Home ଜିଲ୍ଲା ପରିକ୍ରମା ଇନ୍ଦିରା ଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷୟିକ ହାୟର ସେକେଣ୍ଡାରୀ ସ୍କୁଲର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କ...

ଇନ୍ଦିରା ଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷୟିକ ହାୟର ସେକେଣ୍ଡାରୀ ସ୍କୁଲର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

13

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଠାରେ ଅବସ୍ଥାପିତ ଇନ୍ଦିରା ଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷୟୀକ ହାୟର ସେକେଣ୍ଡାରୀ ସ୍କୁଲର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଗୌରାଙ୍ଗ ଚରଣ ନାୟକ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଗତ ୩୦ ତାରିଖ ଅପରାହ୍ନରେ ଓଡ଼ିଶା ସରକାରଙ୍କ ବିଧି ଅନୁଯାୟୀ ଭଦ୍ରକ ଜିଲ୍ଲାପାଳଙ୍କ ଚିଠି ଅନୁସାରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏନେଇ କଲେଜ ପରିସରରେ ଏକ ସ୍ୱାଗତ ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବରେ ବଶିଷ୍ଠ ଅର୍ଥନୀତି ବିଭାଗର ଅଧ୍ୟାପିକା ଅର୍ଚ୍ଚନା ମହାନ୍ତି ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା କରିଥିଲେ। ଅଧ୍ୟାପକ ଚିତରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଭରତ ଚନ୍ଦ୍ର ବେହେରା , ନରେନ୍ଦ୍ର ସାହୁ, ଅଧ୍ୟାପିକା ମନସ୍ମିତା ସାହୁ, ଚିନ୍ମୟୀ ସେଠୀ, କମଳ ଲୋଚନ ମଳିକ, ଗୋଲକ ସେଠୀ, ଗୋପବନ୍ଧୁ ଯେନା, ଗୋଲକ ମଳିକ, ରମାମଣୀ ମାଝି, କୃପାସିନ୍ଧୁ ସାହୁ, ରଶ୍ମିତା ଯେନା, ଓ ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।ଆଗାମୀ ଦିନରେ କଲେଜ ରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରି ଙ୍କୁ ସାଙ୍ଗରେ ନେଇ କଲେଜ ର ଉନ୍ନତୀ ସହିତ ଉତମ ଶିକ୍ଷା ପ୍ରଦାନ ରେ ସଚେତନ ହେବେ ବୋଲି ନୂତନ ଅଧ୍ୟକ୍ଷ ଶ୍ରୀ ନାୟକ କହିଛନ୍ତି । ଦାୟିତ୍ୱ ନେଲା ପରେ ଶ୍ରୀ ନାୟକ କଲେଜ ପରିସର ରେ ଥିବା ପ୍ରତିଷ୍ଠାତା ଜଗନ୍ନାଥ ରାଉତ ଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.