Home ଜିଲ୍ଲା ପରିକ୍ରମା ଉତ୍କଳମଣି ନୋଡାଲ ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଗେଟରେ ଚାବି ପକାଇଲେ ଛାତ୍ର ଛାତ୍ରୀ ଓ...

ଉତ୍କଳମଣି ନୋଡାଲ ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଗେଟରେ ଚାବି ପକାଇଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

12

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଉତ୍କଳମଣି ନୋଡ଼ାଲ ଉଚ୍ଚ ବିଦ୍ୟାପିଠରେ ଶିକ୍ଷକ ଅଭାବକୁ ନେଇ ଗେଟରେ ଚାବି ପକାଇଲେ ଛାତ୍ର ଛାତ୍ରୀ ଓ ଅଭିଭାବକ । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟ ରେ ଦୀର୍ଘଦିନ ହେବ ଗଣିତ ଓ ହିନ୍ଦୀ ଶିକ୍ଷକ ନାହାନ୍ତି, ୧୦ ବର୍ଷ ହେବ ସ୍ଥାୟୀ ପ୍ରଧାନ ଶିକ୍ଷକ ବି ନାହାନ୍ତି । ଏଣୁ ମଙ୍ଗଳବାର ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ଖୋଲିବା ପୂର୍ବରୁ ଗେଟରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ନେଇ ପ୍ରତିବାଦ ଓ ଦାବି କରିଥିଲେ । ସୁଚନା ଥାଉକି ଉକ୍ତ ବିଦ୍ୟାଳୟ ଟି ପୂରାତନ ବିଦ୍ୟାଳୟ ,୧୯୬୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ୬ ରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ସ୍କୁଲ୍ ଉପରେ ୩ ଟି ପଂଚାୟତର ଥିବା ଗ୍ରାମ ଓ ବିଜ୍ଞାପିତ ଅଂଚଳ ପରିଷଦର କିଛି ଗ୍ରାମର ଛାତ୍ର ଛାତ୍ରୀ ପାଠ ପଢିବାକୁ ନିର୍ଭର କରିଥାନ୍ତି । ଏହି ସ୍କୁଲରେ ଚଳିତ ବର୍ଷ ୧୮୦ ଜଣ ପିଲା ପାଠ ପଢୁଛନ୍ତି । ଏଥିଲାଗି ବିଭିନ୍ନ ବିଷୟ ଓ କ୍ରୀଡା କୁ ମିଶାଇ ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି । ହେଲେ ଗଣିତ ଓ ହିନ୍ଦୀ ବିଷୟ ପାଇଁ ଶିକ୍ଷକ ନାହାନ୍ତି । ଗଣିତରେ ୨ ବର୍ଷ ପୂର୍ବେ ଶିକ୍ଷକ ଅବସର ଗ୍ରହଣ କରିଥିବା ବେଳେ ହିନ୍ଧୀ ବିଷୟ ପାଇଁ ୫ ବର୍ଷ ପୂର୍ବେ ଶିକ୍ଷକ ଅବସର ଗ୍ରହଣ କରିସାରିଛନ୍ତି । ସେହିପରି ୧୦ ବର୍ଷ ହେବ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି ।ସେହି ପରି ଏବେ ଜିଏ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅଛନ୍ତି ତାଙ୍କର ମନ ମୁଖୀକାର୍ଯ୍ୟ ନେଇ ଶିକ୍ଷା ଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ମାନେ ଭଦ୍ରକ ଶିକ୍ଷାଧିକାରୀ ଙ୍କ ନିକଟରେ ବାରମ୍ୱାର ଅଭିଯୋଗ ପରେବି କୌଣସି ସମସ୍ୟା ର ସମାଧାନ ହୋଇ ପାରିଲା ନାହିଁ , ଏପରି କି ପ୍ରଧାନ ଶିକ୍ଷୟତ୍ରୀଙ୍କ ର କୌଣସି ଉଦ୍ୟମ ରହିଲା ନାହିଁ । ବାଧ୍ୟ ହୋଇ ସ୍କୁଲ ଗେଟରେ ଚାବି ପକାଇ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ମାନେ ୨ ରୁ ୩ ଘଂଟା ଗେଟ ଆଗରେ ଛିଡ଼ା ହୋଇ ରହିଥିଲେ । ଘଟଣା ସଂପର୍କରେ ଭଦ୍ରକ ଡିଇଓ ଖବର ପାଇବା ପରେ ଶିକ୍ଷକ ନିଯୁକ୍ତି ନେଇ ତତ୍ପରତା ଦେଖାଇଥିଲେ । ତତକ୍ଷଣାତ୍ ଜାହାଙ୍ଗୀର ଜନତା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସୁରଜ ମହାପାତ୍ର ଙ୍କୁ ଡେପୁଟେଶନ ରେ ପଠାଇଥିଲେ । ସେ ସପ୍ତାହରେ ୪ ଦିନ ବନ୍ଧଟିଆ ଉତ୍କଳମଣି ନୋଡ଼ାଲ ଉଚ୍ଚ ବିଦ୍ୟାପିଠ ରେ ଶିକ୍ଷାଦାନ କରିବା ନେ଼ଇ ଚିଠି କରିଥିଲେ । ତାହା ସହ ସିଘ୍ର ଅନ୍ୟ ବିଷୟର ଶିକ୍ଷକ ଓ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଲା ପରେ ଚାବି ଖୋଲିଥିଲେ । ସେପଟେ ଚିଠି ମିଳିବା ପରେ ସୁରଜ ମହାପାତ୍ର ଆଜି ସ୍କୁଲରେ ଯୋଗଦେଇଛନ୍ତି । ଶିକ୍ଷକ ଅଭାବନେଇ ବାରମ୍ୱାର ଉଚ୍ଚ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରା ଯାଇଛି ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଉର୍ବଶୀ ସାମନ୍ତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.