Home ଜିଲ୍ଲା ପରିକ୍ରମା ଉତର ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ପରିଷଦ ପକ୍ଷରୁ ଗଣ ସମ୍ମିଳନୀ

ଉତର ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ପରିଷଦ ପକ୍ଷରୁ ଗଣ ସମ୍ମିଳନୀ

8

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ସ୍ଥିତ ଷ୍ଟେସନ କ୍ଲବ ଠାରେ “ଉତର ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ପରିଷଦ’ ତରଫରୁ ଭଦ୍ରକ, ବାଲେଶ୍ୱର, କେଉଁଝର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ବିଦ୍ୟୁତ୍ ଗ୍ରାହକ ମାନଙ୍କ “ଗଣ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ଅନେକ ମାନ୍ୟଗଣ୍ୟ ବିଶିଷ୍ଟ ନେତୃମଣ୍ଡଳୀଙ୍କ ସହିତ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଓଡିଶାର ବିଦ୍ୟୁତ୍ ଉପଭୋକ୍ତା ମାନେ “ଟାଟା ପାୱାର, ବିଦ୍ୟୁତ୍ ନିୟାମକ ଆୟୋଗ ଏବଂ କେନ୍ଦ୍ର ଓ ରାଜ୍ୟ ର ଡବଲ ଇଞ୍ଜିନ ସରକାର” ଏହି ତ୍ରି-ଶକ୍ତିଙ୍କ ଆକ୍ରମଣରେ ତ୍ରାହି ତ୍ରାହି ଡାକୁଛନ୍ତି। ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ୩୦୦ ୟୁନିଟ୍ ମାଗଣା ବିଜୁଳୀ ପ୍ରତିଶ୍ରୁତି ଧୁଆଁବାଣ ହୋଇ ରହିଛି ତାହା ତୁରନ୍ତ କାର୍ଯ୍ୟକାରି କରି ଗ୍ରାହକ ମାନଙ୍କୁ ସୁବିଧା ଦିଆଯାଉ ଏବଂ ଓଡ଼ିଶା ବଳକା ବିଦ୍ୟୁତ୍ ରାଜ୍ୟ ହୋଇଥିବା ସତ୍ୱେ ଉପଭୋକ୍ତା ଅନ୍ୟ ରାଜ୍‌ଯ ତୁଳନାରେ ଅଧିକ ଶ୍ଲୁକ ଦେଉଛନ୍ତି ଏହା ତୁରନ୍ତ ହ୍ରାସ କରାଯାଉ। ୨୦୧୯ ରେ ହୋଇଥିବା ନିୟମ ଅନୁସାରେ ଜଣେ ଉପଭୋକ୍ତାଙ୍କୁ ମାସ କୁ ସର୍ବାଧିକ ୧୦ ଘଂଟା ଓ ୧୫ ଥର ବିଦ୍ୟୁତ୍ କାଟ ସହିବାକୁ ପଡ଼ିବ କିନ୍ତୁ ଉକ୍ତ ନିୟମକୁ ବେଖାତିର କରି ୩୦/୪୦ ଥର ବିଦ୍ୟୁତ୍ କାଟ ହେଉଛି ଯେଉଁଥିରେ ଉପଭୋକ୍ତା ଙ୍କୁ ନାନା ଅସୁବିଧା ସହିବାକୁ ପଡୁଛି। ଏହିଭଳି ଆହୁରି ଅନେକ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଗ୍ରାହକ ମାନଙ୍କୁ ଜାଗ୍ରତ ହେବାକୁ ପଡିବ ବୋଲି କହିଛନ୍ତି ଶ୍ରୀ ସାମଲ । ଟାଟା ପାୱାରର ଲୁଣ୍ଠନ, ବିଦ୍ୟୁତ୍ ନିୟାମକ ଆୟୋଗ ର କମ୍ପାନୀ ତୋଷଣ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ତଥା କର୍ପୋରେଟ ସପକ୍ଷପାତି ବିଦ୍ୟୁତ୍ ନୀତି ବିରୁଦ୍ଧରେ ଆମକୁ ସଂଗ୍ରାମ ଜାରୀ ରଖିବାକୁ ପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.