Home ଜିଲ୍ଲା ପରିକ୍ରମା ଉତ୍କଳ ମ୍ୟୁଜିକ ଅନୁଷ୍ଠାନ ପକ୍ଷରୁ ଭଦ୍ରକରେ ବିଶ୍ୱ ସଂଗୀତ ଦିବସ ପାଳିତ

ଉତ୍କଳ ମ୍ୟୁଜିକ ଅନୁଷ୍ଠାନ ପକ୍ଷରୁ ଭଦ୍ରକରେ ବିଶ୍ୱ ସଂଗୀତ ଦିବସ ପାଳିତ

4

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ମ୍ୟୁଜିକ ଅନୁଷ୍ଠାନ ତରଫରୁ ଭଦ୍ରକରେ ବିଶ୍ୱ ସଂଗୀତ ଦିବସ ପାଳିତ ହୋଇଯାଇଛି। ଭଦ୍ରକ ସହୀଦ ସ୍ମୃତି ଭବନରେ ବିଶ୍ୱ ସଂଗୀତ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇଥିଲେ। ନାଟ୍ୟ ନିର୍ଦେଶକ ଲଳିତେନ୍ଦୁ ମହାପାତ୍ର, ନିଖିଳ ଘୋଷ, ଆଇନଜୀବୀ ଲମ୍ବୋଦର ମହାପାତ୍ର ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ଲଲାଟେନ୍ଦୁ ମହାନ୍ତି , ଆଇନଜୀବୀ ଲମ୍ବୋଦର ନାୟକ, ଉତ୍କଳ ମିଉଜିକ ଅନୁଷ୍ଠାନର ପ୍ରତିଷ୍ଠାତା ସୁବୋଧ ନାୟକ ଉପସ୍ଥିତ ରହି ଆଜିର ଏହି ବିଶ୍ୱ ସଂଗୀତ ଦିବସ ବିଷୟରେ ଆଲୋଚନା କରିଥିଲେ। ମଣିଷ ସମାଜରେ ସଂଗୀତ ବିନା ଜୀବନ ଅଧୁରା, ସଂଗୀତ ଓ ଯୋଗ ଉଭୟ ପରିପୂରକ ଯୋଗ ମାଧ୍ୟମରେ ଯେପରି ରୋଗ ଭଲ ହୁଏ ଠିକ ସେହିପରି ସଂଗୀତ ମାଧ୍ୟମରେ ରୋଗ ମଧ୍ୟ ଭଲ ହୋଇଥାଏ। ସଂଗୀତ ମାନସିକ ଅବସାଦ ଦୂର କରିଥାଏ ବୋଲି ନିଜ ବକ୍ତବ୍ୟରେ ଜିଲ୍ଲାପାଳ କହିଥିଲେ । ଭଦ୍ରକ ରେ ମଠ ସାହି ରେ ଦୀର୍ଘ ୨୫ ବର୍ଷ ଧରି ଗଢି ଉଠିଥିବା ଉତ୍କଳ ମ୍ୟୁଜିକ ଅଂନୁଷ୍ଠାନର ପ୍ରତିଷ୍ଠାତା ସୁବୋଧ ନାୟକ ଙ୍କୁ ପ୍ରଶଂସା କରିଥିଲେ। ଆଜିର ଏହି ବିଶ୍ୱ ସଂଗୀତ ଦିବସ ପାଳନ ଅବସରରେ ଉତ୍କଳ ମ୍ୟୁଜିକ ଅଂନୁଷ୍ଠାନ ର ଛାତ୍ର ଛାତ୍ରୀ, ଅଭିଭାବକ ମାନେ ଉପସ୍ଥିତ ଥିଲେ, ପୁରାତନ ଛାତ୍ର ମାନେ ଉପସ୍ଥିତ ରହି ମଂଚ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.