Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀ ସାହିତ୍ୟ ସଂସଦର ଶୀତ କବିତା ଆସର

ଉତ୍କଳ କେଶରୀ ସାହିତ୍ୟ ସଂସଦର ଶୀତ କବିତା ଆସର

5

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଶ୍ରୀବନ୍ତପୁର ତାରିଣୀ ମନ୍ଦିର ପରିସରରେ ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତର ଶୀତ କବିତା ଆସର ସଂସଦ ଉପ-ସଭାପତି ଅକ୍ଷୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା ମୁଖ୍ୟବକ୍ତା ଓ ଶିକ୍ଷାବିତ୍ ଆବାହକ ଜଗନ୍ନାଥ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଶ୍ରୀ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ ସହ ବ୍ୟାସ କବି ଫକୀର ମୋହନ ସେନାପତି ଓ କବିବର ରାଧାନାଥ ରାୟଙ୍କର ସାହିତ୍ୟ ପ୍ରତି ଆଲୋଚନା କରିଥିଲେ । ସମ୍ପାଦକ ରମାକାନ୍ତ ଜେନା ମଞ୍ଚ ପରିଚାଳନା ଓ ସୁକାନ୍ତ କୁମାର ବେହେରା କବିତା ସଂଯୋଜନା କରିଥିଲେ । କବି ନାରାୟଣ ଚନ୍ଦ୍ର ଲେଙ୍କା, ଚତୁର୍ଭୂଜ ପହି, ଭାଗବତ ସାହୁ, ଶ୍ରୀକାନ୍ତ ପଣ୍ଡା, ରମେଶ କୁମାର ସାହୁ, ରମେଶ ଗାହାଣ ପ୍ରମୁଖ କବିତା ଆବୃତି କରିଥିଲେ । ମୁଖ୍ୟବକ୍ତା ଶ୍ରୀ କରଶର୍ମା ତୁଳନାତ୍ମକ ଭାବରେ ଫକୀର ମୋହନ ସେନାପତି ଓ ରାଧାନାଥ ରାୟଙ୍କର ଓଡ଼ିଆ ସାହିତ୍ୟରେ ରଚନା ତଥା ମଧୁସୂଦନ ରାଓଙ୍କ ସାହିତ୍ୟ ଧାରା ଉପରେ ଆଲୋଚନା କରିଥିବା ବେଳେ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ମହେଶ୍ୱର ଜେନା, ବୁଦ୍ଧଦେବ ପଣ୍ଡା ତଥା ଅନ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.