Home ଜିଲ୍ଲା ପରିକ୍ରମା ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖାର ବୈଠକ

ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖାର ବୈଠକ

80

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଉତ୍କଳ ଦିବସ ପାଳନ ନିମନ୍ତେ ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖାର ଏକ ପ୍ରସ୍ତୁତି ବୈଠକ ତ୍ୟାଗଭୂମି ଭବନରେ ଅନୁଷ୍ଠିତ ହୋଇ ଯାଇଛି । ସମ୍ମିଳନୀର ଭଦ୍ରକ ଶାଖା ସଭାପତି ପ୍ରଫେସର ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସାମ୍ପ୍ରତିକ ସମୟରେ ଓଡ଼ିଶା ଉପରେ ଆନ୍ଧ୍ର ପ୍ରଦେଶର ଜୁଲୁମ୍‌କୁ ତୀବ୍ର ବିରୋଧ କରାଯାଇଥିଲା । କୁଟିଆ ଓଡ଼ିଶାର, ଏହାର ସୁରକ୍ଷା ପାଇଁ ସରକାର ଏ ବାବଦରେ ପଦକ୍ଷେପ ସଠିକ୍ ଭାବେ ନେଉ ନାହାନ୍ତି ବୋଲି ସଦସ୍ୟ ଗୋବର୍ଦ୍ଧନ ସାମଲଙ୍କ ଆରୋପରେ ଉତ୍ତର ରଖି ସମ୍ପାଦକ ଅଜୟ ନାୟକ କହିଥିଲେ ଯେ, କୁଟିଆ ମାମଲା ସୁପ୍ରିମ୍ କୋର୍ଟର ବିଚାରାଧୀନ ରହିଥିବାରୁ ସେ ସଂକ୍ରାନ୍ତରେ କୌଣସି ଆଲୋଚନା କରାଯିବା ଉଚିତ ନୁହେଁ । ଓଡ଼ିଶା ସୀମାନ୍ତରେ ରହୁଥିବା ନୀରିହ ଲୋକଙ୍କୁ ପ୍ରଲୋଭିତ କରି ଅନ୍ୟ ରାଜ୍ୟମାନେ ଯେଉଁଭଳି ଓଡ଼ିଶାର କିଛିକିଛି ଗ୍ରାମକୁ କବ୍‌ଜା କରିବାକୁ ପ୍ରୟାସ କରୁଛନ୍ତି ତାହାକୁ ପ୍ରତିରୋଧ ନକଲେ ଆଗାମୀ ଦିନରେ ଏହା ଭୟାବହ ହେବ । ଏ ଦିଗରେ ସମ୍ମିଳନୀ ପକ୍ଷରୁ ରାଜ୍ୟ ସରକାରଙ୍କଠାରେ ଦାବି କରାଯିବା ସହ ସମ୍ମିଳନୀ ଏ ଦିଗରେ ନିଜସ୍ୱ ପ୍ରୟାସ ଜାରି ରଖିବ ବୋଲି କହିଥିଲେ । ସମ୍ମିଳନୀର ଉପସଭାପତି ଏସ୍‌.ଏମ୍‌. ଫାରୁକ, ସଂଗଠନ ସମ୍ପାଦକ ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ବାବୁଲାଲ ଦାସ ପ୍ରମୁଖ ଆଲେଚନାରେ ଭାଗ ନେଇ ଏ ଦିଗରେ ଆସନ୍ତା ଏପ୍ରିଲ ପହିଲାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ସ୍ମାରକପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପ୍ରତିବର୍ଷ ଭଳି ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଦିବସ ପାଳନ କରିବାକୁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶାନ୍ତନୁ କୁମାର ରାଉତ, ଗୋଲକ ବିହାରୀ ସାହୁ, ଗୌରାଙ୍ଗ ଚନ୍ଦ୍ର ବାରିକ, ବୈଲୋଚନ ବେହୁରିଆ, ବସନ୍ତ କୁମାର ମହାନ୍ତି, ସୁଧାକର ରାଉତ, ଅମରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ କେନ୍ଦ୍ରୀୟ ସଦସ୍ୟା ଡ. ରାଧାରାଣୀ ମହାପାତ୍ର ଧନ୍ୟବାଦ ଅପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.