Home ଜିଲ୍ଲା ପରିକ୍ରମା ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିବା ପରେ ଚେତା ପଶିଲା ପ୍ରଶାସନର, ନିଯୁକ୍ତି ପାଇଲେ ଶିକ୍ଷକ

ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିବା ପରେ ଚେତା ପଶିଲା ପ୍ରଶାସନର, ନିଯୁକ୍ତି ପାଇଲେ ଶିକ୍ଷକ

8
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ର ବନ୍ଧଟିଆ ସ୍ଥିତ ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଗ୍ରାମବାସୀ ଓ ଅଭିଭାବକ ମାନେ ଶୁକ୍ରବାର ବିଦ୍ୟାଳୟ ରେ ତାଲା ପକାଇ ପ୍ରତିବାଦ କରିଥିଲେ ତେବେ ଦୁଇଦିନ ସ୍କୁଲ ରେ ତାଲା ପଡ଼ିବା ପରେ ଆଜି ଦିନ ୨ ବେଳେ ଜଣେ ଶିକ୍ଷକଙ୍କୁ ଅସ୍ଥାୟୀ ଭାବେ ଉକ୍ତ ସ୍କୁଲ ରେ ନିଯୁକ୍ତି ଦିଆଯାଇଛି। କଲ୍ୟାଣୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ମାହାଲ ଙ୍କୁ ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟଙ୍କ ନିର୍ଦେଶ କ୍ରମେ ଧାମନଗର ମଣ୍ଡଳ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ନିଯୁକ୍ତି କରିଛନ୍ତି। ଯେ ପର୍ଯ୍ୟନ୍ତ ସେଠାରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଶ୍ରୀ ମାହାଲ କାର୍ଯ୍ୟ ତୁଲାଇବେ ବୋଲି ମଣ୍ଡଳ ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ଆଜି ମଧ୍ୟ ଫାଟକରେ ତାଲା ପଡ଼ିବା ଯୋଗୁଁ ଶିକ୍ଷାଦାନ ବନ୍ଦ ରହିଥିଲା। ଶେଷରେ ଆଉ ଜଣେ ଶିକ୍ଷକଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ମିଳିବା ପରେ ସୋମବାର ଠାରୁ ଶିକ୍ଷାଦାନ ସ୍ୱଭାବିକ ହେବ ବୋଲି ଶିକ୍ଷାଧିକାରୀ କହିଛନ୍ତି ।ଦେବେ ଦୀର୍ଘ ଦିନ ଉକ୍ତ ବିଦ୍ୟାଳୟ ରେ ଜଣେ ଶିକ୍ଷକ କୁ ନେଇ ପାଠପଡ଼ା ହେଉଥିଲା । ମାତ୍ର ଅଭିଭାବକ ବିଦ୍ୟାଳୟ ରେ ତାଲା ପକାଇବା ପରେ ଶେଶରେ ପ୍ରଶାସନ ର ଚେତା ପଶିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.