ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛିମାସ ଧରି ଭଦ୍ରକ ଜିଲାରେ ବହୁ ଅସାମାଜିକ ଯୁବକ ବୁଲେଟ୍ ମାନଙ୍କରେ ଉତ୍କଟ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇ ପରିବେଶକୁ ଦୂଷିତ କରିଆସୁଛନ୍ତି। ଏପରିକି ଏହି ସାଇଲେନ୍ସରେ ବାଣ ଫୁଟିବା ଭଳି ବିକଟାଳ ଶବ୍ଦ ଲୋକମାନଙ୍କୁ ଭୟଭୀତ କରୁଛି। ତେବେ ଆଜି ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସହରାଂଚଳ ଥାନା ପୁଲିସ୍ ପ୍ରଭାଂଶୁ ମିଶ୍ର ଏକ ଟିମ୍ ମାଧ୍ୟମରେ ସହରର ୧୦ଟି ବୁଲେଟ୍କୁ ଅଟକାଇ ତାହାର ସାଇଲେନ୍ସର ଜବତ କରିଛନ୍ତି। ଏବଂ ଏହି ଧାରା ଆଗାମୀ ଦିନରେ ଚାଲୁ ରହିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।








