Home ଜିଲ୍ଲା ପରିକ୍ରମା ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୮ମ ସନ୍ଧ୍ୟା, ଅଭିନେତ୍ରୀ ଏଲିନାଙ୍କ ଲଭ ଷ୍ଟେସନ ସଂଳାପ କଲା ମତୁଆଲା

ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୮ମ ସନ୍ଧ୍ୟା, ଅଭିନେତ୍ରୀ ଏଲିନାଙ୍କ ଲଭ ଷ୍ଟେସନ ସଂଳାପ କଲା ମତୁଆଲା

31

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର.ସି.ଏନ. ମିଡ଼ିଆ ପ୍ରାୟୋଜିତ ଅଷ୍ଟମ ବାର୍ଷିକୀ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ୮ମ ସନ୍ଧ୍ୟାରେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଓଡ଼ିଆ ସିନେମା ଲଭଷ୍ଟେସନର ସଂଳାପ ଓ ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା। ନିଜ ଜନ୍ମମାଟି ଆଗରପଡ଼ାରେ ଦର୍ଶକ ମାନଙ୍କ ତାଙ୍କ ପ୍ରତି ଥିବା ଭଲ ପାଇବାକୁ ନେଇ ଭାବବିହ୍ୱଳ ହୋଇ ପଡ଼ିଥିଲେ। ଭଦ୍ରକ ଜିଲ୍ଲା ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ଏହି ମହୋତ୍ସବର ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ରଘୁନାଥ ଲେଙ୍କା ଯୋଗଦେଇ ଆଗରପଡ଼ା ଭଳି ଐତିହ୍ୟ ସମ୍ପନ୍ନ ମାଟିରେ ଏଭଳି ମହୋତ୍ସବର ଆୟୋଜନକୁ ପ୍ରଶଂସା କରିବା ସହିତ ଏହା ଦ୍ୱାରା ଗ୍ରାମାଞ୍ଚଳରେ ଓଡ଼ିଶାର କଳା ଓ ସଂସ୍କୃତିର ବିକାଶ ଘଟି ପାରିବ ବୋଲି କହିଥିଲେ। ଓଡ଼ିଶାରେ ୧୨ ମାସରେ ତେର ପର୍ବ ପାଳିତ ହେଉଥିଲେ ବି ମହୋତ୍ସବର ଆୟୋଜନ ଏକ ନିଆରା ପରମ୍ପରା ଯାହାକୁ ଦର୍ଶକମାନେ ମନ ଭରି ଉପଭୋଗ କରିଥାନ୍ତି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଚିତ୍ରଶିଳ୍ପୀ ଗୁରୁ ଜୟନ୍ତ କୁମାର ନାୟକ କହିଲେ ଓଡ଼ିଶାର ଚିତ୍ରଶିଳ୍ପ ବିଦେଶରେ ଆଦୃତି ଲାଭ କରିଥିବା ବେଳେ ଏହାର ପ୍ରଚାର ପ୍ରସାର ଆଶାନୁରୂପ ହୋଇ ପାରୁ ନାହିଁ। କୋଣାର୍କର କାରୁକାର୍ଯ୍ୟ ସାରା ବିଶ୍ୱରେ ଅତୁଳନୀୟ।

ମହୋତ୍ସବ ଆୟୋଜନରେ ଚିତ୍ରକଳା ସମେତ ବିଭିନ୍ନ କଳାକୃତିକୁ ସ୍ଥାନିତ କରିବାକୁ ପରାମର୍ଶ ଦେଇଥିଲେ। ସଭାରେ ସାଂସ୍କୃତିକ ଅନୁଷ୍ଠାନ ଓଏନଏସ ପୁରୀ ନିର୍ଦ୍ଦେଶକ ରାଜେଶ କୁମାର ରଥ, ପ୍ରଫେସର ମାନସ ଦାସ, ଓଡ଼ିଶୀ ନୃତ୍ୟଗୁରୁ ରିିଚିସ୍ମିତା ମହାନ୍ତି, ସମାଜସେବୀ ମନ୍ମଥ ଦାସ, ଅଭିନେତ୍ରୀ ଯସ୍ମିନ ପ୍ରମୁଖ ମଞ୍ଚାସୀନ ହୋଇ ମହୋତ୍ସବର ଆୟୋଜନକୁ ପ୍ରଶଂସା କରିବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ବର୍ତ୍ତମାନ ଯୁଗରେ ମୋବାଇଲ ସର୍ବସ୍ୱ ଦୁନିଆ ହୋଇଥିବା ବେଳେ ମହୋତ୍ସବ ଆୟୋଜନ ଦ୍ୱାରା ପରସ୍ପର ବାନ୍ଧିହୋଇ ରହିବାର ସୁଯୋଗ ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ହାଇକୋର୍ଟର ଆଇନଜୀବି ମନୋଜ ରାୟ ସଭାପତିତ୍ୱରେ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଖବରଦାତା ହେମନ୍ତ ସିଂହ ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ରଖିଥିଲେ। ଏହି ଅବସରରେ ରିଚିସ୍ମିତା ମହାନ୍ତି, ମିର୍ ସୟିଦଙ୍କୁ ସମ୍ପର୍ଦ୍ଧନା ପତ୍ର, ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କୁନି ନୃତ୍ୟଶିଳ୍ପୀ ଆର ରିଚେଲ ସିଂହଙ୍କୁ ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ମହୋତ୍ସବ କମିଟିର ଉପ-ସଭାନେତ୍ରୀ ତଥା ସାଂସ୍କୃତିକ ସମ୍ପାଦିକା ମମତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ନ୍ତଜାତୀୟ ଓଡ଼ିଶୀ ନୃତ୍ୟଗୁରୁ ଶୁଭେନ୍ଦୁ ଲେଙ୍କାଙ୍କ ମଞ୍ଚ ଉପସ୍ଥାପନାରେ ଚିତ୍ତରଞ୍ଜନ ଦାସ, ଆମ୍ରପଲ୍ଲୀ ଗାହାଣ, ନିହାର ରଞ୍ଜନ ସାହୁ, ଦିପକ ପୁରୀ, ଶ୍ରଦ୍ଧାଞ୍ଜଳି ସାହୁ, ତିଳୋତ୍ତମା ସାହୁ ପ୍ରମୁଖ ନୃତ୍ୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସହ ସମ୍ପାଦକ ଗୋପାଳ କୃଷ୍ଣ ଦାଶ, ରଥ ବେହେରା, କୈଳାସ ଧଳ, ସୁବୋଧ ସାହୁ, ସବାଓ ଦାଶ, ଅନ୍ନପୂର୍ଣ୍ଣା ଦାଶ, ରବିନ୍ଦ୍ର ପଣ୍ଡା, ଉପ-ସଭାପତି ଅମୀୟରଞ୍ଜନ ରାମ, ଅଶୋକ କୁମାର ପରିଡ଼ା, ନିତ୍ୟାନନ୍ଦ ସିଂହ, ଶ୍ୟାମ ସୁନ୍ଦର ଦାସ, ହରିହର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପୁରୀର ଓଁ ନମ ଶିବାୟ ଗ୍ରୁପ ପକ୍ଷରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭଜନ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.