Home ଜିଲ୍ଲା ପରିକ୍ରମା ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ୭ମ ସନ୍ଧ୍ୟା, ସଂଚାର “ପରି” ନୃତ୍ୟରେ ମଜା ଉଠାଇଲେ ଦର୍ଶକ

ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ୭ମ ସନ୍ଧ୍ୟା, ସଂଚାର “ପରି” ନୃତ୍ୟରେ ମଜା ଉଠାଇଲେ ଦର୍ଶକ

45
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ହେମପଦ୍ମ ଗ୍ୟାଲେକ୍ସି ଠାରେ ଚାଲିଥିବା କୁସୁମ ଟିଭି ପ୍ରାୟୋଜିତ ସପ୍ତମ ବାର୍ଷିକ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ସପ୍ତମ ସନ୍ଧ୍ୟାରେ ସଂଚାର ଡ଼୍ୟାନ୍ସ ଗ୍ରୁପର ମନଛୁଁଆ “ପରି” ନୃତ୍ୟ ହତ୍ୟାକାଣ୍ଡର ବେଶ ମଜା ଉଠାଇଥିଲେ ଦର୍ଶକ । ଆୟୋଜିତ ସଭାରେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଦଳ ମତ୍ତ ନିର୍ବିଶେଷରେ ଏହି ମଞ୍ଚ ସମସ୍ତଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବାରେ ସମର୍ଥ ହୋଇପାରିଛି । ଯାହାକି ଏହାର ଶ୍ରେୟ ମହୋତ୍ସବ ଆୟୋଜକ ମାନଙ୍କୁ ମିଳିଛି । ଏହି ଶ୍ରେୟ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ନିଶ୍ଚିତ ଭାବେ ଉତ୍ସାହିତ କରିବ ଏଥିରେ ଦ୍ୱିମତ ନାହିଁ । ମୁଖ୍ୟବକ୍ତା ଭାବେ ପୂର୍ବତନ ବିଜେପି ଜିଲା ସଭାପତି ତଥା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ନେତା ବଦ୍ରି ନାରାୟଣ ଧଳ କହିଲେ, ୱାର୍ଡ଼ ସଭ୍ୟ ଠାରୁ ସାଂସଦ ପର୍ଯ୍ୟନ୍ତ ସବୁ ରାଜନୈତିକ ଦଳର ଜନ ପ୍ରତିନିଧି ମାନଙ୍କ ସମେତ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ସାମ୍ବାଦିକ, କବି, ଟେଲିଷ୍ଟାର, ଫିଲ୍ମିଷ୍ଟାର ପ୍ରଭୃତିଙ୍କ ସମାବେଶ ପାଲଟିଛି ଏହି ମହୋତ୍ସବ । ଭିନ୍ନ ଭିନ୍ନ ଦର୍ଶକଙ୍କ ରୁଚିକୁ ଲକ୍ଷ୍ୟରଖି ଆୟୋଜକମାନେ ଏହିପରି ସୁ ବ୍ୟବସ୍ଥା କରୁଥିବାରୁ ଧନ୍ୟବାଦର ପାତ୍ର । ତେଣୁ ଆଗରପଡ଼ାର ଏହି ଐତିହାସିକ ମହୋତ୍ସବ ଅନ୍ୟାନ୍ୟ ଠାରୁ ସମ୍ପୁର୍ଣ୍ଣ ନିଆରା ପରିଚୟ ସୃଷ୍ଟି କରିପାରିଛି ବୋଲି ସେ କହିଥିଲେ ।

ମହୋତ୍ସବ କମିଟିର ସଭାପତି ହାଇକୋର୍ଟର ଆଇନ୍‌ଜୀବି ମନୋଜ ରାୟଙ୍କ ସଭାପତିତ୍ୱରେ ଅନ୍ୟତମ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତ ଖୁଣ୍ଟିଆ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବରେ ଅତିଥି ହେବା ଜଣେ ଭାଗ୍ୟଶାଳୀ ବ୍ୟକ୍ତିଙ୍କ ଭାଗ୍ୟରେ ଜୁଟିଥାଏ, ଉତ୍କଳ କେଶରୀଙ୍କ ସମେତ ଅଞ୍ଚଳର ଗୁଣଗାନ କରିବାର ଅପୂର୍ବ ସୁଯୋଗ ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ, ସମାଜ ସେବୀ ରଥ ବେହେରା, ମହୋତ୍ସବ କମିଟି ଉପ ସଭାନେତ୍ରୀ ମମତା ମହାନ୍ତି, ବିଜେପି ନେତା ରାଜୀବ ଲୋଚନ ରାୟ, ଶିବାନନ୍ଦ ଦାସ ଅଧିକାରୀ, କୁସୁମ ଟିଭି ର ନିର୍ଦ୍ଦେଶକ ଦୀପକ୍ ତ୍ରିପାଠୀ ମଞ୍ଚାସୀନ ଥିଲେ । ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହଙ୍କ ମଞ୍ଚ ପରିଚାଳନାରେ କ୍ଷିରାବ୍ଦୀ ତନୟା ପଣ୍ଡା, କ୍ରିଷ୍ଣା ପରିଡ଼ା ପ୍ରାରମ୍ଭିକ ନୃତ୍ୟ, ଇଂ ଅମୀୟ ରଞ୍ଜନ ରାମ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂଗୀତଜ୍ଞ ସବେଶ୍ୱର ପଣ୍ଡା, ସମାଜ ସେବୀ ସୁଶାନ୍ତ ସାହୁ, ଉପସ୍ଥାପକ ଏ ଜେ କୁମାର ଏବଂ ସଂଚାର କଳା କେନ୍ଦ୍ରର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ କୁନି ନୃତ୍ୟଶିଳ୍ପୀ ଅଭିଲିପ୍ସା ସାହୁ, ଶୂନ୍ୟଶପ୍ତା ବିଶ୍ୱାଳ, ପ୍ରୀତି ପ୍ରତ୍ୟାସା ପରିଡ଼ା, ପ୍ରଜ୍ଞା ପରମିତା ପରିଡ଼ା, ନିଶିପ୍ରଭା ମହାପାତ୍ର, ଝରଣା ମହାପାତ୍ର, ସ୍ମୃତିରେଖା ପାଢ଼ୀ, ବର୍ଷାରାଣୀ ରାଉତ, ବୈଶାଖୀ ସିଂହ, ଜ୍ୟୋତିସ୍ୱରୁପ ମହାନ୍ତି, ଆଶିୟା ଖାତୁନ୍ ପ୍ରମୁଖଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସୁଭେନ୍ଦୁ ଲେଙ୍କା ଙ୍କ ସଂଚାର କଲଚରାଲ ଏସୋସିଏସନ୍ ପକ୍ଷରୁ ଉପସ୍ଥାପକ ଏ ଜେ କୁମାର, ଜ୍ୟୋତିଷଙ୍କ ପରିଚାଳନାରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଶେଷ କରି କୁନି “ପରି” ହତ୍ୟାକାଣ୍ଡ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲା । କାର୍ଯ୍ୟକ୍ରମକୁ ଗୋପିନାଥ ପାଢ଼ୀ, ଦୀପକ୍ ପୁରୀ, ତପନ କୁମାର ଦାସ, ଲକ୍ଷ୍ମୀପ୍ରିୟା ମହାପାତ୍ର, ସ୍ୱାଗତିକା ରାଉତ, ଚଞ୍ଚଳା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.