Home ଜିଲ୍ଲା ପରିକ୍ରମା ଇନ୍ଦ୍ରାଣୀ ବାନାର୍ଜୀ କବିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ଇନ୍ଦ୍ରାଣୀ ବାନାର୍ଜୀ କବିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

9
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱର୍ଗତଃ ଇନ୍ଦ୍ରାଣୀ ବାନାର୍ଜୀ କବିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଏହି ଉପଲକ୍ଷେ ଇନ୍ଦ୍ରାଣୀଙ୍କର ସ୍ୱାମୀ କାତାର ଓଡ଼ିଆ ସଂଘ ‘ଉତ୍କଳିକା’ର ସଭାପତି ଡଃ. ବସନ୍ତ କୁମାର କବିଙ୍କର ଭଦ୍ରକ ଜିଲ୍ଲାସ୍ଥିତ ରାହାଞ୍ଜ ବାସଭବନ ଠାରେ ଆୟୋଜିତ ଏକ ସମାରୋହରେ ତାଙ୍କର ଶତାଧିକ ପରିବାର ବର୍ଗ, ବନ୍ଧୁବାନ୍ଧବ, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନଙ୍କର ସମାଗମ ଘଟିଥିବା ଦେଖିବାକୁ ମିଳିଥିଲା। ଏହି ପ୍ରାର୍ଥନା ସଭାରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ୱର୍ଗତଃ କବିଙ୍କର ଆଦର୍ଶ ଜୀବନ ଓ ଉତ୍କର୍ଷ ଦର୍ଶନର ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି ଏବଂ ଚିରଶାନ୍ତି କାମନା କରିଥିଲେ। ସ୍ୱର୍ଗତଃ ଇନ୍ଦ୍ରାଣୀ ଏକ ବହୁମୁଖୀ, ଉଚ୍ଚ ପଦାଧିକାରୀ ଓ ଉଜ୍ଜ୍ୱଳ ବ୍ୟକ୍ତିତ୍ୱର ଅଧୀକାରିଣୀ ଥିଲେ। ତାଙ୍କର ନିଷ୍ଠା, ସାଧନା,ସତ୍ୟ,ନ୍ୟାୟ ଓ ଧର୍ମପରାୟଣା ପରି ମାନବୀୟ ଗୁଣାବଳୀ ଅନନ୍ୟ ଓ ଅତୁଳନୀୟ ଥିଲା। ସ୍ୱର୍ଗତଃ ଇନ୍ଦ୍ରାଣୀଙ୍କର ଅସାଧାରଣ ପ୍ରତିଭା ଓ ଅସାମାନ୍ୟ ପାରଦର୍ଶିତାକୁ ଆଧାର କରି ତାଙ୍କର ସ୍ୱାମୀ ଡଃ. ବସନ୍ତ କୁମାର କବିଙ୍କ ଦ୍ୱାରା ଲିଖିତ ଇଂରାଜୀ ଉପନ୍ୟାସ ‘ରେଲ ଟୁ ରେମିନିସେନ୍ସ ଆନ ଏଟରନାଲ ଭଏଜ ଉଇଥ ଇନ୍ଦ୍ରାଣୀ’, ନଣନ୍ଦ ସୁନାମଧନ୍ୟ କବୟତ୍ରୀ ସାବିତ୍ରୀ କବିଙ୍କ ରଚିତ ଓଡ଼ିଆ ପୁସ୍ତକ ‘ଲୁହର ସମୁଦ୍ରରେ ଇନ୍ଦ୍ରାଣୀ ଓ ସ୍ମୃତି ସମ୍ବଳିତ ଇଂରାଜୀ ସ୍ମରଣିକା “ଇନ୍ଦ୍ରାଣୀ: ଦ ରାଡିଆଂଟ ଷ୍ଟାର ଇନ୍ ଦ ସ୍କାଏ” ଆଦିକୁ ଆମନ୍ତ୍ରିତ ଅତିଥିମାନେ ଉନ୍ମୋଚନ କରିଥିଲେ। ବିଖ୍ୟାତ ସାରସ୍ୱତ ସାଧକ ପବିତ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଉଦ୍ଘାଟକ ଭାବରେ ପ୍ରଖ୍ୟାତ ସାହିତ୍ୟିକ ଦାଶ ବେନହୁର,ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ. ଅରୁନ୍ଧତୀ ଦେବୀ, ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲୁମକୀ ଦଲାୱଜୀ ହବିବ, ପ୍ରସିଦ୍ଧ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ପ୍ରତିଷ୍ଠିତ ସାହିତ୍ୟିକ ଅରୁଣୋଦୟ ଖିଲାର,ପ୍ରତିରକ୍ଷାବିତ କର୍ଣ୍ଣେଲ ଶେଖର ସ୍ୱାଇଁ ଏବଂ ସୁପ୍ରସିଦ୍ଧ ଗାଳ୍ପିକ ରଜନୀକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ କବିଙ୍କୁ ଭାବ ବିହ୍ୱଳ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଅଶୋକ କବି ସୁଚାରୁ ରୂପେ ସଂଯୋଜନା ଓ ସଂଚାଳନା କରିଥିଲେ। ସନ୍ଧ୍ୟାବେଳେ ଉଦୀୟମାନ ଭଜନ ଗାୟକ ଜଗବନ୍ଧୁ ମୁଦୁଲି ଓ ସାଥୀ ସୁମଧୁର ଭଜନମାନ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସ୍ୱର୍ଗତଃ ଇନ୍ଦ୍ରାଣୀଙ୍କର ରୁଚିକୁ ଆଧାର କରି ବିଭିନ୍ନ କିସମର ସ୍ୱାଦିଷ୍ଟ ବ୍ୟଞ୍ଜନ ଉଭୟ ମଧ୍ୟାହ୍ନ ଓ ରାତ୍ର ଭୋଜନରେ ଅତିଥି ଅଭ୍ୟାଗତମାନଙ୍କୁ ପରଷା ଯାଇଥିଲା। ଇନ୍ଦ୍ରାଣୀଙ୍କର ପିତା ଆଶୀଷତରୁ ବାନାର୍ଜୀ ଓ ମାତା ସୁମିତା ବାନାର୍ଜୀ ତଥା ସମଗ୍ର କବି ପରିବାର ବର୍ଗ ଆୟୋଜନରେ ମୁଖ୍ୟ ଭୂମିକା ନିର୍ବାହ କରିବା ସହିତ ଆଗନ୍ତୁକ ମାନଙ୍କ ନିକଟରେ ଉପସ୍ଥିତି ଓ ସମର୍ଥନ ପାଇଁ କୃତଜ୍ଞତା ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.