Home Top News ଇତିହାସ ରଚିଲା ଧାମନଗର : ବିଜେପିର ସୂର୍ଯ୍ୟବଂଶୀ ସୁରଜ ୯,୮୮୧ ଖଣ୍ଡ ଭୋଟ୍‌ରେ ବିଜୟୀ

ଇତିହାସ ରଚିଲା ଧାମନଗର : ବିଜେପିର ସୂର୍ଯ୍ୟବଂଶୀ ସୁରଜ ୯,୮୮୧ ଖଣ୍ଡ ଭୋଟ୍‌ରେ ବିଜୟୀ

55

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ଧାମନଗର ଉପନିର୍ବାଚନରେ ବିଜେଡିର ପ୍ରାର୍ଥନୀ ଅବନ୍ତୀ ଦାସଙ୍କୁ ମାତ୍ ଦେଇ ବିଜେପିର ସୂର୍ଯ୍ୟବଂଶୀ ସୁରଜ ୯୮୮୧ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୩ୟ ସ୍ଥାନରେ ରହିଥିବାବେଳେ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ୪ର୍ଥ ସ୍ଥାନରେ ରହିଛନ୍ତି। ଆଜି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ ଘଟିକାରୁ ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଜେପିର ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଥିବାବେଳେ ସପ୍ତମ ରାଉଣ୍ଡ ଗଣତି ପର୍ଯ୍ୟନ୍ତ ମଧ୍ୟ ଆଗୁଆ ରହିଥିଲେ। ପରେ ନବମ ଓ ଦଶମ ରାଉଣ୍ଡରେ ବିଜେଡି ଅଳ୍ପ ବ୍ୟବଧାନରେ ଲିଡ୍ ଦେଇଥିଲା। ପରେ ୧୧ ରାଉଣ୍ଡ ଠାରୁ ୧୮ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ଆଗୁଆ ରହି ଏହି ଐତିହାସିକ ବିଜୟୀ ହାସଲ କରିଛି। ଏହି ଧାମନଗର ଉପନିର୍ବାଚନରେ ମୋଟ ୧ ଲକ୍ଷ ୬୩ ହଜାର ୧୬୪ ଖଣ୍ଡ ଭୋଟ୍‌ରୁ ବିଜେପିର ସୂର୍ଯ୍ୟବଂଶୀ ସୂରଜ ୮୦ ହଜାର ୯୦ ଖଣ୍ଡ ଭୋଟ୍ ପାଇ ପ୍ରଥମ ହୋଇଥିବାବେଳେ ବିଜେଡିର ଅବନ୍ତୀ ଦାସ ୭୦ ହଜାର ୨୮୮ ଭୋଟ୍ ପାଇ ୨ୟ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮ ହଜାର ୧୨୨ ଭୋଟ୍ ପାଇ ତୃତୀୟ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ ୩ ହଜାର ୫୩୩ ଭୋଟ ପାଇ ୪ର୍ଥ ସ୍ଥାନରେ ରହି ତାର ସତ୍ତା ହରାଇଛି, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୮୨ ଖଣ୍ଡ ଭୋଟ୍ ପାଇ ପଞ୍ଚମ ସ୍ଥାନରେ ରହିôବାବେଳେ ନୋଟାରେ ୬୪୯ ଖଣ୍ଡ ଭୋଟ୍ ପଡିଛି। ଭଦ୍ରକରେ ବିଜେପି କର୍ମୀମାନେ ଏହି ବିଜୟ ଉତ୍ସବକୁ ବାଣ ଫୁଟାଇ ବାଜା ବଜାଇ ସୂର୍ଯ୍ୟବଂଶୀ ସୁରଜଙ୍କୁ କାନ୍ଧରେ ବସାଇ ପାଳୁଥିବାବେଳେ ସାରା ରାଜ୍ୟରେ ଏହାର ମାହୌଲ ମଧ୍ୟ ଦେଖିବାକୁ ମିଳିଛି। ଏ ବିଜୟ ଧର୍ମର ବିଜୟ। ଧାମନଗରବାସୀ ମୋତେ ନେତା ନୁହେଁ ପୁଅ ବୋଲି ଭାବି ଆଶୀର୍ବାଦ କରିଥିବାରୁ ଏ ବିଜୟ ସମ୍ଭବ ହୋଇପାରିଛି। ଏଣୁ ଏହି ବିଜୟ ଏକା ମୋର ନୁହେଁ, ଏହା ଧାମନଗରବାସୀଙ୍କର ବୋଲି ବିଜୟୀ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ। ଧାମନଗରବାସୀ ତାଙ୍କ ଦିବଂଗତ ପିତାଙ୍କୁ ସେବା କରିବା ପାଇଁ ସୁଯୋଗ ଦେଇଥିଲେ। ଏବଂ ତାଙ୍କୁ ପୁଣିଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ସମସ୍ତ ଧାମନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.