Home ଜିଲ୍ଲା ପରିକ୍ରମା ଉଠା ଦୋକାନୀ ମହାସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ଉଠା ଦୋକାନୀ ମହାସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

15

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉଠା ଦୋକାନୀ ମହାସଂଘ ତରଫରୁ ଶତାଧିକ ଲୋକ ମାନଙ୍କୁ ନେଇ ସଙ୍ଘ ତରଫରୁ ସଭାପତି ଦିବ୍ୟ ସିଂହ ନାୟକ , ରାଧା ଦାସ, ବଶ୍ରୀର ଅହମଦ, ମୁନ୍ତାଜ୍ ଅଲ୍ଲୀ, ନିଆଜା ଖାଁ, ଅଭିରାମ ନାୟକ, ଚନ୍ଦ୍ର ଶେଖର ସାହୁ, ମନୋଜ ଦାସ, ରମାକାନ୍ତ ସେଠୀ, ମିନାଜ୍ ଖାଁ ପ୍ରମୁଖ ଏକ ପ୍ରତିନିଧି ଦଳ ଯାଇ ଜିଲ୍ଲପାଳ, ଏସ ପି, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ମୂଳେ ପୌରପାଳିକା ଅଂଚଳର ରାସ୍ତା ପାର୍ଶ୍ୱ ଦୋକାନୀ ଭାବେ ଜୀବନ ବିତାଉଥିବା ବେଳେ ହଠାତ୍ ଅଗଷ୍ଟ ମାସରେ ବର୍ଷା ସମୟରେ ସେମାନଙ୍କୁ ଉଚ୍ଛେଦ କରିବା ଫଳରେ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ସେମାନଙ୍କୁ ତୁରନ୍ତ ଥଇଥାନ କରିବା ପୂର୍ବରୁ ସେମାନଙ୍କୁ ଆର୍ôଥକ ସାହାଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏବଂ ଜିଲ୍ଲାପାଳ ସେମାନଙ୍କୁ ତୁରନ୍ତ ରେଡ କ୍ରସ ରୁ ଆର୍ôଥକ ଅନୁଦାନ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେମାନଙ୍କୁ ପୌରାଂଚଳ ଅଧୀନରେ ତୁରନ୍ତ ଥଇଥାନ କରିବା ପାଇଁ ଦାବି କରିଥିଲେ, ଜିଲ୍ଳାପାଳ ସହର ରେ ସରକାରୀ ଜମି ଅଧିଗ୍ରହଣ କରି ତୁରନ୍ତ ଭେଣ୍ଡିଙ୍ଗି ଜୋନ ପ୍ରତିଷ୍ଠା କରିବେ ବୋଲି କହିଛନ୍ତି। ଉଠା ଦୋକାନୀ ସଙ୍ଘ ତରଫରୁ ପୌରପାଳିକା ଅଂଚଳ ରେ ତୁରନ୍ତ ଥଇଥାନ କରାଯିବା ପୂର୍ବରୁ ସେମାନଙ୍କୁ ଅସ୍ଥାୟୀ ଭାବରେ ଦୋକାନ କରାଯାଉ ବୋଲି ଦର୍ଶାଯାଇଛି। ସରକାର, ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଉଠା ଦୋକାନୀ ସଂଘ ତରଫରୁ ସପରିବାର ଜିଲ୍ଲାପାଳ ଙ୍କ ଅଫିସ ଘେରିବାକୁ ବାଧ୍ୟ ହେବେ। ସହର ସୁନ୍ଦର କରାଯାଉ, ଜଳ ନିଷ୍କାସନ ବ୍ୟବସ୍ଥା ହେଉ ଓ ରାସ୍ତା ପ୍ରଶସ୍ତି କରଣ କରାଯାଉ, ସଙ୍ଘ ତରଫରୁ ଏହି କାର୍ଯ୍ୟକୁ ସମର୍ଥନ ଜଣାଇଛନ୍ତି ଓ ସହର ରେ ସରକାରୀ ଜମି ଜବରଦଖଲ କରିଥିବା ବାହୁବଳି ଲୋକ ଓ ଅନୁଷ୍ଠାନ ମାନଙ୍କ କବଳରୁ କେବେ ଉଚ୍ଛେଦ କରିବା ପାଇଁ ସରକାର୍ ପଦକ୍ଷେପ ଗ୍ରହଣ କରିବେ ବୋଲି ସଂଘର ସଭାପତି ଦିବ୍ୟ ସିଂହ ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.