Home ଜିଲ୍ଲା ପରିକ୍ରମା ଇନର୍ ହୁଇଲ୍ କ୍ଲବର ଅଧିଷ୍ଠାନ ଦିବସ, ସଭାପତି ହେଲେ ଅନିମା, ରଶ୍ମୀରେଖା ସଂପାଦିକା

ଇନର୍ ହୁଇଲ୍ କ୍ଲବର ଅଧିଷ୍ଠାନ ଦିବସ, ସଭାପତି ହେଲେ ଅନିମା, ରଶ୍ମୀରେଖା ସଂପାଦିକା

26

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳାମାନଙ୍କୁ ନେଇ ଗଠିତ ଅଗ୍ରଣୀ ସେବା ସଂସ୍ଥା ଭଦ୍ରକ ଇନର ହୁଇଲ୍ କ୍ଲବର ଅଧିଷ୍ଠାନ ଦିବସ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପୂର୍ବତନ ସଭାପତି କାଦମ୍ବିନୀ ମହାନ୍ତି ନୂତନ ସଭାପତି ଅନୀମା ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହାପରେ ସଂପାଦିକା ଭାବେ ରଶ୍ମୀରେଖା ପରମାଣିକ, କୋଷାଧ୍ୟକ୍ଷ ଭାବେ ବୀଣାପାଣି ପଣ୍ଡା ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ଇନର ହୁଇଲ୍ କ୍ଲବର ଆଭିମୁଖ୍ୟ ସଂପର୍କରେ ସୂଚନା ଦେବା ସହ ନୂତନ କର୍ମକର୍ତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା, କବି ଡ. ସୁକାନ୍ତି ମହାପାତ୍ର ଯୋଗଦେଇ ବିଶ୍ୱରେ ଇନର ହୁଇଲ୍ ର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ନିଃସ୍ୱାର୍ଥପର ସ୍ନେହ, ପ୍ରେମ ଓ ସେବା ଦ୍ୱାରା ମନୁଷ୍ୟ ମାନବିକତାର ହୃତସ୍ପନ୍ଦନକୁ ଅନୁଭବ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ହରେକୃଷ୍ଣ ନାୟକ, ରୋଟାରିଆନ ଅଭିଜିତ ନାୟକ, ସୀତାକାନ୍ତ ଦାସ ପ୍ରମୁଖ ନିଜ ବକ୍ତବ୍ୟରେ ସେବା କ୍ଷେତ୍ରରେ ଇନର ହୁଇଲ୍ ଭଦ୍ରକରେ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ । ଦୀର୍ଘ ୩୫ ବର୍ଷର ନିରବଚ୍ଛିନ୍ନ ସେବା ପାଇଁ କ୍ଲବର ପ୍ରତିଷ୍ଠାତା ସଦସ୍ୟ ମନଜିତ୍ କୌରଙ୍କୁ ଓ ସଂପାଦିକା ଭାବେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଣତି ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ରୋ ବିଜୟ ସାହୁ, ରୋ. ପ୍ରଣବ କୁମାର ସାହୁ, ବିଜୟ ମହାନ୍ତି, ସୁରେନ୍ଦ୍ର କୁମାର ପଣ୍ଡା, ପ୍ରଭାତୀ ଜେନା, ପରମଜିତ୍ କୌର, ସ୍ମିତା ମହାନ୍ତି, ତପସ୍ୱିନୀ ପହି ପ୍ରମୁଖ ଉପସ୍ଥିତ ଥିଲେ । ଅଂଜୁବାଳା ରାଉତ, ଦେବହୂତି ମହାପାତ୍ର, ସଂଯୁକ୍ତା ମହାନ୍ତି, ଜେମାମଣି ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସ୍ନେହଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.