Home ଓଡ଼ିଶା ଇସ୍ପାତ ଆମଦାନୀ ଅନୁଧ୍ୟାନ ବ୍ୟବସ୍ଥାର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ

ଇସ୍ପାତ ଆମଦାନୀ ଅନୁଧ୍ୟାନ ବ୍ୟବସ୍ଥାର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ

106

ସରକାର ଓ ଅଂଶୀଦାରମାନଙ୍କୁ ଇସ୍ପାତ ଆମଦାନୀ ସମ୍ପର୍କରେ ଆଗୁଆ ସୂଚନା ଦେବ ଏସଆଇଏମଏସ

ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ଓ ବାଣିଜ୍ୟ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ନୂଆଦିଲ୍ଲୀ ଠାରେ ଇସ୍ପାତ ଆମଦାନୀ ଅନୁଧ୍ୟାନ ବ୍ୟବସ୍ଥା (ଏସଆଇଏମଏସ)ର ଶୁଭାରମ୍ଭ କରିଛନ୍ତି।

ଆମେରିକୀୟ ଇସ୍ପାତ ଆମଦାନୀ ଅନୁଧ୍ୟାନ ଓ ସମୀକ୍ଷା ବ୍ୟବସ୍ଥା (ଏସଆଇଏମଏ) ଢାଂଚାରେ ଇସ୍ପାତ ମନ୍ତ୍ରଣାଳୟ ସହିତ ପରାମର୍ଶ କରାଯାଇ ଏହି ବ୍ୟବସ୍ଥା ବିକଶିତ କରାଯାଇଛି।

ସରକାର ଏବଂ ଇସ୍ପାତ ଉତ୍ପାଦନ ଉଦ୍ୟୋଗ, ଇସ୍ପାତ ଆମଦାନୀକାରୀ ଉପଭୋକ୍ତା ଆଦିଙ୍କ ସମେତ ଅଂଶୀଦାରମାନଙ୍କୁ ଏହି ଏସଆଇଏମସ ଜରିଆରେ ଇସ୍ପାତ ଆମଦାନୀ ସଂକ୍ରାନ୍ତରେ ଆଗୁଆ ସୂଚନା ମିଳିପାରିବ। ଏହାଦ୍ୱାରା ପ୍ରଭାବୀ ନୀତିଗତ ହସ୍ତକ୍ଷେପ ସମ୍ଭବ ହୋଇପାରିବ।

ଏହି ବ୍ୟବସ୍ଥାରେ, ଆବଶ୍ୟକ ସୂଚନା ସହିତ ନିର୍ଦ୍ଦିଷ୍ଟ ଇସ୍ପାତ ଉତ୍ପାଦର ଆମଦାନୀକାରୀମାନେ ଏସଆଇଏମଏସର ୱେବ ପୋର୍ଟାଲରେ ଆଗୁଆ ପଞ୍ଜିକରଣ କରିବେ। ଏହି ପଞ୍ଜିକରଣ ସମ୍ପୂର୍ଣ୍ଣ ଭାବେ ଅନଲାଇନ ଓ ସ୍ୱୟଂକ୍ରିୟ ଭାବେ ହେବ ତଥା ଏଥିରେ କୌଣସି ମାନବୀୟ ହସ୍ତକ୍ଷେପ ରହିବ ନାହିଁ। ଆମଦାନୀ ମାଲ ଆସି ପହଁଚିବା ତାରିଖର ୬୦ତମ ଦିନ ପୂର୍ବରୁ ୧୫ତମ ଦିନ ପୂର୍ବ ପର୍ଯ୍ୟନ୍ତ ଆମଦାନୀକାରୀଙ୍କୁ ପଞ୍ଜିକରଣ ପାଇଁ ଅନୁମତି ମିଳିବ। ତେଣୁ ସ୍ୱୟଂକ୍ରିୟ ଭାବେ ମିଳିଥିବା ପଞ୍ଜିକରଣ ନମ୍ବରର ଅବଧି ୭୫ଦିନ ରହିବ। ଏସଆଇଏମଏସରେ ଦିଆଯାଇଥିବା ଇସ୍ପାତ ଆମଦାନୀ ସଂକ୍ରାନ୍ତ ସୂଚନା ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ସମୀକ୍ଷା କରାଯିବ।

୫ ସେପ୍ଟେମ୍ବର, ୨୦୧୯ରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା-୧୭ ଅନୁଯାୟୀ ଇସ୍ପାତ ଆମଦାନୀ ଅନୁଧ୍ୟାନ ବ୍ୟବସ୍ଥା (ଏସଆଇଏମଏସ) ନଭେମ୍ବର ପହିଲା, ୨୦୧୯ ଠାରୁ ଲାଗୁ ହେବ। ଧାର୍ଯ୍ୟ ପଞ୍ଜିକରଣ ଦେୟ ପଇଠ କରିବା ପରେ ୮ ସଂଖ୍ୟା ବିଶିଷ୍ଟ କୋଡରେ ୨୮୪ ଇସ୍ପାତ ଟାରିଫ ଲାଇନର ଆମଦାନୀ ପାଇଁ ସ୍ୱୟଂକ୍ରିୟ ପଞ୍ଜିକରଣ ସଂଖ୍ୟା ହାସଲ କରିବା ଲାଗି ଆମଦାନୀକାରୀଙ୍କୁ ଅନଲାଇନ ବ୍ୟବସ୍ଥାରେ ଆଗୁଆ ସୂଚନା ଦାଖଲ କରିବାକୁ ପଡ଼ିବ। ମାଲ ନିକାସ ଲାଗି ସୀମାଶୁଳ୍କ ଅନୁମତି ହାସଲ ଲାଗି ଏଂଟ୍ରି ବିଲରେ ପଞ୍ଜିକରଣ ସଂଖ୍ୟା ଓ ପଞ୍ଜିକରଣର ସମାପ୍ତି ଅବଧି ଉଲ୍ଲେଖ କରିବାକୁ ହେବ। ଏସଆଇଏମଏସ ବ୍ୟବସ୍ଥା ନଭେମ୍ବର ୧, ୨୦୧୯ରୁ ଲାଗୁ ହେବ, ତେଣୁ ଏଂଟ୍ରି ବିଲ ୧.୧୧.୨୦୧୯ ତାରିଖ କିମ୍ବା ଏହା ପରେ ହାସଲ କରାଯାଇପାରିବ। ଅନଲାଇନ ପଞ୍ଜିକରଣ ସୁବିଧା ୧୬.୦୯.୨୦୧୯ରୁ ଉପଲବ୍ଧ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.