Home ଜିଲ୍ଲା ପରିକ୍ରମା ଇରିଗେସନ ବନ୍ଧ ବିପର୍ଯ୍ୟସ୍ତ ନେଇ ତେଜୁଛି ଅସନ୍ତୋଷ

ଇରିଗେସନ ବନ୍ଧ ବିପର୍ଯ୍ୟସ୍ତ ନେଇ ତେଜୁଛି ଅସନ୍ତୋଷ

32

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଜଳସେଚନ ବିଭାଗର ବିଭିନ୍ନ ନଦୀବନ୍ଧର ସୃଦୃଢି କରଣ ପାଇଁ ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଉଥିବାବେଳେ ପ୍ରାୟ ୪ବର୍ଷ ଧରି ଉକ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେଉନାହିଁ । ସେହିପରି ଏହି ବଡ଼ ବଡ଼ ନଦୀବନ୍ଧ କାର୍ଯ୍ୟପ୍ରତି ନଜରରେ ରଖି ବିଭାଗୀୟ ଅଧିକାରୀ ଗାଁ ଗହଳିର ନଦୀବନ୍ଧ ମରାମତି ପ୍ରତି ଦୃଷ୍ଟି ଦେଉନାହାନ୍ତି । ସୂଚନା ଥାଉକି ଧାମନଗର ଜଳସେଚନ ବିଭାଗ ଅଧିନସ୍ଥ ଧୂଷୁରୀ ଜଳ ସେଚନ ବିଭାଗର ଭଟ୍ଟସାହି ପଂଚାୟତ ଫଳପୁର କଣ୍ଡିଆ ନଦୀବନ୍ଧ ଅବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ପ୍ରାୟ ୧୦ବର୍ଷ ଧରି ଉକ୍ତ ବନ୍ଧରେ ନାଲି ମାଟି ମୁଠେ ପଡ଼ିପାରିଲା ନାହିଁ । କଣ୍ଡିଆ ନଦୀବନ୍ଧର ଫଳପୁର ପ୍ରଧାନମନ୍ତ୍ରୀ ସଡ଼କ ଠାରୁ ଫଳପୁର ସ୍କୁଲ ଭାୟା ବେହେରା ସାହି ୫ଶହ ମିଟର ନଦୀବନ୍ଧଟି ବେ ଯାତାୟତ ପାଇଁ ଘୋର ଅସୁବିଧା ହେଉଛି ।ଏହି ରାସ୍ତାଦେଇ ଦୈନିକ ଶହ ଶହ ଲୋକ ଯାତାୟତ କରୁଥିବାବେଳେ ଏହି ରାସ୍ତାଦେଇ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ଯିବା ଆସିବା କରନ୍ତି । ଏପରିକି ଅନେକ ସମୟରେ ଦୃଘଟଣା ମଧ୍ୟ ଘଟୁଛି । ଏଣୁ ଏଦୀଗରେ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେଇ ଉକ୍ତ ରାସ୍ତାଟିକୁ ମରାମତି ନକଲେ ଆଗାମୀ ଦୀନରେ ସ୍ଥାନୀୟ ଅଂଚଳ ଜନସାଧାରଣ ଓ ଛାତ୍ର ଛାତ୍ରୀ ମାନେ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.