Home ଜିଲ୍ଲା ପରିକ୍ରମା ଇରମ ଗୁଳିକାଣ୍ଡର ୮୩ ତମ ସ୍ମୃତି ଦିବସ, ସମାଧି ପୀଠରେ ୨୯ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳୀ

ଇରମ ଗୁଳିକାଣ୍ଡର ୮୩ ତମ ସ୍ମୃତି ଦିବସ, ସମାଧି ପୀଠରେ ୨୯ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳୀ

15

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇରମ ଗୁଳିକାଣ୍ଡର ୮୩ ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଶହୀଦ ସ୍ମୃତି କମିଟି ଓ ଜିଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ସ୍ମୃତି ଦିବସ ପାଳିତ ହୋଇଥିଲା। ରାଜନୈତିକ ନେତୃବୃନ୍ଦ, ଶହୀଦ ସ୍ମୃତି କମିଟି, ଶହୀଦ ତୀର୍ଥଯାତ୍ରୀ ସଂଘ, ସହିଦ ପରିବାର, ଲବଣ ତୀର୍ଥ ବିଦେଇପୁର, ଅବସର ସେନା କର୍ମଚାରୀ, ମା ମଙ୍ଗଳା ପାଲା ପରିଷଦ, ସ୍ଥାନୀୟ ଜନ ସାଧାରଣଙ୍କ ସହ ପ୍ରଶାସନ ଅଧିକାରୀ ସ୍ମୃତି ସ୍ତମ୍ବ ଓ ସମାଧି ପୀଠରେ ମାଲ୍ୟାର୍ପଣକରି ଶହୀଦ ଦିବସକୁ ମନେ ପକାଇଥିଲେ। ଏହି ପରିପ୍ରେକ୍ଷୀରେ ସକାଳେ ଜିଲା ପାଳ ଦିଲ୍ଲିପ କୁମାର ରାଉତରାୟ ଇରମ ମେଳନ ପଡିଆରେ ଜାତୀୟ ପତାକା ଉତୋଳନକରି ଶହୀଦ ସ୍ମୃୃତି ସମାରୋହକୁ ଉଦଘାଟନକରି ମିଳିତ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରିୟବ୍ରତ ଦାସ, ବିଡିଓ ତନ୍ମିତା କର, ଜିଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ସ୍ମୃତି କମିଟିର ସଭାପତି ପଦ୍ମନାଭ ଦାଶ ପ୍ରମୁଖ ଶହୀଦ ପୀଠ ଓ ସ୍ମୃତି ସ୍ତମ୍ବରେ ମାଲ୍ୟାର୍ପଣ କରିଥିଲେ। ପଂଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସମାଜସେବୀ ଶୁଭେନ୍ଦୁଭୂଷଣ ବେହେରା, ଦିନବନ୍ଧୁ ଦାସ, ସରପଂଚ ସାବିତ୍ରୀ ବଳ, ସମିତି ସଭ୍ୟ ଲଗ୍ନିକା ମଲ୍ଲିକ ସହିତ ସ୍ଥାନୀୟ ଜନସାଧାରଣ ପୀଠ ଓ ସ୍ମୃତି ସ୍ତମ୍ବରେ ମାଲ୍ୟାର୍ପଣକରି ସ୍ମତି ଦିବସକୁ ମନେ ପକାଇଥିଲେ। ସହିଦ ପରିବାର ପକ୍ଷରୁ ନହଣ ପୋଖରୀରରେ ତିଳତର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ଜିଲ୍ଲା ଆରକ୍ଷୀ ବାହିନୀ ପକ୍ଷରୁ ସମାଧି ପୀଠରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ୍ ଅଭିଷେକ ବେହେରା,ଏସଡିପିଓ ବିଚିତ୍ରାନନ୍ଦ ସେଠୀ, ଥାନାଅଧିକାରୀ ଲୋପାମୁଦ୍ରା ନାୟକ ପ୍ରମୁଖ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶହୀଦ ଆଉ ସଂଗ୍ରାମୀ ମାନଙ୍କ ତ୍ୟାଗକୁ ମନେପକାଇ ଶହୀଦ ତୀର୍ଥ ସଂଘ ର ସଭାପତି ବୈଲୋଚନ ଜେନାଙ୍କସହ କର୍ମକର୍ତା ବାସୁଦେବପୁର ଠାରେ ଜାତୀୟ କନି ବାଞ୍ଛାନିଧି ମହାନ୍ତି, ଜାତୀର ପିତା ମହାତ୍ମାଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣୀ ରାଉତରାୟ, ଲବଣତୀର୍ଥ ସ୍ମୃତି ସ୍ତମ୍ବ ଚୁଡାମଣି, ଲାଂଟିପଦା ଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲା। ସଂଘର ସମ୍ପାଦକ ବସନ୍ତ କୁମାର ଦାଶ, ବନଲତା ଜେନା, ସୁଶେଷ ରଞ୍ଜନ ବାରିକ, ନିତ୍ୟାନନ୍ଦ ଷଢଙ୍ଗୀ, ନାରାୟଣ ବେହେରା, ସୈନିକ ସଂଘର କୈଳାସ ଚନ୍ଦ୍ର ନାଥ ପ୍ରମୁଖ ଇରମ ସାମଧି ପୀଠରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ସ୍ଥାନୀୟ ସହିଦ ଷ୍ପୋଟିଂ କ୍ଲବ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.