Home କେନ୍ଦ୍ରାପଡ଼ା ଇଫକୋ ସାର ବିକ୍ରେତାଙ୍କ ପ୍ରଶିକ୍ଷଣ ଶିବିର

ଇଫକୋ ସାର ବିକ୍ରେତାଙ୍କ ପ୍ରଶିକ୍ଷଣ ଶିବିର

13

କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଗଙ୍ଗାରାମପୁର ପଞ୍ଚାୟତ ଅନ୍ତର୍ଗତ ମା’ଛୁଆଳିଆପୀଠରେ ଇଫକୋ ସାର ବିକ୍ରେତାଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହାସୁଆର ସଭାପତିତ୍ୱ କରିଥିବା ବେଳେ କୃଷି ବିଭାଗର କର୍ମଚାରୀ ଓ ଇଫକୋ ସାର କମ୍ପାନୀର କର୍ମଚାରୀ ପ୍ରଫୁଲ୍ଲ କୁମାର ମହାରଣା, ସତ୍ୟବ୍ରତ ସାହୁ, ସୌମ୍ୟରଞ୍ଜନ ହାତୀ, ଦିବ୍ୟରଞ୍ଜନ ଓତା, ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ ଇଫକୋ ସାରର ଉପଯୋଗୀତା, ବ୍ୟବହାର ଓ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କୋଭିଡ-୧୯ ନିୟମ ଅନୁଯାୟୀ ସଭାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ ସହ କେତେକ ଚାଷୀଙ୍କୁ ଚାରା ପ୍ରଦାନ କରାଯାଇଥିଲା। ପର୍ସ ମେସିନ ମାଧ୍ୟମରେ ସାର ପ୍ରୟୋଗ କରିବା, କୀଟନାଶକ ସାରର ପ୍ରୟୋଗ ତଥା ଠିକ୍ ସମୟରେ ଚାଷ କରିବା, ଜଳ ଯୋଗାଣ ଏବଂ ଧାଡିରୁହା ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ଚାଷୀ ଯୋଗଦେଇଥିବା ବେଳେ ୪୦ରୁ ଅଧିକ ରିଟେଲର୍ ଯୋଗଦେଇଥିଲେ। ଶ୍ରୀ ହାତୀ ସଭାପରିଚାଳନା କରୁଥିବା ବେଳେ ନିର୍ମଳ କୁମାର ନାୟକ ଓ ସୌଭାଗ୍ୟ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.