Home ଜିଲ୍ଲା ପରିକ୍ରମା ଇନ୍ଦୁମତି ଆଦର୍ଶ ଶିକ୍ଷୟିତ୍ରୀ ଥିଲେ

ଇନ୍ଦୁମତି ଆଦର୍ଶ ଶିକ୍ଷୟିତ୍ରୀ ଥିଲେ

18

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ୍ ରାମଚନ୍ଦ୍ରପୁର ପଚାଂୟତ ଅଧିନ ପାନପଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ସୁକିର୍ତୀ କର, ମୁଖ୍ୟବକ୍ତା ବନ୍ତ ଆଚଂଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶୁଭେନ୍ଦ୍ର ଶେଖର ମିଶ୍ର, ବିଶିଷ୍ଟ ଅତିଥି ବ୍ଲକ୍ ଅନୁଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ଭାଗିରଥୀ ପାତ୍ର, ସମ୍ମାନିତ ଅତିଥି ରାମଚନ୍ଦ୍ର ନୋଡାଲ୍ ଆଚଂଳିକ ସାଧନକେନ୍ଦ୍ର ସଂଯୋଜକ ଉତମ କୁମାର ଦାସ, ରାମଚନ୍ଦ୍ରପୁର ସରପଚଂ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଧର୍ମେନ୍ଦ୍ର ନାରାୟଣ ଜେନା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ପରିଚାଳନା କମିଟି ସଭାପତି ହରେକୃଷ୍ଣ ଶଙ୍ଖୁଆ ପ୍ରମୁଖ ଅତିଥିଭାବେ ଯୋଗଦେେଇ ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ଉତମ ସର୍ମ୍ପକ ସହ ସେମାନଙ୍କୁ ଶିକ୍ଷା ମନସ୍କ କରାଇ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ବିଦାୟୀ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଆୟୋଜିତ ସଭାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ପକ୍ଷରୁ ଉତରୀୟ, ମାନପତ୍ର,ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଦନାର ଉତରରେ ସେ ସହକର୍ମୀଙ୍କ ସହଯୋଗ ଓ ଭଲ ପାଇବାକୁ ସବୁଦିନ ପାଇଁ ମନେ ରଖିବେ ବୋଲି କହିଥିବା ବେଳେ ଭବ୍ୟ ସମ୍ବର୍ଦ୍ଧନାକୁ ସେ ପ୍ରଶଂସା କରିଥିଲେ । ଏକାଦଶୀ ମ.ଇ.ସ୍କୁଲର ପ୍ରଧାନଶିକ୍ଷକ ଜଗନ୍ନାଥ ମଲ୍ଲିକଙ୍କ ମଚଂ ପରିଚାଳନାରେ ତରଣୀସେନ ବାରିକ୍‌, ଅଲେଖ ଚନ୍ଦ୍ର ପରିଡା, କୌଶଲ୍ୟା ସେଠୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ବାରିକ୍‌, ନୃସିଂହ ଜେନା, ମଧୂସୁଦନ ଶଙ୍ଖୁଆ, ଶତ୍ରୁଘ୍ନ ଜେନା,ଆନନ୍ଦ ପତି, ମାର୍କଣ୍ଡ ବାରିକ୍‌, ରବିନ୍ଦ୍ର ନାୟକ, ଜଗବନ୍ଧୁ ଶଙ୍ଖୁଆ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.