Home ଜିଲ୍ଲା ପରିକ୍ରମା ଉତମ ରାଷ୍ଟ୍ର ଗଠନରେ ଶିକ୍ଷା ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଭଦ୍ରକ ବୁଦ୍ଧିଜୀବୀ ପରିଷଦର ଉଦଘାଟନ...

ଉତମ ରାଷ୍ଟ୍ର ଗଠନରେ ଶିକ୍ଷା ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଭଦ୍ରକ ବୁଦ୍ଧିଜୀବୀ ପରିଷଦର ଉଦଘାଟନ ଓ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

15

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତମ ଚରିତ୍ର ଗଠନରେ ଯେପରି ପିତା,ମାତା ଓ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ସେପରି ଉତମ ରାଷ୍ଟ୍ର ଗଠନରେ ଶିକ୍ଷା ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲା ସଂସ୍କୃତି ଭବନ , ଭଦ୍ରକଠାରେ ଆୟୋଜିତ ଭଦ୍ରକ ବୁଦ୍ଧିଜୀବୀ ପରିଷଦର ଉଦଘାଟନ ଓ ବିଶିଷ୍ଟ ଶିକ୍ଷକ ନେତା, କବି, ସାହିତ୍ୟିକ, ପ୍ରାକ୍ତନ ଅଧ୍ୟକ୍ଷ ତଥା ଇଂରାଜୀ ପ୍ରାଧ୍ୟାପକ ଡ. ସମୀର କୁମାର ହୁଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମଞ୍ଚାସୀନ ଅତିଥି ଓ ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି। ବୁଦ୍ଧିଜୀବୀ ପରିଷଦର ସଭାପତି ତଥା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ରାମଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାବେଶକୁ ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ କଥାକାର ଡ. ରାଧାବିନୋଦ ନାୟକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ଓ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ସମ୍ମାନନୀୟ ଅତିଥି ଭାବେ ଶିକ୍ଷକ ନେତା ଓ ପ୍ରାକ୍ତନ ଅଧ୍ୟକ୍ଷ ଡ.ପ୍ରହ୍ଲାଦ ପତି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଶିକ୍ଷକ ନେତା ତଥା ଅଧ୍ୟାପକ ଗୋଲକ ଚନ୍ଦ୍ର ନାୟକ, ବିଶିଷ୍ଟ ସ୍ତମ୍ଭକାର ଓ ସାହିତ୍ୟିକ ଇଂ.ଅଭୟ ସୂତାର, ପ୍ରାଧ୍ୟାପକ ଡ. ସମୀର କୁମାର ହୁଇ, ପ୍ରମୁଖ ଯୋଗ ଦେଇଥିଲେ । ପରିଷଦର ସମ୍ପାଦକ ,ସାମ୍ବାଦିକ ରବିନାରାୟଣ ଖିଲାର ମଂଚ ଆମନ୍ତ୍ରଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ, ସଂଗଠନ ସମ୍ପାଦକ ଆଇନଜୀବୀ ଗଦାଧର ବଳ ଅତିଥି ପରିଚୟ ପ୍ରଦାନ, ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଓ ବିଶିଷ୍ଟ ଶ୍ରମିକ ନେତା ଶିଶିର କୁମାର ହୁଇ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦାୟୀ ଇଂରାଜୀ ପ୍ରାଧ୍ୟାପକ ଡ. ସମୀର କୁମାର ହୁଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାକ୍ତନ ଅଧ୍ୟକ୍ଷ କମଳା କାନ୍ତ ସ୍ୱାଇଁ, କୋଷାଧକ୍ଷ ମାଧବ ଚନ୍ଦ୍ର ଜେନା, ଇରମ କଲେଜ ଅଧ୍ୟାପକ ରାଜକିଶୋର ରାୟ, ବାରିକପୁର କଲେଜ ଅଧ୍ୟକ୍ଷ ଆଦିତ୍ୟ ଜେନା, ଅଧ୍ୟାପକ ବଇରୀ ଗଞ୍ଜନ, ଧୂଷୁରୀ ପ୍ରେସ କ୍ଳବର କର୍ମକର୍ତା, କଲିକତା, କଟକ, ବାଲେଶ୍ୱର ଓ ଭଦ୍ରକରେ ରହୁଥିବା ଡ. ହୁଇଙ୍କର ବହୁ ଛାତ୍ର ଛାତ୍ରୀ ପ୍ରାଧ୍ୟାପକ ହୁଇଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଅବସରରେ କବି ନାରାୟଣ ପାଢ଼ୀ, ସଭ୍ୟା ଅଞ୍ଜନା ମିଶ୍ର, ଜାନକୀ ପାଢ଼ୀ, ମନୋରମା ରାୟ, ଦମୟନ୍ତୀ ରାଉତ, ସଂଯୁକ୍ତା ବଳ, ଶଶିକଳା ମିଶ୍ର, ଶାନ୍ତିଲତା ବାରିକ, ସଂଯୁକ୍ତା ଯାଦବ, ଗୀତାଞ୍ଜଳି ଅଗସ୍ତି,କେ. ରାଜଲଷ୍ମୀ ପ୍ରମୁଖ ସଭା ଓ ମଂଚ ପରିଚାଳନା କରିଥିଲେ । ଆନ୍ତର୍ଜାତୀୟ , ଜାତୀୟ, ରାଜ୍ୟସ୍ତରୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା,ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସାମାଜିକ ସଂସ୍କାର ଭଳି ବିଭିନ୍ନ ଦିଗରେ କାର୍ଯ୍ୟ କରିବା, ଭଦ୍ରକ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ଶାସନ ଓ ପ୍ରଶାସନର ଦୃଷ୍ଟିକୁ ଆଣି ସମାଧାନ ଦିଗରେ ପଦକ୍ଷେପ ନେବାସହ ଓ ଭଦ୍ରକରେ ମେଡିକାଲ କଲେଜ ଘୋଷଣା ହୋଇଥିଲେ ସୁଦ୍ଧା ଶୀଘ୍ର ସ୍ଥାପନ ହେବା, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିବା, ଭଦ୍ରକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା,ଡ୍ରେନ୍ ଓ ରାସ୍ତା ଘାଟ ନିର୍ମାଣ ହେବା ଦାବୀ ଭଦ୍ରକ ବୁଦ୍ଧିଜୀବୀ ପରିଷଦ ରଖିଛି ବୋଲି ପରିଷଦର ସଭାପତି ଡ଼. ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.