Home ଜିଲ୍ଲା ପରିକ୍ରମା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ବିଭିନ୍ନ ରାସ୍ତାର ଶିଳାନ୍ୟାସ, ଶତାଧିକ ଅନ୍ୟ ଦଳର କର୍ମୀ ବିଜେପିରେ...

ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ବିଭିନ୍ନ ରାସ୍ତାର ଶିଳାନ୍ୟାସ, ଶତାଧିକ ଅନ୍ୟ ଦଳର କର୍ମୀ ବିଜେପିରେ ସାମିଲ

7

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକର ବିଭିନ୍ନ ରାସ୍ତା ର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଫତେପୁର ପଂଚାୟତର ଗ୍ରାମ୍ୟ ଉନ୍ନୟନ ସଡକ ଠାରୁ ଧର୍ମାଗତପୁର ସଡ଼କ,ଭଦ୍ରକ-ଆରଡ଼ି ପୂର୍ତ ବିଭାଗ ସଡ଼କ ଠାରୁ ଉଚ୍ଚପଦା-କାକୁଡିଗଡ଼ିଆ ସଡକ,ଦଇପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ବାବୁରିଗାଁ ଓ ମାଙ୍କିଡିଆ ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ।ପରେ ଚୁଡାକୁଟି ଠାରେ ଗ୍ରାମୀଣ ମଣ୍ଡଳ ବିଜେପି ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରେ ମହାମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା। ଏଥିରେ ପ୍ରାୟ ଶହେ ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ବିଜେପି ଦଳରେ ଯୋଗଦେଇଥିଲେ। ନୂତନ କର୍ମୀମାନଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରି କରିଥିଲେ। ସଭା ମଂଚରେ ଶ୍ରୀକାନ୍ତ ନାୟକ ସମସ୍ତ ଅତିଥିଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ ଓ ଦୀପ୍ତି ରଞ୍ଜନ ଜେନା ସଭା ପରିଚାଳନା କରିଥିଲେ। ପ୍ରସାନ୍ତ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସାଂସଦଙ୍କ ପ୍ରତିନିଧି ମନୋରଂଜନ ମଲ୍ଲିକ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ଅରବିନ୍ଦ ପତି, କୈଳାସ ମହାପାତ୍ର, ବୈକୁଣ୍ଠ ସାହୁ, ନାରାୟଣ ସାହୁ, ବିଦ୍ୟାଧର ରାଉତ,ରଘୁନାଥ ଲେଙ୍କା ସହ ନେତା ଓ କର୍ମୀ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ଆନନ୍ଦପୁର ଓ ଶେଣ୍ଡପୁର ରେ ରାହାସ ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.