Home ଅନୁଗୁଳ ଇନସ୍ୟୁରାନ୍ସଏଜେଂଟ୍ ପରିଚୟ ଦେଇ ଡାକ୍ତରଙ୍କ ଠାରୁ ଲୁଟିଲେ ୪,୫୭,୩୮୫ ଟଙ୍କା

ଇନସ୍ୟୁରାନ୍ସଏଜେଂଟ୍ ପରିଚୟ ଦେଇ ଡାକ୍ତରଙ୍କ ଠାରୁ ଲୁଟିଲେ ୪,୫୭,୩୮୫ ଟଙ୍କା

188

ତାଳଚେର,୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜନୈକ ମହିଳା ନିଜକୁ ବାଜାଜ୍ ଆଲିଆନ୍‌ଜ କମ୍ପାନୀ ଏଜେଂଟ୍ ପରିଚୟ ଦେଇ ଜନୈକ ବରିଷ୍ଠ ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଏକାଉଂଟରୁ ପୃଥକ ପୃଥକ ଭାବେ ସର୍ବମୋଟ ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ଟଙ୍କା ହଡପ କରି ପରିଶେଷରେ ତାଳଚେର ଟାଉନ୍ ଥାନା ପୋଲିସ୍ ହାତରେ ଗିରଫ ହୋଇଥିବା ଘଟଣା ସମଗ୍ର ତାଳଚେରରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ, ଅବସରପ୍ରାପ୍ତ ବିଜୟ କୁମାର ପ୍ରଧାନ ତାଳଚେର ଟାଉନ୍ ଥାନା ଅନ୍ତର୍ଗତ ବାଘୁଆବୋଲ ଶିବ ମନ୍ଦିର ନିକଟରେ ନିଜ ଭାଇ ଘରେ ରହିଥିବା ବେଳେ ଡାକ୍ତରୀ କାର୍ଯ୍ୟ କରୁଥିଲେ । ଏହି ସମୟରେ କୋଲିୟରୀ ଥାନା ଅନ୍ତର୍ଗତ ମଝିକା ଗ୍ରାମର ବାଜାଜ୍ ଆଲିଆନ୍‌ଜ କମ୍ପାନୀର ଇନସ୍ୟୁରାନ୍ସ ଏଜେଂଟ୍ ପରିଚୟ ଦେଇ ଦିପା ଓରଫ ସୁପ୍ରିୟା ସ୍ୱାଇଁ ଡାକ୍ତର ଶ୍ରୀ ପ୍ରଧାନଙ୍କ ସହ ଘରୋଇ ସମ୍ପର୍କ ରକ୍ଷା କରି ବିଶ୍ୱାସ ଭାଜନ ହୋଇଥିଲେ । ଏହାର ସୁଯୋଗ ନେଇ ଉକ୍ତ ମହିଳା ଜଣକ ଡାକ୍ତର ଶ୍ରୀ ପ୍ରଧାନଙ୍କ ତାଳଚେର ଷ୍ଟେଟ୍ ବ୍ୟାଙ୍କ ଏକାଉଂଟରୁ ପୃଥକ ପୃଥକ ଭାବେ ପ୍ରାୟ ୧୫ଥରରେ ମୋଟ ୪,୫୭,୩୮୫.୮୪ ଟଙ୍କା ଡାକ୍ତର ଶ୍ରୀ ପ୍ରଧାନଙ୍କ ଅଜାଣତରେ ଚତୁରତାରର ସହ ଉଠାଇ ନେଇ ଚାଲି ଯାଇଥିଲେ । ଏହି ଘଟଣା ଜାଣିବାପରେ ସମ୍ପୃକ୍ତ ଡାକ୍ତର ଜଣକ ତାଳଚେର ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍ ଘଟଣାର ତଦନ୍ତ କରି ସଂପୃକ୍ତ ମହିଳା ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.