Home ଜିଲ୍ଲା ପରିକ୍ରମା ଉଚ୍ଛେଦ ଉଠା ଦୋକାନୀ ମାନଙ୍କୁ ଭେଣ୍ଡିଂ ଜୋନ୍ କରି ଥଇଥାନ ଦାବିରେ ଜିଲାପାଳଙ୍କୁ ଦାବୀପତ୍ର

ଉଚ୍ଛେଦ ଉଠା ଦୋକାନୀ ମାନଙ୍କୁ ଭେଣ୍ଡିଂ ଜୋନ୍ କରି ଥଇଥାନ ଦାବିରେ ଜିଲାପାଳଙ୍କୁ ଦାବୀପତ୍ର

11

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ରାସ୍ତା ପାର୍ଶ୍ୱ ଉଚ୍ଛେଦ ହୋଇଥିବା ଉଠା ଦୋକାନୀ ମାନେ ଦିନ ୧୧ଟା ସମୟରେ ଏକ ଦାବୀପତ୍ର ଜିଲାପାଳ ଙ୍କୁ ଭେଟି ଦେଇଥିଲେ। ସଂଘର ସଭାପତି ଦିବ୍ୟ ସିଂହ ନାୟକ, ବସିରି ଖାଁ, ସେକ ମମତାଜ, ରାମ ପୃଷ୍ଟି, ପ୍ରଶାନ୍ତ ବେହେରା, ସେକ ଚୁନୁ, ବନା ସାହା, ସେକ ମୂଜାଫର୍ତ ଆକବର ଅଲ୍ଲୀ, ମିର ରମଜାନ, ଅଭିରାମ ପଣ୍ଡା, ସେକ ଅନୁ, ମିର୍ ଅଜମର, କୁନୁ ବେହେରା, ଅଭିରାମ ପୃଷ୍ଟି, କୌଶର ଅଲ୍ଲୀ, ଜମସର ଖାଁ ମାନେ ପ୍ରମୁଖ ଆଜି ଜିଲ୍ଲପାଳଙ୍କୁ ସାକ୍ଷାତ କରି ଭେଣ୍ଡିଂ ଜୋନ ପ୍ରତିଷ୍ଠା କରାଯାଇ ସମସ୍ତଙ୍କୁ ଦୋକାନ ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି। ଇତ୍ୟବସରରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର୍ ଓ ଜିଲ୍ଳା ପ୍ରଶାସନ ଭେଣ୍ଡି ଜୋନ ନିର୍ମାଣ ର ନା ଧରୁନଥିବାରୁ ରାସ୍ତା ପାର୍ଶ୍ୱ ଦୋକାନୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ ଭେଣ୍ଡି ଜୋନ ପ୍ରତିଷ୍ଠା କରାଯାଇ ସମସ୍ତଙ୍କୁ ଦୋକାନ ଗୃହ ଯୋଗାଇ ଦିଆନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରମିକ ନେତା ଦିବ୍ୟ ସିଂହ ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.