ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ନିୟମ ଅନୁଯାୟୀ ଓଡ଼ିଶାର ବ୍ୟବସାୟୀ, ବାଣିଜ୍ୟିକ ପ୍ରତିଷ୍ଠାନ ତଥା ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଓଡ଼ିଆରେ ନାମ ଫଳକ ଲେଖିବା କଥା। ସରକାର ଏଥି ପ୍ରତି ଜିଲ୍ଲାପାଳ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶନାମା ଜାରୀ କରିଥିଲେ ମଧ୍ୟ ବାସ୍ତବରେ ଏହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇ ନାହିଁ। ଆମ ଜିଲ୍ଲା ଭଦ୍ରକରେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିବାରୁ ଆଜି ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖାର କର୍ମକର୍ତା ଓ ସଦସ୍ୟ ସଦସ୍ୟାମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଏହାକୁ ଗ୍ରହଣ କରି ଯଥାଶୀଘ୍ର କାର୍ଯ୍ୟକାରୀ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦାବୀପତ୍ର ପ୍ରଦାନ ବେଳେ ସଭାପତି ଝରଣା ପଟ୍ଟନାୟକ, ସମ୍ପାଦକ ଅଜୟ କୁମାର ନାୟକ, ଯୁଗ୍ମ ସଂପାଦକ ବାବୁଲାଲ ଦାସ, ସଂଗଠନ ସମ୍ପାଦକ ଚର୍ଚ୍ଚିକା ମହାପାତ୍ର, ସୁଧାକର ରାଉତ, ଡ. ରାଧାରାଣୀ ମହାପାତ୍ର, ଗୀତାରାଣୀ ଆଇଚ, ଲକ୍ଷ୍ମୀକାନ୍ତ ବାରିକ, ବିବେକାନନ୍ଦ ମୁଖାର୍ଜୀ, ଅନ୍ନପୂର୍ଣ୍ଣା ସାହୁ, ଅମର ପାଣିଗ୍ରାହୀ, ମୁକ୍ତିକାନ୍ତ ମହାପାତ୍ର, ତପନ କୁମାର ଡାକୁଆ ତଥା ସମ୍ମିଳନୀର ବହୁ ସଦସ୍ୟ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।