Home ଜିଲ୍ଲା ପରିକ୍ରମା ଉତ୍କଳୀୟ ଚେତନା ଦିବସ ପାଳିତ

ଉତ୍କଳୀୟ ଚେତନା ଦିବସ ପାଳିତ

20

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ଓ ଭକ୍ତ ସମାଜର ସମ୍ପାଦକ ମହାପାତ୍ର ପ୍ରଫୁଲ୍ଲ କୁମାର ସାହୁଙ୍କ ପକ୍ଷରୁ ଭଦ୍ରକ ସଦାବର୍ତ୍ତ ମଠ ପ୍ରାଙ୍ଗଣରେ ଉତ୍କଳୀୟ ଚେତନା ଦିବସ ପାଳିତ ହୋଇ ଯାଇଛି । ଏଥି ନିମନ୍ତେ ଆୟୋଜିତ ଏକ ସଭାରେ ସମିତିର ମୁଖ୍ୟ ପଣ୍ଡିତ ଭାଗିରଥୀ ନନ୍ଦଶର୍ମା ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ସଭାରେ ଶ୍ରୀଗଜନ୍ନାଥ ଓ ହନୁମାନଙ୍କ ସ୍ତୁତି ଗାନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଚେତନା ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମିତିର ମୁଖ୍ୟ ଆବାହକ ଶରତ କୁମାର ସାହୁ, ସମ୍ପାଦକ ନାରାୟଣ ଚନ୍ଦ୍ର ପ୍ରଧାନ ବକ୍ତବ୍ୟ ରଖି ଶ୍ରୀଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ଦେବୀ, ସୁବାସିନୀ ଦତ୍ତ, ପ୍ରବଚିକା ସୁଶ୍ରୀ ତପସ୍ୱିନୀ ପାଢୀ, ଲକ୍ଷ୍ମୀଧର ଖଟୁଆ, ମହାପାତ୍ର ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ବହୁ ସେବକ ସହଯୋଗ କରିଥିଲେ । ଶେଷରେ ଭାଗିରଥୀ ନନ୍ଦଶର୍ମାଙ୍କ ଲିଖିତ ଶ୍ରୀଶ୍ର ହନୁମାନ ପୂଜା ପଦ୍ଧତି ପୁସ୍ତକ ଉନ୍ମୋଚନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.