Home ଜିଲ୍ଲା ପରିକ୍ରମା ଇଣ୍ଡିଗୋ ଅଟୋ ଧକ୍କା ଘଟଣା, ମହିଳା ମୃତ, ସରପଂଚ ଜଣାଇଲେ ସମବେଦନା

ଇଣ୍ଡିଗୋ ଅଟୋ ଧକ୍କା ଘଟଣା, ମହିଳା ମୃତ, ସରପଂଚ ଜଣାଇଲେ ସମବେଦନା

18

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାସ୍ତାର କମାରିଆ ପଣ୍ଡାପୋଖରୀ ଛକ ନିକଟରେ ବୁଧବାର ଘଟିଥିବା ଇଣ୍ଡିଗୋ-ଅଟୋ ଧକ୍କାରେ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଚାନ୍ଦବାଲି ଥାନା ଘଟପୁର ପଞ୍ଚାୟତ ଅଧୀନ ହେଙ୍ଗୁପତି ମହାନ୍ତିସାହି ଗ୍ରାମର ପାର୍ବତୀ ଦାସ (୩୫)ଙ୍କର ଗୁରୁବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସିନ୍ଦୋଳ ସରପଂଚ ସୁପ୍ରଭା ପାଣି ମୃତକ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ପ୍ରକାଶ ଯେ, ଇଣ୍ଡିଗୋ-ଅଟୋ ଧକ୍କାରେ ୯ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିଲେ। ପାର୍ବତୀ ଦାସ ଓ ନୂଆସାହି ଗ୍ରାମର ଜୟରାମ ମଳିକ, ଉମାକାନ୍ତ ମଳିକ ଓ ଜ୍ୟୋତ୍ସ୍ନା ମଳିକଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.