Home Top News ଇନ୍‌ପେକ୍ଟର ମାନସୀ ଜେନାଙ୍କୁ ଚାକିରୀରୁ ବହିଷ୍କାର କଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଇନ୍‌ପେକ୍ଟର ମାନସୀ ଜେନାଙ୍କୁ ଚାକିରୀରୁ ବହିଷ୍କାର କଲେ ଆରକ୍ଷୀ ମହାନିର୍ଦ୍ଦେଶକ

85

ଭୁବନେଶ୍ୱର ୧୦-୬ (ଓଡ଼ିଆ ପୁଅ) ଜଣେ ବ୍ୟକ୍ତିଙ୍କଠାରୁ ୨୦ ଲକ୍ଷ ଟଙ୍କା ଦାବି କରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଭିଜିଲାନ୍ସ ଇନ୍‌ପେକ୍ଟର ଶ୍ରୀମତୀ ମାନସୀ ଜେନାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଭାରତର ସମ୍ବିଧାନ ଅନୁଚ୍ଛେଦ ୩୧୧(୨)(ବି) ନିୟମ ଅନୁଯାୟୀ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ତାଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ ଅଧିନରେ ଇନ୍‌ସପେକ୍ଟର ଭାବେ ଶ୍ରୀମତୀ ମାନସୀ ଜେନା କାର୍ଯ୍ୟ କରୁଥିଲେ। ଜଣେ ଅଫିସରଙ୍କ ନାମରେ ଥିବା ପିଟିସନ୍‌କୁ ବନ୍ଦ କରିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜରିଆରେ ଶ୍ରୀମତୀ ଜେନା ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏଭଳି ଏକ ସଙ୍ଗୀନ ଅଭିଯୋଗ ପାଇ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ସେଲ୍ କେଶ୍ ନଂ ୦୫/୨୦୨୨ ତା୧୨/୦୫/୨୦୨୨ରିଖରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.