Home ଜିଲ୍ଲା ପରିକ୍ରମା ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଜଳସେଚନ, ଜଂଗଲ ଓ କ୍ରୀଡାର ଉନ୍ନତି ଉପରେ ଗୁରୁତ୍ୱାରୋପ

ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଜଳସେଚନ, ଜଂଗଲ ଓ କ୍ରୀଡାର ଉନ୍ନତି ଉପରେ ଗୁରୁତ୍ୱାରୋପ

7

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଜଳସେଚନ, ବନ୍ୟା ନିୟନ୍ତ୍ରଣ, ବନୀକରଣ ଓ କ୍ରୀଡାର ବିକାଶ ଉପରେ ଉଚ୍ଚଶିକ୍ଷା, କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ଜଳସେଚନ, ଜଂଗଲ ଓ କ୍ରୀଡାର ଉନ୍ନତି ନେଇ କେତେକ ପ୍ରସ୍ତାବ ଦେବା ସହ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ପ୍ରୋଜେକ୍ଟ ରିପୋର୍ଟ ଶୀଘ୍ର ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଦିଲିପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ,ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଉପଜିଲାପାଳ ଶ୍ୟାମଲ କୁମାର ରାୟ, ଅତିରିକ୍ତ ତହସିଲଦାର, ତିହିଡ଼ି ନମିତା ଧଳ , ଗୋଷ୍ଟି ଉନ୍ନୟନ ଅଧିକାରୀ ,ତିହିଡି ନିରଞ୍ଜନ ବାରିକ୍ ଓ ଗୋଷ୍ଟି ଉନ୍ନୟନ ଅଧିକାରୀ,ଧାମନଗର ବନବିହାରୀ ଧିନ୍ଦା, ସରପଂଚ ,ନିର୍ବାଚିତ ପ୍ରତିନିଧି ,ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା ହୋଇଥିଲା। ପ୍ରମୁଖ ଆଲୋଚନା ମଧ୍ୟରୁ ସାଳନ୍ଦୀ ଓ ବୈତରଣୀ ନଦୀ ପାର୍ଶ୍ୱରେ ନୂତନ ବନୀକରଣ କରିବାକୁ। ଏହି ବର୍ଷା ଋତୁହି ପ୍ରକୁଷ୍ଠ ସମୟ ,ଏହି ସମୟରେ ବିଭିନ୍ନ ଏନଜିଓ, କମୁନିଟୀ ମାନଙ୍କୁ ନେଇ ୨୦ ହଜାରରୁ ଉର୍ଦ୍ଧ୍ୱ ଚାରା ଲଗାଇବା।କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିବା।ସରକାରୀ ଜାଗାକୁ ସୁରକ୍ଷା କରା ଯାଇପାରିବ ଓ ଜଙ୍ଗଲ ସୃଷ୍ଟି ହୋଇପାରିବ।ସ୍କୁଲ କଲେଜ ମାନଙ୍କରେ ପିଲା ମାନଙ୍କୁ ପ୍ରତିଯୋଗୀତା ଭାବରେ ବୃକ୍ଷ ରୋପଣ ଓ ଏହାକୁ ବେଂଚଇ ରଖିବାକୁ ପ୍ରୟାସ କରାଯାଇପାରିବ। ଏହାଦ୍ୱାରା ଗ୍ରୀନ ଭଦ୍ରକ ମିଶନ ଲକ୍ଷ୍ୟ ପୁରଣ ହୋଇ ପାରିବ। ବୈତରଣୀର କୋଚିଲା ଠାରେ ଘେରି ବନ୍ଧର ସର୍ଭେ। ସାଳନ୍ଦୀ ନଦୀ ଦ୍ୱାରା ନିମ୍ନ ଅବବାହିକାରେ ଯଥେଷ୍ଟ ଜଳସେଚନ ହୋଇପାରୁନାହିଁ। ତେଣୁ ବୈତରଣୀ ନଦୀ କୁ ସାଳନ୍ଦୀ ନଦୀ ଦ୍ୱାରା ସଂଯୋଗି କରଣ କରାଯିବ। ଏହା ଦ୍ୱାରା ତିହିଡି ଓ ଧାମନଗର ର ବୃହତ୍ ଅଂଚଳ ରେ ଜଳସେଚନ ହୋଇ ପାରିବ। ତିହିଡି, ଧାମନଗର ରାସ୍ତାର ଉନ୍ନତିକରଣ ଓ ରାସ୍ତା ପାର୍ଶ୍ୱରେ ବନୀକରଣ, ବରପୁତ୍ର ଐତିହ ଗ୍ରାମର ଉନ୍ନତି କରଣ , ତିହିଡିର ମଙ୍ଗରାଜପୁର ଠାରେ ଏକ ସରକାରୀ ସ୍ଥାନ ଠିକ୍ କରାଯାଇଛି। ଏଠାରେ ବିଭିନ୍ନ ସରକାରୀ କାର୍ଯ୍ୟଳୟ କରାଯିବ। କ୍ରୀଡା ବିଭାଗ ର ଓଏସ୍‌ଡି ରମେଶ କୁମାର ମହାନ୍ତି ନେହେରୁ ଷ୍ଟାଡିୟମ୍ ର ଅଗ୍ରଗତି, ଜିଲ୍ଲାର ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟକ୍ଷମ , ବ୍ଲକ ସ୍ତରୀୟ ଷ୍ଟାଡିୟମର ତଥ୍ୟ ପ୍ରଦାନ କରିଥିଲେ ଯାହାର ସମୀକ୍ଷା କରାଯାଇଥିଲା । ପ୍ରାୟ ତିନି ଘଂଟା ଧରି ଏହି ସଭା ଚାଲିଥିଲା । ପରିଶେଷରେ ରବି ନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ କରି ସଭା ସାଙ୍ଗ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.