Home ଜିଲ୍ଲା ପରିକ୍ରମା ଉତ୍କଳ ଦିବସ ପାଳନ ସମିତି ପକ୍ଷରୁ ଉତ୍କଳ ଦିବସ ପାଳିତ, ଆମ ରାଜ୍ୟର ନାମ ପରିର୍ବତନ...

ଉତ୍କଳ ଦିବସ ପାଳନ ସମିତି ପକ୍ଷରୁ ଉତ୍କଳ ଦିବସ ପାଳିତ, ଆମ ରାଜ୍ୟର ନାମ ପରିର୍ବତନ କରିବାର ରୁଗ୍‌ଣ ମାନସିକତା ପରିହାର ନକଲେ ବିକଶିତ ଓଡ଼ିଶା ଗଠନ ସ୍ୱପ୍ନ ହୋଇ ରହିଯିବ

16
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଉତ୍କଳ ଦିବସ ପାଳନ ସମିତି ଭଦ୍ରକ ଆନୁକୂଲ୍ୟରେ ସ୍ଥାନୀୟ ମହେନ୍ଦ୍ର ଭବନ ପରିସରରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ପତ୍ରକାର ତଥା ‘ନିର୍ଭର‌୍ୟ’ର ସଂପାଦକ ନବୀନ ଦାସ ଅତିଥି ବକ୍ତା ଭାବେ ଯୋଗଦେଇ ଆଜିର ଏହି ଦିବସରେ ଆମେ ଆମ ରାଜ୍ୟର ନାମ ଉତ୍କଳ, ଓଡ଼ିଶା, କୋଶଳ ଓ କଳିଙ୍ଗ ନାମରେ ନାମିତ କରିବାର ରୁଗ୍‌ଣ ମାନସିକତା ପରିହାର ନକଲେ ୨୦୩୬ ରେ ଯେଉଁ ବିକଶିତ ଓଡ଼ିଶା ଗଠନର ନାରା ଦେଉଛୁ, ତାହା ଫଳପ୍ରସୂ ହୋଇପାରିବ ନାହିଁ ବୋଲି ନିଜର କଟାକ୍ଷ ବକ୍ତବ୍ୟରେ କହିଛନ୍ତି। ଆମେ ଯେତେବେଳେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ସ୍ୱତନ୍ତ୍ର ଉତ୍କଳ ଗଠନରେ ଗଂଜାମ ଓ ବାଲେଶ୍ୱର ଭଳି ଜିଲାକୁ ଭୁଲିଯାଉଛୁ ଏବଂ ଆମର ପିଲାମାନେ ଉପାନ୍ତ ଅଂଚଳର ରାୟଗଡାରେ ତେଲଗୁ ଭାଷା ପଢିଲେଣି, ସେତେବେଳେ ଆମେମାନେ ବର୍ତମାନର ରଂଗବୋଳା ଶିକ୍ଷାର ମାନ ନବଦଳାଇଲେ ୪ଟି ସ୍ତମ୍ଭ ଉପରେ ଗଠିତ ବିକଶିତ ଓଡ଼ିଶା ଗଠନ ହୋଇପାରିବ ନାହିଁ ବୋଲି ନ୍ୟସ୍ତସ୍ୱାର୍ଥ ସଂପନ୍ନ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରି ନିଜର ତୀର୍ଯ୍ୟକ ଭାଷଣରେ କ୍ଷତାକ୍ତ କରିଥିଲେ। ଆମେ ଆଜି ବିକଶିତ ଓଡ଼ିଶା ରାଜ୍ୟ ଗଠନର ଭାଷଣବାଜି ମଧ୍ୟରେ ଉତ୍କଳ ନାମକୁ ବାଦ୍ ଦେଇ କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ନଗାଇବାର ହୀନମନ୍ୟତା ମଧ୍ୟରେ ଷଡେଇକଳା, ଖରସୁଆଁ ଭଳି ବହୁ ଉପାନ୍ତ ଅଂଚଳ ଅନ୍ୟ ରାଜ୍ୟକୁ ଚାଲିଯିବ। ତେଣୁ ବିକଶିତ ଓଡ଼ିଶାର ନାଗରିକ ଭାବେ ଗର୍ବ କରିବାକୁ ହେଲେ ଆମେ ଆଜି ଭାଷା ଭିତରେ ଝୁଲିନରହି ଏକ ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନରେ ବ୍ରତୀ ହେଲେ ଯାଇ ଉତ୍କଳ ରାଜ୍ୟ ଗଠନରେ ଲହୁ ଲୁହ ଏକ କରିଥିବା ମହାପୁରୁଷ ମାନଙ୍କ ତ୍ୟାଗ ସାର୍ଥକ ହୋଇପାରିବ ବୋଲି କହିଛନ୍ତି। ପାଳନ ସମିତିର ବିଶିଷ୍ଟ ଶିକ୍ଷାବିତ୍ ବାସୁଦେବ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ପ୍ରାରମ୍ଭରେ ଅତିଥିମାନେ ପ୍ରତିଷ୍ଠାତା ତଥା ବିଶିଷ୍ଟ ଅଧିବକ୍ତା ଦିବଂଗତ ରାଖାଲ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଅଧିବକ୍ତା ଦିବଂଗତ ଦାସଙ୍କ ପୁତ୍ର ସତ୍ୟପ୍ରକାଶ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବା ପରେ ସମାଜସେବୀ ଅଭିଜିତ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସଭାପତିତ୍ୱ କରୁଥିବା ଶ୍ରୀ ବାରିକ ନିଜ ଭାଷଣ ପ୍ରସଙ୍ଗରେ ଏହି ଦିବସର ମହାନତା ସଂପର୍କରେ ବକ୍ତବ୍ୟ ରଖିôଥିବାବେଳେ ରୋଟାରୀ କ୍ଲବ୍ ପକ୍ଷରୁ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ବକ୍ତା ଶ୍ରୀ ଦାସ ପୁରସ୍କୃତ କରିଥିଲେ। ଏହି ଅବସରରେ ପାଳନ ସମିତି ପକ୍ଷରୁ ଅତିଥି ବକ୍ତା ଶ୍ରୀ ଦାସ ଓ ସଭାପତି ଶ୍ରୀ ବାରିକଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଧିବକ୍ତା ମନୋରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.