Home ଜିଲ୍ଲା ପରିକ୍ରମା ଇନ୍ଦିରାଗାନ୍ଧୀ ଏୟାରଫୋର୍ସ ଆପ୍‌କୁ ହ୍ୟାକ ଓ ଚାକିରି ଦେବା ନାମରେ କୋଟି କୋଟି ଟଙ୍କା ଠକେଇ,...

ଇନ୍ଦିରାଗାନ୍ଧୀ ଏୟାରଫୋର୍ସ ଆପ୍‌କୁ ହ୍ୟାକ ଓ ଚାକିରି ଦେବା ନାମରେ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

46

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାକିରି ଦେବା ନାଁରେ ଲୋକଙ୍କୁ ଠକିବା ଓ ଇନ୍ଦିରାଗାନ୍ଧୀ ଏୟାରଫୋର୍ସ ଆପ୍‌କୁ ହ୍ୟାକ କରିବା ଅଭିଯୋଗରେ ଆଜି ଦିଲ୍ଲୀ ପୁଲିସ ଧାମନଗର ଅଂଚଳରୁ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲେ ଯାଜପୁର ଜିଲା ବୈରୀ ଛତିଆ ଅଂଚଳର ସୁରେଶ ମଲିକଙ୍କ ପୁଅ ରାଜେନ୍ଦ୍ର ମଲିକ (୩୪) । ରାଜେନ୍ଦ୍ର ନିଜ ଶଶୁର ଘର ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଭଟ୍ଟସାହି ପଂଚାୟତ ନରହରିପୁର ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ଧୁଷୁରୀ ପୁଲିସର ସହାୟତାରେ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ ରାଜେନ୍ଦ୍ର ଭୁବନେଶ୍ୱରରେ ରହି ବେକାରୀ ଯୁବକ ଓ ଯୁବତୀ ମାନଙ୍କୁ ଚାକିରି ଦେବା ନାମରେ ଫେକ୍ ଆଇଡି ଖୋଲିବା ଓ ସୋସିଆଲ ମିଡିଆରେ ନିଜର ପ୍ରଚାର କରି ଆସୁଥିଲେ । ଏପରିକି ବିଭିନ୍ନ ନାମୀଦାମୀ କଂପାନୀର ଲୋଗକୁ ବ୍ୟବହାର କରି ଚାକିରି ଦେବା ପ୍ରଲୋଭନ ଦେଖାଇ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ମୋଟା ଅଙ୍କାରେ ଅର୍ଥ ଲୁଟି ଚାଲିଥିଲେ । ରାଜେନ୍ଦ୍ର ବିଭିନ୍ନ ବ୍ୟାଙ୍କରେ ଭିନ୍ନଭିନ୍ନ ଲୋକଙ୍କ ନାମରେ ନିଜ ଫଟୋ ରଖି ଆକାଉଂଟ ଖୋଲି ପ୍ରାର୍ଥୀମାନଙ୍କ ଠାରୁ ଅଗ୍ରିମ ଟଙ୍କା ଲୁଟୁ ଥିଲେ । ନିଜର ମୋବାଇ ନମ୍ବର ବି ବାରମ୍ବାର ବଦଳ କରୁଥିଲେ । ବିଭିନ୍ନ କଂପାନୀ ସହିତ ସରକାରୀ ଚାକିରି କରାଇଦେବା ପାଇଁ ନିଜ ୱେବରେ ଛାଡୁଥିଲେ । ଏପରିକି ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଏୟାରଫୋର୍ସର ଆପ୍‌କୁ ହ୍ୟାକ୍ ଓ ଲୋଗୋକୁ ବ୍ୟବହାର କରିବା ଦ୍ୱାରା ଦିଲ୍ଲୀସ୍ଥିତ ଆଇଜିଆଇ ଏୟାରପୋର୍ଟ ପୁଲିସ ଘଟଣାର ତନାଘନା କରିଥିଲା । ପରେ ଏଥିରେ ରାଜେନ୍ଦ୍ର ସଂପୃକ୍ତି ଥିବା ଜାଣିବାକୁ ପାଇବା ପରେ ତାର ମୋବାଇଲ ଫୋନକୁ ଦିଲ୍ଲୀ ପୁଲିସ ଟ୍ରାକିଂ କରିଥିଲେ । ରାଜେନ୍ଦ୍ର ଭୁବନେଶ୍ୱରରୁ ନିଜ ଶଶୁର ଘରରେ ଥିବା ଜାଣିବାକୁ ପାଇବା ପରେ ଦିଲ୍ଲୀ ପୁଲିସ ଇନିସପେକ୍ଟର ଅଜୟ କୁମାର, ସବଇନିସପେକ୍ଟର ସତିଶ କୁମାର, କନେଷ୍ଟବଳ ଓମ ବରୀ ସହିତ ଧୁଷୁରୀ ଥାନା ଏସଆଇ ମହାପ୍ରସାଦ ନାୟକ ଓ ବି. ସ୍ୱାଇଁ ଏବଂ ଏଏସଆଇ ଧ୍ରୁତରାଷ୍ଟ ମଲିକ ପ୍ରମୁଖ ଗତକାଲି ବିଳମ୍ବିତ ରାତିରେ ଚଢଉ କରି ରାଜେନ୍ଦ୍ରକୁ ଗିରଫ କରିଛି । ଆଜି ଧାମନଗର କୋର୍ଟରେ ହାଜର କରାଯାଇ ଦିଲ୍ଲୀ ପୁଲିସ ତାଙ୍କୁ ନିଜ ହେପାଜାତକୁ ନେଇଛି । ତଦନ୍ତ ପକ୍ରିୟାରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଅଧିକ ତଥ୍ୟ ଦିଲ୍ଲୀ ପୁଲିସ ଦେବାକୁ ଗଣମାଧ୍ୟମକୁ ମନା କରିଛି । ତେବେ ସଂପୃକ୍ତ ଅଭିଯୁକ୍ତ ରାଜେନ୍ଦ୍ର କହିଛନ୍ତି, ମୋତେ ଫସାଇ ଦିଆଯାଇଛି । ଏହି ଘଟଣାରେ ମୁଁ ସଂପୃକ୍ତ ନାହିଁ ବୋଲି ସଫେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.