Home ଓଡ଼ିଶା ଇସ୍ରୋର ପ୍ରଚେଷ୍ଟାକୁ ଧନ୍ୟବାଦ ଦେଲେ ମୋଦୀ

ଇସ୍ରୋର ପ୍ରଚେଷ୍ଟାକୁ ଧନ୍ୟବାଦ ଦେଲେ ମୋଦୀ

507

ବେଙ୍ଗାଲୁର, ୦୭/୦୯, (ଓଡ଼ିଆ ପୁଅ ପି ନାଏକ): ଚନ୍ଦ୍ରଯାନ-୨ର ଅନ୍ତିମ ପର୍ଯ୍ୟାୟରେ ଚନ୍ଦ୍ର ପୃଷ୍ଟର ଠିକ୍‌୨.୧ କିଲୋମିଟର ଉପରେ ରହିଥିବା ବେଳେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶୁକ୍ରବାର ବିଳମ୍ବିତ ରାତ୍ରୀ (ରାତି ୧୨ଟା ପରେ) ଶନିବାର ଗୋଟାଏ ତିରିଶରୁ ୨ଟା୩୦ ମଧ୍ୟରେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା। ଚନ୍ଦ୍ର ପୃଷ୍ଟର ୨.୧ କିଲୋମିଟର ଦୂରରୁ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଶନିବାର ସକାଳ ୫ଟା୩୦ରୁ୬ଟା୩୦ ମଧ୍ୟରେ ପ୍ରଜ୍ଞାନ ରୋଭର ଲ୍ୟାଣ୍ଡରରୁ ବାହାରିବାର ଥିଲା। ଏହା ଭାରତର ଚନ୍ଦ୍ରପୃଷ୍ଟରେ ପ୍ରଥମ ସଫ୍ଟ ଲ୍ୟାଣ୍ଡିଂ ପ୍ରଚେଷ୍ଟା ଥିଲା।

 

ଜୀବନରେ ସଫଳତା ଓ ବିଫଳତା, ଘାତ ପ୍ରତିଘାତ ରହିଛି। ଇସ୍ରୋର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.