ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନ ଘେଂଟଶ୍ୱର ବଜାରରେ ପ୍ରଶାସନୀୟ ଉଛେଦ କାର୍ଯ୍ୟ ସରିଯାଇଛି। କିନ୍ତୁ ଯେଉଁ ୧୦୦ରୁ ଅଧିକ ଖୁଦ୍ର ବ୍ୟବସାୟୀ ଦୀର୍ଘ ବର୍ଷ ଧରି ସେଠାରେ ଜୀବିକା କରି ନିଜର ପରିବାର ପ୍ରତି ପୋଷଣ କରୁଥିଲେ, ସେମାନଙ୍କ ପାଇଁ ଆଜି ବି ଦୁଃଖ ବଢିଆରେ ଲାଗିଛି। ପୁନ ଥଇଥାନ ଅପେକ୍ଷାରେ ଏବେ ରାସ୍ତା କଢ଼ରେ ଦିନ କାଟୁଛନ୍ତି ବ୍ୟବସାୟୀ। ପୂର୍ବ ସୂଚନା ମୁତାବକ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଧୀନ ଘେଂଟଶ୍ୱର ବଜାର ଉନ୍ନତି ଓ ରାସ୍ତା ପ୍ରସାରଣ ନାମରେ ପ୍ରଶାସନ ପକ୍ଷରୁ ବ୍ୟାପକ ଉଛେଦ କାର୍ଯ୍ୟ କରାଯାଇଥିଲା। ଉଛେଦ ପରେ ବଜାର ଖାଲି, ରାସ୍ତା ସଫା କିନ୍ତୁ ଏହି ଦୃଶ୍ୟର ଆଢୁଆଳ ରେ ଲୁଚି ରହିଛି ୧୦୦ରୁ ଅଧିକ ପରିବାରର ଦୁଃଖ।ଦୀର୍ଘ ବର୍ଷ ଧରି ଘେଂଟଶ୍ୱର ବଜାରରେ ଛୋଟ ଦୋକାନ କରି ନିଜ ପରିବାର ଚଳାଉଥିବା ବ୍ୟବସାୟୀମାନେ ଆଜି ନିଜ ଜୀବିକା ହାରାଇ ଅନିଶ୍ଚିତତାରେ ପଡ଼ିଛନ୍ତି। ଉଛେଦ ସମୟରେ ପ୍ରଶାସନ ପକ୍ଷରୁ ଶୀଘ୍ର ଥଇଥାନ ଦିଆଯିବ ବୋଲି ଆଶ୍ୱାସନ ମିଳିଥିଲା। କିନ୍ତୁ ଦିନ, ସପ୍ତାହ, ମାସ କଟିଗଲା ଥଇଥାନ ର ଦେଖା ନାହିଁ, ଫଳରେ ବ୍ୟବସାୟୀମାନେ ଏବେ ରାସ୍ତା କଢ଼ରେ, ପଲିଥିନ୍ ତଳେ, ଛୋଟ ଟେବୁଲ୍ ଉପରେ ଦୋକାନ ବସାଇ ଜୀବିକା କରିବାକୁ ବାଧ୍ୟ ହେଉଛନ୍ତି। ହାଡଭଙ୍ଗା ସୀତର ଶିଶିର ବିନ୍ଦୁ ରେ ସାମଗ୍ରୀ ଭିଜିଯାଉଛି, ଦିନରେ ଖରା ପ୍ରକୋପ ରେ ବସିବା ଅସମ୍ଭବ, ଆଉ ଗ୍ରାହକ ମଧ୍ୟ ଆସୁନାହାନ୍ତି। ଏହାର ସିଧା ପ୍ରଭାବ ପଡ଼ୁଛି ସେମାନଙ୍କ ପରିବାର ଉପରେ।ବ୍ୟବସାୟୀ ମନଙ୍କ କହିବା କଥା, ଏହି ବଜାର ଉପରେ ନିର୍ଭର କରି ସେମାନଙ୍କ ପରିବାର ଚଳୁଥିଲା। ଆଜି ଦୋକାନ ନଥିବାରୁ ପିଲାଙ୍କ ପଢ଼ା, ଘର ଖର୍ଚ୍ଚ ଓ ଦୈନିକ ଜୀବନ ସବୁ ବିପଦରେ। ଉଛେଦ ସରିଗଲା ସତ କିନ୍ତୁ ପ୍ରଶାସନ ଦୁଃଖ ସରାଇବାକୁ ଏପର୍ଯ୍ୟନ୍ତ ଆଗେଇ ଆସିନାହିଁ ବୋଲି ସେମାନେ ଅଭିଯୋଗ କରୁଛନ୍ତି।ସ୍ଥାନୀୟ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରଶାସନର ଏହି ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ଉଛେଦ ପୂର୍ବରୁ ଥଇଥାନ ବ୍ୟବସ୍ଥା ନ କରିବା ଗଭୀର କ୍ଷଅନ୍ୟାୟ।ଅନ୍ୟପଟେ, ପ୍ରଶାସନ କହୁଛି ଯେ ଥଇଥାନ ଯୋଜନା ଉପରେ ଚର୍ଚ୍ଚା ଚାଲିଛି। କିନ୍ତୁ ଏହି “ଚର୍ଚ୍ଚା” କେବେ ବ୍ୟବସାୟୀଙ୍କ ଜୀବନରେ ଆଶା ହୋଇ ଆସିବ ପ୍ରଶ୍ନ ହୋଇ ରହିଛି।
Home ଜିଲ୍ଲା ପରିକ୍ରମା ଉଛେଦ ସରିଛି, କିନ୍ତୁ ଯାଇନି ଦୁଃଖ,ଥଇଥାନ ଅପେକ୍ଷାରେ ଘେଂଟଶ୍ୱର ବଜାରର ୧୦୦ରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ,...








