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା କ୍ରମାଗତ ବଢିଚାଲିଛି। ଏହାକୁ ନେଇ ସାରା ରାଜ୍ୟରେ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟରେ ‘ସାମ୍ବାଦିକ ସୁରକ୍ଷା ଆଇନ’ ପ୍ରଣୟନ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତାଙ୍କ ସମେତ ୨୫ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ସାମିଲ କରିବା ସହିତ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକଙ୍କ ପାଇଁ ପେନ୍‌ସନ ଲାଗୁ କରିବା ଆଦି ଦାବିନେଇ ଦୃଷ୍ଟି ଆକର୍ଷଣ ପୂର୍ବକ ସଂଘ ପକ୍ଷରୁ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଜିଲାର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲାପାଳ ଶ୍ରୀ ରାଉତରାଏ ସହିତ ସଂଘ ପକ୍ଷରୁ ଆଲୋଚନା କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ନରେନ୍ଦ୍ର ସାମଲ,ଅପୂର୍ବ ରଞ୍ଜନ ବେହେରା, ଅଶ୍ୱିନୀ ପାଢ଼ୀ, ସାଧନ କୁମାର ଧର, କାଳିପଦ ରାୟ,ସେକ ଜାଫର ଅଲ୍ଲୀ, ସୁଶାନ୍ତ ରାଉତ, ସୁଜୟ ପାକଳ, ସଞ୍ଜୟ ଦାସ, ଦୁର‌୍ୟୋଧନ ଲେଙ୍କା, ଜଗନ୍ନାଥ ବେହେରା, ପୁନିଲ ସାମନ୍ତ, ଅବଦୁଲ ଫିରୋଜ ଖାଁ, ଅଶୋକ ସାହୁ, ସୀତାକାନ୍ତ ବିଶ୍ୱାଳ, କାଁହୁ ଜେନା, ଅଜୟ ମଲ୍ଲିକ ସମେତ ସମସ୍ତ ସାମ୍ବାଦିକ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.