Home ଜିଲ୍ଲା ପରିକ୍ରମା ‘ଇତିବୃତ୍ତରେ ଅମର’ପୁସ୍ତକ ଲୋକାର୍ପିତ

‘ଇତିବୃତ୍ତରେ ଅମର’ପୁସ୍ତକ ଲୋକାର୍ପିତ

22

ନୟାଗଡ଼, ୧୭ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ରୋଟାରି ଭବନଠାରେ ବିଶ୍ୱନାଥ ମହାପାତ୍ରଙ୍କ ଲିଖିତ ଭିନ୍ନ ସ୍ୱାଦର ଉପନ୍ୟାସ ‘ଇତିବୃତ୍ତରେ ଅମର’ ଲୋକାର୍ପିତ ହୋଇଯାଇଛି। ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ପ୍ରଖ୍ୟାତ କବି ହୁସେନ୍ ରବି ଗାନ୍ଧୀ ଯୋଗଦେଇ ପୁସ୍ତକକୁ ଶୁଭ ଉନ୍ମୋଚନ କରିଥିଲାବେଳେ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟିର ଧାରା ଏକ ଦୁଃସାହସିକ ବୌଦ୍ଧିକ ମନ୍ଥନ, ଯାହାକି ସମାଜରେ ବୈପ୍ଲବିକ ପରିବର୍ତ୍ତନର ବାର୍ତ୍ତା ବହନ କରିଥାଏ ବୋଲି କହିଥିଲେ। ଲେଖକ ସେହି ବିଚାରଧାରାର ବାହକ ହୋଇ ପ୍ରତିବର୍ଷ ନୂତନ ପୁସ୍ତକ ପ୍ରକାଶ କରୁଥିବାରୁ ସେ ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର। ପୁସ୍ତକର ସମୀକ୍ଷା କରି ଡ.ଆଶୁଷୋତ ମିଶ୍ର ବ୍ୟାଖ୍ୟା କରିଥିଲେଯେ’ଇତିବୃତ୍ତରେ ଅମର’ ଉପନ୍ୟାସ ଉତ୍ତର -ଆଧୁନିକତାର ସମ୍ଭାବ୍ୟ ଶିଖରୀ ଉପରୁ ବଂଚିତ ନାୟକ ଅମର ଏøତିହାସିକ ଦ୍ୱନ୍ଦ୍ୱବାଦର ବିଭିନ୍ନ ପର୍ଯ୍ୟାୟରେ ମାଙ୍କଡ଼, ବଣମଣିଷ, କ୍ରୀତଦାସ, ଚାଷ ମଣିଷ, ଶ୍ରମଜୀବୀ ମଣିଷର ଜୀବନର ଦ୍ୱନ୍ଦ୍ୱ ଓ ଉତ୍ତରଣ ମଧ୍ୟଦେଇ ଜୀବନକୁ ବ୍ୟାଖ୍ୟା କରୁଛି। ଉପନ୍ୟାସଟି ଶ୍ରେଣୀ ସଂଘର୍ଷର ଭିତ୍ତିଭୂମିରେ ଗତିଶୀଳ। ଏଥିରେ ଡ.ପବିତ୍ର କୁମାର ସୁବୁଦ୍ଧି ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେଯେ ଉପନ୍ୟାସିକ ବିଶ୍ୱନାଥ ମହାପାତ୍ରଙ୍କ ସୃଷ୍ଟି ସମ୍ଭାରରେ ରହିଛି ସମାଜ ପରିବର୍ତ୍ତନର ବଜ୍ର ନିର୍ଘୋଷ। ଏହା ସୁନିଶ୍ଚିତଭାବେ ‘ଯୁଗ ଯନ୍ତ୍ରଣାରେ ଜାନକୀ’, ଓ ‘ଯୁଗାନ୍ତକାରୀ ଜାରା’ ଭଳି କାଳଜୟୀ ସାହିତ୍ୟ। ଓଡ଼ିଶା ସାହିତ୍ୟ ଏଳାଡେମୀର ସଦସ୍ୟ ଅଶେ।।କ କୁମାର ନାୟକ, ବିଶିଷ୍ଟ ବ୍ୟଙ୍ଗ କବି ଶ୍ରୀଯୁକ୍ତ ସତ୍ୟାନାଶ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଲେଖକଙ୍କ କୃତି ଓ ବୈପ୍ଲବିକ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଓ ଶିକ୍ଷାବିତ୍ ପ୍ରଫୁଲ୍ଲ ମହାନ୍ତି ପୁସ୍ତକର ଉପାଦେୟତା ଉପରେ ଟିପ୍ପଣି ରଖିଥିବାବେଳେ ରଂଜୁବାଳା ପ୍ରକାଶନୀର ମୁଖ୍ୟ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଶିକ୍ଷାବିତ୍ ଅଶୋକ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ। ଲେଖକ ବିଶ୍ୱନାଥ ମହାପାତ୍ର ପୁସ୍ତକର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲାବେଳେ ବିଶିଷ୍ଟ ସାହିତ୍ୟିକ ଡ.ବିଜୟ କୁମାର ଚୌଧୁରୀଙ୍କୁ କଳା-ସାହିତ୍ୟ, ବିଶିଷ୍ଟ ସଂକୀର୍ତ୍ତନ ଗାୟକ ଦିବଂଗତ ଭାଗବତ ପ୍ରଧାନଙ୍କୁ ମରଣୋତ୍ତର ସମ୍ମାନ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.