Home ଜିଲ୍ଲା ପରିକ୍ରମା ଈଶା ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜିଲାସ୍ତରୀୟ ପ୍ରତିଭା ଅନ୍ୱେଷଣ ‘ପରିନ୍ଦେ-୨୦୨୩’

ଈଶା ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜିଲାସ୍ତରୀୟ ପ୍ରତିଭା ଅନ୍ୱେଷଣ ‘ପରିନ୍ଦେ-୨୦୨୩’

128

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଈଶା ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୯ମ ବାର୍ଷିକ ଜିଲାସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ପରିନ୍ଦେ-୨୦୨୩’ ଭଦ୍ରକ ସହୀଦ ସ୍ମୃତି ଭବନରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲାର ଅଧିକାଂଶ ଅଂଚଳରୁ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଶତାଧିକ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଭାଗ ଯଥା ସାଧାରଣ ଜ୍ଞାନ, ମାନସାଙ୍କ, ଚିତ୍ରାଙ୍କନ, ବକ୍ତୃତା, ଷ୍ଟୋରି, ରାଇମ୍‌, ଫ୍ୟାନ୍ସି ଡ୍ରେସ୍‌, ଡ୍ୟାନ୍ସ ଇତ୍ୟାଦି ରଖାଯାଇଥିଲା । ଆରଏଚ୍‌ଟି ଗ୍ରୁପ୍ ଅଫ୍ ଇଷ୍ଟିଚ୍ୟୁଟ୍ ଦ୍ୱାରା ଏହି ପ୍ରତିଯୋଗିତା ୨୦୧୫ ମସିହା ଠାରୁ ଆୟୋଜନ କରାଯାଇଆସୁଅଛି । ଆରଏଚ୍‌ଟି ଗ୍ରୁପ୍‌ର ଅଧ୍ୟକ୍ଷ ସଂଗୁପ୍ତା ୟାସମିନ୍ ଓ ନିର୍ଦ୍ଦେଶକ ସେଖ୍ ଅମିରୁଦ୍ଦିନ୍ ଆସନ୍ତା ବର୍ଷ ଏହି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମଟିକୁ ରାଜ୍ୟସ୍ତରୀୟ କରିବାକୁ ଇଚ୍ଛା ପ୍ରକାଶ କରିଅଛନ୍ତି । ଏଥିରେ ମୁଖ୍ୟଅତିଥି ଭାବେ ଜିଲା ଶିଶୁକଲ୍ୟାଣ ବିଭାଗର ଅଧ୍ୟକ୍ଷ ଡ. ଦେବରାଜ ପାଣିଗ୍ରାହୀ, ବରିଷ୍ଠ ସମାଜସେବୀ ଅଭୟ ଦ୍ୱିବେଦୀ ଓ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଜିଲାର କୁନି କୁନି ପ୍ରତିଭାମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଅନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମକର୍ତ୍ତା ମାନସ ରଂଜନ, ଅବିନାଶ ରାଉତ, ଶ୍ରୀକାନ୍ତ ଓଝା, ବିପ୍ଳବ ମହାନ୍ତି, ଶିଶିର ପାଢୀ ଓ ଲଣ୍ଡନ କିଡସ୍ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ବିଚାରପତି ଭାବେ ଝାନ୍ସିରାଣୀ ନାୟକ, ସରୋଜିନୀ, କଲିକତାରୁ ସୁହାନ ଖାତୁନ, ବାଲେଶ୍ୱରରୁ ଏ.ଏସ. ଖାନ୍ ପ୍ରମୁଖ ଦାୟିତ୍ୱ ନିଭାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.