Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ସାହିତ୍ୟ ସଂସଦର ୫ମ ବାର୍ଷିକ ସମାରୋହ

ଉତ୍କଳ କେଶରୀ ସାହିତ୍ୟ ସଂସଦର ୫ମ ବାର୍ଷିକ ସମାରୋହ

5

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ଉତ୍କଳ କେଶରୀ ସାହିତ୍ୟ ସଂସଦର ୫ମ ବାର୍ଷିର୍କ ସାରସ୍ୱତ ସମାରୋହ,କବିତା ପାଠ, ପ୍ରତିଭା ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ପର୍ବ ଜାମିତିରା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବିଶିଷ୍ଟ ବାଗ୍ମୀ ତଥା ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ ଆୟୋଜିତ ସଭାକୁ ଅଧ୍ୟକ୍ଷତା କରି କହିଲେ, ସାହିତ୍ୟ ସଂସଦ ସଂପୃକ୍ତ ଅଂଚଳର ନୂତନ ପ୍ରତିଭା ମାନଙ୍କୁ ନିରନ୍ତର ଭାବେ ସାହିତ୍ୟ ସର୍ମ୍ପକିତ ଆଲୋଚନା କରି ସାହିତ୍ୟ ସାଧକ ମାନଙ୍କୁ ମାର୍ଗଦର୍ଶନ ଯୋଗାଇ ଦେଉଛି, ଫଳରେ ଅନେକ କବି ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପରାକାଷ୍ଠା ପ୍ରତିପାଦନ କରିବାରେ ସହାୟକ ହେଉଛନ୍ତି । ସଭାରେ ମୁଖ୍ୟ ଅତିଥି ଭାବେ ଡ.ଦୁର୍ଯ୍ୟୋଧନ ଦାସ ଯୋଗଦେଇ କହିଲେ,ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ବନ୍ତ ପବିତ୍ର ଅଟେ । ତାଙ୍କର ପ୍ରତ୍ୟେକଟି ଅଂଶ ବିଶେଷ ଭାବେ ଆମ ସମସ୍ତଙ୍କ ଠାରେ କବି ପ୍ରତିଭା ରହିଛି,ବିଶେଷ କରି କବି ମାନେ ପ୍ରେମ କବିତା ଲେଖିବା କ୍ଷେତ୍ରରେ ଆଗଭର ହେଲେ ଶରୀରର ଜୀନ୍ ବହୁଳ ପ୍ରଭାବିତ ହେଉଥିବା ବେଳେ ଏହାକୁ ଅଗ୍ରାଧିକାର ନେଇ ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଅଭୟ କୁମାର ଦାସ ତାଙ୍କ ବକ୍ତବ୍ୟରେ କବିତାର ସ୍ୱର ସମସ୍ତଙ୍କୁ ପ୍ରଭାବିତ କରି ସୃଷ୍ଟିର ପରିବର୍ତନ ଆଣିବା ପାଇଁ ଲେଖାହେବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ପ୍ରାକ୍ତନ ଇଂରାଜୀ ଅଧ୍ୟାପକ, ସାହିତ୍ୟିକ ଓ ଅନୁବାଦକ ରବିନ୍ଦ୍ର କୁମାର ନାୟକ ସାହିତ୍ୟର ଜଣେ ଗୁଣଗ୍ରାହୀ ପାଠକ ହେବା ସହିତ ନିଜ ଜୀବନରେ ଏହାକୁ ବିନିଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ କବି ସୁକାନ୍ତ କୁମାର ବେହେରାଙ୍କ ‘ଈଶ୍ୱରୀ’, କବି ଗଣେଶ ପ୍ରସାଦ କରଶର୍ମାଙ୍କ ‘ଶ୍ରାବଣୀର ଶେଷ ଚିଠି’, କବି ସଙ୍ଖାଳୀ ଚରଣ ରାଉଳଙ୍କ ‘ଶୂନ୍ୟରୁ ଶିଖର’ପୁସ୍ତକ ଉନ୍ମୋଚନ କରାଯାଇଥିବା ବେଳେ କବି ପ୍ରଫୁଲ୍ଲ କୁମାର ଚକ୍ରଙ୍କୁ ଉତ୍କଳ କେଶରୀ ସାହିତ୍ୟ ସମ୍ମାନ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଡ. କେଶବ ଚନ୍ଦ୍ର ଜେନାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧର୍ିର୍ତ କରାଯାଇଥିଲା । ସାହିତ୍ୟିକ ଜଗନ୍ନାଥ ପାତ୍ର ଅତିଥିଙ୍କୁ ମଂଚ ଆହ୍ୱାନ, ଯୁବକବି ସୁକାନ୍ତ କୁମାର ବେହେରା ଅତିଥି ପରିଚୟ, ଚର୍ତୁଭୂଜ ପହି ସ୍ୱାଗତ ଭାଷଣ, ଅଭୟ କୁମାର ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ, ସମ୍ପାଦକ ରମାକାନ୍ତ ଜେନା ବିବରଣୀ ପାଠ ଓ ଶେଷରେ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନକୁ ଅକ୍ଷୟ ଜେନା ଅଧ୍ୟକ୍ଷତା କରିଥିଲେ । କବି ଗୋବିନ୍ଦ ଚନ୍ଦ୍ର ବାରିକ ଓ ଗଣେଶ ପ୍ରସାଦ କରଶର୍ମା ଅତିଥି ଥିଲେ । ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିବା ବେଳେ ଦାସରଥୀ ଜେନା, ଦିପ୍ତୀ ଦେବଦର୍ଶନୀ ସୂତାର ମଂଚ ସଂଯୋଜନା କରିଥିଲେ । ବାବାଜୀ ଚରଣ ଦଳେଇ, ଶ୍ରୀକାନ୍ତ ପଣ୍ଡା, ବିମ୍ବାଧର ପ୍ରଧାନ, ବିଶ୍ୱଜିତ୍ ଲେଙ୍କା, ହେମନ୍ତ ସିଂହ, ରଞ୍ଜିତ ଲେଙ୍କା, ସୁବୋଧ କୁମାର ସାହୁ, ପ୍ରଫୁଲ୍ଲ ଲେଙ୍କା, ଗୟାଧର ଦାସ, ଶୁଭଶ୍ରୀ ଲେଙ୍କା, ଆଲୋକ ମୁଖାର୍ଜି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କବି ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ୬୫ ତମ ଜନ୍ମ ଜୟନ୍ତୀ ପାଇଁ ଅତିଥି ମାନେ କେକ୍ କାଟି ତାଙ୍କର ଦୀର୍ଘାୟୁ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.