Home ଜିଲ୍ଲା ପରିକ୍ରମା ଉତ୍କଳମଣି ଗୋପବନ୍ଧୁ ଦାସ ସମାଜ ଓ ସାରସ୍ୱତ ସଂସ୍କାରକ ଥିଲେ”, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି...

ଉତ୍କଳମଣି ଗୋପବନ୍ଧୁ ଦାସ ସମାଜ ଓ ସାରସ୍ୱତ ସଂସ୍କାରକ ଥିଲେ”, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

4

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣ ନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି । ଇଂ. ଅଭୟ ସୂତାରଙ୍କ ପୌରହିତ୍ୱରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ । ବେଦପାଠ ପ୍ରାରମ୍ଭିକ ଭଜନ ଓ ସମ୍ପାଦକୀୟ ପାଠ କରିଥିଲେ ଡାକ୍ତର ଅନିଲ କୁମାର ଦାଶ । “ସାରସ୍ୱତ ସାଧକ ଉତ୍କଳମଣି ଗୋପବନ୍ଧୁ ଦାସ” ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଡଃ ପ୍ରମୋଦ କୁମାର ନାୟକ, ମୁଖ୍ୟବକ୍ତା ଡଃ ନିତ୍ୟାନନ୍ଦ ମିଶ୍ର, ସମ୍ମାନନୀୟ ବକ୍ତା ଡଃ କୃପାସିନ୍ଧୁ ନାୟକ, ସମ୍ମାନନୀୟ ଅତିଥି ଆଖଣ୍ଡଳମଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନୀହାର ରଞ୍ଜନ କର, କବି ବିଜୟ ବହଳୀ, ଶିକ୍ଷାବିତ୍ ବାବୁଲାଲ ଦାସ, ଅଧ୍ୟାପକ କମଳାକାନ୍ତ ସ୍ୱାଇଁ, ନାଟ୍ୟଶ୍ରୀ ନିର୍ମଳ ରାଉତ, ଲକ୍ଷ୍ମଣ କୁମାର ମହାନ୍ତି, ଦିଲ୍ଲୀପ କୁମାର ନାୟକ, ଶିକ୍ଷୟିତ୍ରୀ ସରୋଜିନୀ ନାୟକ ପ୍ରମୁଖ ଉତ୍କଳମଣି ଗୋପବନ୍ଧୁ ଦାସ ସମାଜ ସୁଧାରକ ଓ ସାରସ୍ୱତ ସାଧକ ଥିଲେ । ତାଙ୍କୁ ଦାରିଦ୍ର‌୍ୟ କେବେ ହରାଇ ପାରିନଥିଲା ଏବଂ ମୃତ୍ୟୁ ଶଯ୍ୟାରେ ନିଜ ପୁଅକୁ ଛାଡି ସେ ସମାଜ ସେବା ନିମିତ ଚାଲିଆସିଥିଲେ । ଜାତିର ପିତା ଗାନ୍ଧିଜୀ, ଗୋପବନ୍ଧୁ ଦାସଙ୍କ ସେବାପଣ ଦେଖି କହିଥିଲେ ଯେ, ତାଙ୍କ ଭଳି ୧୦ ଜଣ ସତ୍ ଓ ସେବା ପୁରୁଷ ମୋତେ ମିଳିଗଲେ ସ୍ୱାଧିନତା ସହଜରେ ହାସଲ କରିପାରିଥାନ୍ତି । ତାଙ୍କର ଲିଖିତ କେତେକ ବିପ୍ଳବଯୁକ୍ତ କବିତା ସଦା କାଳଜୟୀ ହୋଇରହିବ ବୋଲି ମତାମତ ପ୍ରକାଶ କରିଥିଲେ । କବୟିତ୍ରୀ ସଂଯୁକ୍ତା ବଳ ଓ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ସ୍ୱରଚିତ କବିତା ପାଠ କରିଥିଲେ ନାରାୟଣ ଚନ୍ଦ୍ର ପାଢୀ, ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା, ସୁବାସ ଚନ୍ଦ୍ର ବଳ, ଲକ୍ଷ୍ମୀକାନ୍ତ ବାରିକ, ବୈକୁଣ୍ଠ ନାଥ ଓଝା, ଶାନ୍ତିଲତା ବାରିକ, ନିବେଦିତା ଦାସ, ଶଶ୍ମିତା ମଲ୍ଲିକ, ଶଶିକାନ୍ତ ବେହେରା, ଉପେନ୍ଦ୍ର କୁମାର ବାରିକ, ଶଶାଙ୍କ ଶେଖର ପଣ୍ଡା, ଅଂଶୁମାନ ସ୍ୱାଇଁ, ନୀରନ ନାୟକ, ସୁରେଶ କୁମାର ସାହୁ ପ୍ରମୁଖ ପ୍ରାୟ ୫୦ଜଣ କବି କବିତା ପାଠ କରିଥିଲେ । ମଂଚ ଆହ୍ୱାନ ଗୋକୁଳାନନ୍ଦ ରାଉତ, ଅତିଥି ପରିଚୟ ନାଟ୍ୟକାର ଗୌରାଙ୍ଗ ଚନ୍ଦ୍ର ବାରିକ, ଭଜନ ପରିବେଷଣ ଗାୟିକା ଶଶିକଳା ମିଶ୍ର, ମଂଚ ପରିଚାଳନା ସହସମ୍ପାଦିକା ମମତା ରାଣୀ ଦାଶ ମିଶ୍ର ଓ ଶେଷରେ ଧନ୍ୟବାଦ ଅର୍ପଣ ଅଧ୍ୟାପକ ମାଧବ ଚନ୍ଦ୍ର ଜେନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.