Home କେନ୍ଦ୍ରାପଡ଼ା ଉଚ୍ଚ ଶିକ୍ଷାନୁଷ୍ଠାନରେ ମାନବୃଦ୍ଧି ନିମନ୍ତେ କେନ୍ଦ୍ରାପଡା କଲେଜରେ କର୍ମଶାଳା

ଉଚ୍ଚ ଶିକ୍ଷାନୁଷ୍ଠାନରେ ମାନବୃଦ୍ଧି ନିମନ୍ତେ କେନ୍ଦ୍ରାପଡା କଲେଜରେ କର୍ମଶାଳା

73

କେନ୍ଦ୍ରାପଡ଼ା, ୩୦ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ କିଟ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷାନୁଷ୍ଠାନର ମାନବୃଦ୍ଧି ନିମନ୍ତେ ଏକ କର୍ମଶାଳା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରୋ-ଭାଇସଚାନସେଲର ଡଃ. ସସ୍ମିତାରାଣୀ ସାମନ୍ତ ଗବେଷଣା କ୍ଷେତ୍ରରେ ଆଞ୍ଚଳିକ ସ୍ତରର ଲୋକ ସମସ୍ୟା ସମ୍ପର୍କିତ ହେବା ଦରକାର। ମହାବିଦ୍ୟାଳୟର ଅଟ୍ଟାଳିକା, ଗବେଷଣାଗାର ଭଳି ବୈାଦ୍ଧିକ ଭିତ୍ତିଭୂମି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଖଲିକୋଟ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ଆମ ଆଗରେ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରର କୈାଣସି ଉଚ୍ଚ ମାନର ଅନୁଷ୍ଠାନକୁ ଆଦର୍ଶ ଭାବରେ ଗ୍ରହଣ କରି ଅଗ୍ରସର ହେବା ଦରକାର। ପ୍ରଫେସର ରଞ୍ଜନ କୁମାର ବଳ ନାକ୍ ରେ ଉଚ୍ଚ ମାନ ପାଇବା ପାଇଁ କିଛି ବର୍ଷ ଧରି ସାଧନାର ଆବଶ୍ୟକତା ରହିଛି। ସେଥିପାଇଁ ଶିକ୍ଷକ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ ତଥା ବର୍ତ୍ତମାନର ଶିକ୍ଷାର୍ଥୀମାନଙ୍କର ସହଯୋଗ ଦରକାର। ପ୍ରଫେସର ଜୟନ୍ତ କୁମାର ପରିଡା ଆଗାମୀ ନାକ୍ ଆକଳନ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଆଭ୍ୟନ୍ତରୀଣ ମାନ ନିର୍ଦ୍ଧାରଣ କମିଟିର ଆବାହକ ଡଃ. ପ୍ରମୋଦ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କର୍ମଶାଳାକୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହି କର୍ମଶାଳାରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, ପ୍ରଫେସର ବିନ୍ଦୁମିତ୍ର ବଳ, ପ୍ରାକ୍ତନ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ପଟ୍ଟାମୁଣ୍ଡାଇ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଦେବେନ୍ଦ୍ର ପ୍ରଧାନଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇଥିଲେ। ଲେଫ୍ଟନାଣ୍ଟ ସୀମା ମହାନ୍ତି କର୍ମଶାଳାକୁ ସଂଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.