Home ଜିଲ୍ଲା ପରିକ୍ରମା ଇଦ୍‌-ଉଲ-ଫିତରରେ ବନ୍ଧୁ ମିଳନ ଓ କବାଲି

ଇଦ୍‌-ଉଲ-ଫିତରରେ ବନ୍ଧୁ ମିଳନ ଓ କବାଲି

45

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପାଟନାସାହି ଠାରେ ଇଦ୍‌ଉଲ-ଫିତର ଉପଲକ୍ଷେ ବନ୍ଧୁ ମିଳନ ଏବଂ କବାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବର ମୁଖ୍ୟଅତିଥି ଭାବେ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କି ହବିବି ଯୋଗ ଦେଇ ଇଦ୍ ପର୍ବ ଭାଇଚାରର ପର୍ବ, ବନ୍ଧୁତ୍ୱର ନିଦର୍ଶନ ବୋଲି କହିଥିଲେ। ୟଙ୍ଗ ମାସ୍ ସମାଜସେବୀ କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ପୂର୍ବତନ କାଉନସିଲର ଅସରଫ୍ ଅଲି ଖାଁ ତାଙ୍କ ବକ୍ତବ୍ୟରେ ଆୟୋଜକଙ୍କୁ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟକ୍ରମ ଏକ ନିଆରା ଭାଇଚାରାର ପ୍ରମାଣ ଦିଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଜାହିଦ ହବିବି, କାଉନସିଲର ହେମନ୍ତ ସାହୁ, ଜାହିର ଖାଁ, ଫରିୟାଦ୍ ଖାଁଙ୍କ ସମେତ ରାଜନ ଲାହା ଓ ଅନ୍ୟମାନେ ଯୋଗ ଦେଇଥିଲେ। ଅଜହର ନସିମି ଏବଂ ସାଥୀ କବାଲି ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଜାକିର ଖାଁ, ସେକ୍ ନେଜାମୁଦ୍ଦିନ, ସେକ୍ ଓକିଲୁଦ୍ଦିନ ମୁନା, ସେକ୍ ସଜାଦ, ସେକ୍ ସିରାଜୁଦ୍ଦିନ ଓ ଅନ୍ୟମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.